Home ଜିଲ୍ଲା ପରିକ୍ରମା ମାଲକାନଗିରିରେ ୮୬ତମ ଓଡିଶାପୋଲିସ ପ୍ରତିଷ୍ଠା ଦିବସ ପାଳନ,ଉଲେଖ୍ୟନୀୟ ସଫଳତା ପାଇଁ ୧୨ଜଣ ପୁଲିସ କର୍ମଚାରି ପୁରସ୍କୃତ

ମାଲକାନଗିରିରେ ୮୬ତମ ଓଡିଶାପୋଲିସ ପ୍ରତିଷ୍ଠା ଦିବସ ପାଳନ,ଉଲେଖ୍ୟନୀୟ ସଫଳତା ପାଇଁ ୧୨ଜଣ ପୁଲିସ କର୍ମଚାରି ପୁରସ୍କୃତ

40

ମାଲକାନଗିରି,୧ା୪ (ଓଡିଆ ପୁ୍‌ଅ) ମାଲକାନଗିରି ଜିଲ୍ଲାପୋଲିସ ପ୍ରଶାସନ ପକ୍ଷରୁ କୋଭିଡ ନିୟମପାଳନ ସହ ୮୬ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ସ୍ଥାନିୟ ଜିଲ୍ଲା ପୋଲିସ ପଡିଆ ଠାରେ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାଆରକ୍ଷୀ ଅଧିକ୍ଷକ ରିଶିକେସ ଡି ଖିଲାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ମିଳିତ ପୋଲିସ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରି ଓଡିଶା ପୋଲିସ ର ଆଭିମୁଖ୍ୟ ଓ ଦାଇତ୍ୱ ସଂପର୍କରେ କହି ବା ସହ ରଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପୁଲିସ ବିଭାଗ ପ୍ରତି ସୁଭେଚ୍ଛା ବାର୍ତା ପାଠକରିଥିଲେ । ପୋଲିସ ସେବାକ୍ଷେତ୍ରରେ ଉଲେଖ୍ୟନୀୟ ସଫଳତା ପାଇଁ ଥାନାଅଧିକାରୀ,ସବଇନିସପେକ୍ଟର, ଏଏସଆଇ. କନେଷ୍ଟବଳ,ହାବିଲଦାର,ଟ୍ରାଫିକ କନେଷ୍ଟବଳ ମୋଟ ୧୦ଜଣ ପୁଲିସ କର୍ମଚାରୀ ଙ୍କୁ ଏସପି ଶ୍ରୀ ଖିଲାରୀ ପୁରଷ୍କାର ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ଅନ୍ୟାନମାନଙ୍କ ମଧ୍ୟରେ ବିଧାୟକ ଆଦିତ୍ୟ ମାଢି,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି,ଅତିରିକ୍ତ ଏସପି,ଏସଡିପିଓ,ଡିଏସପି,ବିଏସଏଫ କମାଣ୍ଡେଟଂ,ଥାନା ଅଧିକାରୀ ପ୍ରମୁଖ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ତିନିପ୍ଲାଟୁନ ସଶସ୍ତ୍ର ପୁଲିସ ବାହିନୀ ପ୍ୟାରେଡରେ ଭାଗନେଇଥିଲେ । ରିଜର୍ଭପୁଲିସ ଇନିସପେକ୍ଟର ପ୍ୟାରେଡ ପରିଚାଳନାକରି ଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.