Home ଜିଲ୍ଲା ପରିକ୍ରମା ମାଲକାନଗିରିରେ ଦୁଇଦିନ ଧରି ଅଲେଖମହିମା ମେଳା ଓ ବିଶ୍ୱଶାନ୍ତି ଅଖଣ୍ଡ ବ୍ରହ୍ମଯଜ୍ଞ

ମାଲକାନଗିରିରେ ଦୁଇଦିନ ଧରି ଅଲେଖମହିମା ମେଳା ଓ ବିଶ୍ୱଶାନ୍ତି ଅଖଣ୍ଡ ବ୍ରହ୍ମଯଜ୍ଞ

416

ମାଲକାନଗିରି,୨୬ା୩(ଓଡିଆ ପୁଅ ) ବିଶ୍ୱଜନପ୍ରାଣୀଙ୍କ ର କଲ୍ୟାଣ ନିମନ୍ତେ ବିଶ୍ୱପିତାଙ୍କର ଶାନ୍ତି ଓ ସୁକୃପା ପ୍ରାପ୍ତି ପାଇଁ  ମାଲକାନଗିରି ଜିଲ୍ଲା ସଦରମହକୁମା ଡିଏନକେ ନିକଟରେ ସାଧୁଭକ୍ତ ସମିତି କୌପୀନଧାରୀ ମହିମା ସମାଜ ପକ୍ଷରୁ ଗତ ଦୁଇଦିନି ଧରି ବିଶ୍ୱଶାନ୍ତି ଅଖଣ୍ଡ ବ୍ରହ୍ମଯଜ୍ଞ ଓ ମାଲ୍ୟବନ୍ତ ମହିମା ମେଳା ଆଡମ୍ବର ସହକାରେ ଅନୁଷ୍ଟିତ ହୋଇଯାଇଛି । ଗତ କାଲି ମହୀମା ସାଧୁଭକ୍ତଙ୍କ ଆଗମନ ପରେ  ପ୍ରାତଃ ଅଲେଖ ମହିମା ପ୍ରଭୁଙ୍କ ନାମରେ ବ୍ରହ୍ମଧୂନୀ କରା ଯାଇ  ଅଖଣ୍ଡ ଧ୍ୱନୀ ବତୀ ଓ ଯଜ୍ଞ ଓ ଝାଡଦୀପ ପ୍ରଜ୍ୱଳନ,ସମବେତ କଠଂରେ ଅର୍ଘ୍ୟ ଆହୁରଣ,ସମବେତ ପ୍ରାର୍ଥନା,ରାତ୍ରତମାମ ଧର୍ମସଭା,ମହିମା ନାମଭଜନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଯୋରନ୍ଦା ମହିମା ଗାଦିରୁ ପରିବ୍ରାଜକ ମହିମା ସନ୍ୟାସି ଶେଷଦେବବାବା ସନ୍ଥଭୀମ ଭୋଇ ଙ୍କ ବାଣୀ  ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ, ଓ  ସ୍ଥାବର ଜଙ୍ଗମ କୀଟରୁ ପତଙ୍ଗ ଚାହିଁ ଦେଲେ ଅନୁସରି,ସକଳ ଘଟରେ ପୁରି ସମାନରେ ନୋହେ ସାନ ବଡ କରି ପଂକ୍ତି ଓ  ନିତୀବାଣୀର ସାର ମର୍ମ ଭକ୍ତମାନଙ୍କୁ ବୁଝାଇବା ସହ ମହୀମା ଅଲେଖ ଙ୍କ ସଂପର୍କରେ ପ୍ରବଚନ ଦେଇଥିଲେ । ଆଜି ପ୍ରାତଃ ୪ଟା ସମୟରେ ଅଲେଖ ମହିମା ପ୍ରଭୁଙ୍କ  ନାମରେ ଅମୁଣିଆ ପ୍ରସାଦ ଅର୍ପଣ,ସପ୍ତାମୃତ ପଣା ପାଣି,ବାଳଭୋଗ, ଚୂଡାଟେକା, ନଗରପରିକ୍ରମା, ପ୍ରସାଦସେବନ, ସହିତ ଅନ୍ୟାନ କାର୍ଯ୍ୟକ୍ରମକରା ଯାଇଥିଲା । ଏହି  ଅଲେଖ ମହୀମା ମେଳାରେ ଯୋରନ୍ଦା ମହୀମା ଗାଦି ର ବାବା ବିଣା