Home ଓଡ଼ିଶା ମାଲକାନଗିରି: କଡାସୁରକ୍ଷା ସୁରକ୍ଷା ମଧ୍ୟରେ ୨୫୪ ନମ୍ବର ବୁଥରେ ସାନି ନିର୍ବାଚନ- ୭୬.୦୬ ପ୍ରତିଶତ ମତଦାନ

ମାଲକାନଗିରି: କଡାସୁରକ୍ଷା ସୁରକ୍ଷା ମଧ୍ୟରେ ୨୫୪ ନମ୍ବର ବୁଥରେ ସାନି ନିର୍ବାଚନ- ୭୬.୦୬ ପ୍ରତିଶତ ମତଦାନ

534

ମାଲକାନଗିରି, ୧୮ା୪ (ଓଡିଆ ପୁଅ ) ଗତ ୧୧ ତାରିଖ ଦିନ ଏମପିଭି ୬୫ ଗ୍ରାମର ୨୫୪ ନମ୍ବର ବୁଥରେ ଇଭିଏମ ଭଙ୍ଗାରୁଜା ଘଟଣା ପରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆଜି ସେଠାରେ କଡ଼ା ପୁଲିସ ସୁରକ୍ଷା ମଧ୍ୟରେ ସାନି ନିର୍ବାଚନ ସରିଯାଇଛି। ଏହି ବୁଥରେ ମୋଟ ୮୨୩ଜଣ ଭୋଟରଙ୍କ ମଧ୍ୟରୁ ୬୨୬ଜଣ ଭୋଟର ଶାନ୍ତିଶୃଙ୍ଖଳାର ସହିତ ଲମ୍ବାଧାଡିରେ ଛିଡା ହୋଇ ସକାଳ ୭ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ନିଜ ନିଜର ମତଦାନ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୦୯ ଜଣ ପୁରୁଷ ଭୋଟର ଓ ୩୧୭ ଜଣ ମହିଳା ଭୋଟର ମତଦାନ ଦେଇଛନ୍ତି। ଏହି ବୁଥରେ ମୋଟ ୭୬.୦୬ ପ୍ରତିଶତ ମତଦାନ ହୋଇଛି। ଗତ ୧୧ ତାରିଖ ଦିନ ନିର୍ବାଚନ ସମୟରେ ଏହି ବୁଥରେ ଗଣ୍ଡଗୋଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ଅଧିକ ଗୁରୁତ୍ୱ ଦେଇ ବୁଥରେ ସିସିଟିଭି କ୍ୟାମେରା ଲଗାଇବା ସହିତ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା କରିଥଲେ। ବୁଥରେ ନିର୍ବାଚନ ଅବଜର୍ଭର ଓ ଜିଲ୍ଲାନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଜିଲ୍ଲାସ୍ତରୀୟ ନିର୍ବାଚନ ଅଧିକାରୀ, ସହାକରି ଏସପି ଉଦ୍ଧବ ଚରଣ ନାୟକ, ବିଏସଏଫ ଅଧିକାରୀ ବିଏସଏଫ ଜବାନ ମାନେ ଉପସ୍ଥିତ ରହି ଅବାଧ, ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାରସହିତ ନିର୍ବାଚନ କରାଇଛନ୍ତି। ଅପରାହ୍ନ ୪ଟା ସୁଦ୍ଧା ଭୋଟର ମାନେ ୭୬.୦୬ ପ୍ରତିଶତ ମତଦାନ କରିଥିଲେ।

୫ଟା ପରେ ପୁଲିଂପାର୍ଟି ଭୋଟ ସାରି ଇଭିଏମ ଭିଭିପାଟ ମେସନ ଧରି କଡା ପୁଲିସ ସୁରକ୍ଷା ବଳୟରେ ମାଲକାନଗିରି ଜିଲ୍ଲାସଦର ମହକୁମା ଇଭିଏମ ସଂରକ୍ଷଣ କେନ୍ଦ୍ରଷ୍ଟ୍ରଙ୍ଗରୁମ କୁ ଫେରି ନିର୍ବାଚନ ସଂପର୍କିୟ କାଗଜପତ୍ର ଓ ଇଭିଏମ, ଭିଭିପାଟ ମେସନ ଦାଖଲ କରିଥିବାର ଜଣାପଡିଛି। ସୂଚନା ଯୋଗ୍ୟ ଯେ ଗତ ୧୧ ତାରିଖଦିନ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ସରିବାପରେ ୧୨ ନବରଙ୍ଗପୁର ଲୋକସଭା ଆସନର ୧୪୬ ନମ୍ବର ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳିର କାଲିମେଳା ବ୍ଲକସ୍ଥ ଏମପିଭି ୬୫ ଗ୍ରାମର ୨୫୪ ନମ୍ବର ବୁଥରେ ଇଭିଏମ ଭଙ୍ଗାରୁଜା ଘଟଣା ପରେ ସେହି ବୁଥରେ ଆଜି ସାନି ନିର୍ବାଚନ କରିବା ପାଇଁ ନିର୍ବାଚନ କମିଶନଙ୍କ ନିକଟରୁ ନିର୍ଦ୍ଦେଶ ଆସିବା ପରେ ସେଠାରେ ନିର୍ବାଚନ କରାଯାଇଛି। ସେହି ବୁଥରେ ପ୍ରଥମ ଥର କରି ସିସିଟିଭି କ୍ୟାମେରା ଲଗାଯିବା ସହିତ ପୁଲିସ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା, ସେଠାରେ ସ୍ୱତନ୍ତ୍ର ଭାବେ ମାଇକ୍ରୋ ଅବଜର୍ଭର ଓ ସେକ୍ଟର ଅଫିସର ପରିଦର୍ଶନ କରିଥିଲେ। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ଭୋଟର ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ହ୍ୱିଲ ଚେୟାର, ସେମାନଙ୍କୁ ଭୋଟ କେନ୍ଦ୍ରକୁ ନେବା ଆଣିବା ଓ ସହାୟତା ଯୋଗାଇଦେବା ପାଇଁ ଦୁଇଜଣ ସ୍ୱେଚ୍ଛାସେବୀ ଯୁବକ ଉପସ୍ଥିତ ରହି ଦିବ୍ୟାଙ୍ଗ ମାନଙ୍କୁ ଭୋଟକେନ୍ଦ୍ରକୁ ନେବା ଆଣିବା କରିଥିଲେ। ଉକ୍ତ ବୁଥରେ ୮୨୩ଜଣ ଭୋଟରଙ୍କ ମଧ୍ୟରୁ ୪୨୩ ଜଣ ପୁରୁଷ ଭୋଟର ଓ ୪୦୦ଜଣ ମହିଳା ଭୋଟର ରହିଛନ୍ତି। ପ୍ରବଳ ଖରା ହେବା ସ୍ୱତ୍ୟେ ନିର୍ଭୟରେ ୬୨୬ଜଣ ଭୋଟର ଆସି ଶାନ୍ତିଶୃଙ୍ଖଳାର ସହିତ ସକାଳ ୭ଟା ଠାରୁ ଅପରାହ୍ନ୪ଟା ପର୍ଯ୍ୟନ୍ତ ଲମ୍ବାଧାଡିରେ ଛିଡା ହୋଇ ୩୦୯ଜଣ ପୁରୁଷ ଭୋଟର ଓ ୩୧୭ଜଣ ମହିଳା ଭୋଟର ମତଦାନ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.