Home ଓଡ଼ିଶା ମାଲକାନଗିରି କୋଭିଡ ହସପିଟାଲରୁ ୩୫ଜଣ ବିଏସଏଫ ଯବାନ ସୁସ୍ଥହୋଇ କ୍ୟାମ୍ପକୁ ଫେରିଲେ

ମାଲକାନଗିରି କୋଭିଡ ହସପିଟାଲରୁ ୩୫ଜଣ ବିଏସଏଫ ଯବାନ ସୁସ୍ଥହୋଇ କ୍ୟାମ୍ପକୁ ଫେରିଲେ

85

ମାଲକାନଗିରି,୨୩ା୭(ଓଡିଆ ପୁଅ )ସମଗ୍ର ବିଶ୍ୱରେ କରୋନା ମହାମିରିର ପାଦୃଭାବ ଦେଖାଦେଇ ଥିବା ବେଳେ ଏଥିରୁ ବାଦ ପଡିନାହାଁନ୍ତି କରୋନା ଯୋଦ୍ଧା ବିଏସଏଫ ଯବାନ ମାନେ ।ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ମୂତୟନ ଥିବା ବିଏସଏଫ ଯବାନ ମାନେ ଛୁଟିରେ ନିଜଘରକୁ ଯାଇ ଫେରିବା ପରେ ସେମାନଙ୍କୁ କ୍ୱାରେଟାଂଇନରେ ରଖାଯାଇଥିଲା,ଗତକିଛି ଦିନତଳେ ସେମାନଙ୍କ ନମୁନା ପରୀକ୍ଷାପାଇଁ ପଠାଯାଇଥିଲା ୩୫ଜଣ ବିଏସଏଫ ଯବାନ ମାନଙ୍କର କରୋନା ପଜିଟିଭ ଚିହ୍ନଟ ହୋଇ ରିପୋର୍ଟ ଆସିବା ପରେ ସେହି ୩୫ଜଣ କରୋନା ସଂକ୍ରମିତଙ୍କୁ ମାଲକାନଗିରି ଜିଲ୍ଲାକୋଭିଡ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା । ମାଲକାନଗିରି କୋଭିଡ ହସପିଟାଲର ନୋଡାଲ ଅଫିସର ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ସହ ଅନ୍ୟାନ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ଅକ୍ଲାନ୍ତ ପରିଶ୍ରମ ସେବା ଯୋଗୁ ଏହି ୩୫ଜଣ ବିଏସଫ ଯବାନ ମାନେ ଗତ ଦୁଇଦିନତଳେ ସୁସ୍ଥହୋଇ ବିଏସଏଫ କ୍ୟାମ୍ପକୁ ଫେରିଯାଇ ନିଜ ନିଜ କାର୍ଯ୍ୟରେ ଯୋଗଦେଇଛନ୍ତି । କୋଭିଡ ହସପିଟାଲର ଡାକ୍ତର,ସ୍ୱାସ୍ଥ୍ୟକର୍ମୀ ମାନେ ସେମାନଙ୍କର ଉପଯୁକ୍ତ ଯତ୍ନନେଇ ଠିକଭାବେ ଚିକିତ୍ସା ଓ ସେବା ଯୋଗଇ ଦେଇଥିବାରୁ ଖୁବ କମଦିନରେ କରୋନା ସଂକ୍ରମଣରୁ ସୁସ୍ଥହୋଇ ଫେରିଥିବା ବିଏସଏଫ ଯବାନ ମାନେ କୋଭିଡହସପିଟାଲର କରୋନା ଯୋଦ୍ଧା ଓ ଜିଲ୍ଲାପ୍ରଶାସନ କୁ ଧନ୍ୟବାଦ ଦେବା ସହିତ ପ୍ରଶଂସା କରିଛନ୍ତି । ମାଲକାନଗିରି ଜିଲ୍ଲାରେ କରୋନା ପଜିଟିଭ ୩୭୨ ଚିହ୍ନଟ ହୋଇଥିବା ବେଳେ ଇତି ମଧ୍ୟରେ କୋଭିଡ ହସପିଟାଲରୁ ୧୮୦ଜଣ କରୋନା ରୋଗି ସୁସ୍ଥ ହୋଇ ଘରକୁ ଫେରିଥିବାର ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଟୁଇଟ ମାଧ୍ୟମରେ ଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.