ଦାସ,ବାବା ସଦା ଦାସ,ଙ୍କ ସହିତ ଅଭିଭିକ୍ତ କୋରାପୁଟ ଜିଲ୍ଲାର ମହିମା ସନ୍ୟାସି ସଭାପତି ଶିବଚରଣ ବାବା, ପ୍ରମୁଖ ଶତାଧିକ ଭକ୍ତ ମହୀମା ସାଧୁ ସନ୍ଥ ଉପସ୍ଥିତ ରହି ଅଲେକ ମହୀମାଙ୍କ ଭଜନ,ସମବେତ ପ୍ରାର୍ଥନା କରିଥିଲେ । ଏହି ବିଶ୍ୱଶାନ୍ତି ଅଖଣ୍ଡ ଯଜ୍ଞରେ ଅଭିଭକ୍ତ କୋରାପୁଟ, ନବରଙ୍ଗପୁର, ରାୟଗଡା,ମାଲକାନଗିରି, ସୀମାନ୍ତ ଛତିଶଗଡ, ଆନ୍ଦ୍ର ପ୍ରଦେଶର ଶତାଧିକ କୌପୀନଧାରୀ ମହିମା ବାବା ଯୋଗଦେଇ ହୋମ ଯଜ୍ଞ ସହିତ ଅଲେଖ ମହିମା ଧର୍ମ ସଂପର୍କରେ ପ୍ରବଚନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ଗାଦିର ସୋମନାଥ ବଡଭାଇ, ପଦୁମାଝୀ,ଚକ୍ରଧର ଭକ୍ତ,ଆନନ୍ଦ ଭକ୍ତ,ପର୍ଶୁରାମ ଭକ୍ତ,ସଂଜୟ ସରକାର,ପ୍ରମୁଖ ପରିଚାଳନାକରିଥିଲେ । ଏହି ମହିମା ମେଳାରେ ଗୋବିନ୍ଦପାଲ୍ଲି, ,କୁଡୁମୁଲୁଗୁମ୍ମା, ଚିତ୍ରକୋଣ୍ଡା,ଖଇରପୁଟ, ବାଲିମେଳା, କୋରକୁଣ୍ଡା, ମାଥିଲି ପ୍ରଭୁତି ଅଚଂଳ ସହିତ  ଜିଲ୍ଲା ଓ ଜିଲ୍ଲାବାହରରୁ ଶତାଧିକ ଶ୍ରଧାଳୁଭକ୍ତ ମାନେ ଯୋଗଦେଇ ମହିମା ଗୁରୁଙ୍କ ଦର୍ଶନ କରି ଆର୍ଶିବାଦ ଲାଭକରିଥିଲେ । ମାଲକାନଗିରି ଜିଲ୍ଲାସଦର ମହକୁମା ଡିଏନକେ ଠାରେ ୪୦ବର୍ଷରୁ ଉର୍ଦ୍ଦ ବହୁପୁରାତନ ଅଲେଖ ମହୀମା ଗାଦିରହି ସାଧୁ ଭକ୍ତ ସମତି କୌପୀନଧାରୀ ମହିମା ସମାଜ ଗଠନ ହୋଇ ପ୍ରତି ବର୍ଷ ବିଶ୍ୱଶାନ୍ତି ଅଖଣ୍ଡ ବ୍ରହ୍ମଯଜ୍ଞ ମାଲ୍ୟବନ୍ତ ମହିମା ମେଳା ଅନୁଷ୍ଟିତ ହେଉଥିଲେ ମଧ୍ୟ ଏହି ମହୀମା ଗାଦିର ସ୍ଥାୟୀ ମନ୍ଦିର କିମ୍ବା ସାଧୁସନ୍ଥ, ଭକ୍ତ ମାନଙ୍କ ବିଶ୍ରାମ ନିମନ୍ତେ ଗୃହ ନଥିବାରୁ ଖରା ବର୍ଷାରେ ସାଧୁସନ୍ଥ, ଭକ୍ତ ମାନେ ବହୁତ ଅସୁବିଧା ଭୋଗ କରୁଛନ୍ତି । ଏହି ମହୀମା ଗାଦି ର ଉନ୍ନତିପ୍ରତି ଜିଲ୍ଲାପ୍ରାଶସନ ଦୃଷ୍ଟିଦେବା ପାଇଁ ମହୀମା ସାଧୁସନ୍ୟାସୀ ଓ ଭକ୍ତ ମାନେ ଅନୁରୋଧ କରିଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.