Home ଜିଲ୍ଲା ପରିକ୍ରମା ମାରୱାଡ଼ି ଯୁବ ମଞ୍ଚ ପକ୍ଷରୁ କରୋନା ସଚେତନତା

ମାରୱାଡ଼ି ଯୁବ ମଞ୍ଚ ପକ୍ଷରୁ କରୋନା ସଚେତନତା

71

ବାଲେଶ୍ୱର, ୧୮ା୭ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ମାରୱାଡ଼ି ଯୁବମଞ୍ଚ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସହରର ଷ୍ଟେସନ ଛକଠାରେ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ରସ୍ତାରେ ଯାଉଥିବା ପଥଚାରୀଙ୍କୁ କରୋନା ମୁକାବିଲା ସମ୍ପର୍କରେ ସଚେତନତା କରିଥିଲେ। ବିଶେଷ କରି ସାମାଜିକ ଦୂରତା ରକ୍ଷା ଓ ମାସ୍କ ବଣ୍ଟନ ସହ ସରକାରଙ୍କ କୋଭିଡ୍ ନିୟମ ପାଳନ ପାଇଁ ସେମାନେ ଲୋକଙ୍କୁ ବୁଝାଇଥିଲେ। ଏହି ପରିପ୍ରେକ୍ଷୀରେ ସେମାନେ ଲୋକଙ୍କୁ ମାସ୍କ, ସାନିଟାଇଜର ପ୍ରଭୃତି ବଣ୍ଟନ କରିବା ସହିତ ସମସ୍ତଙ୍କୁ ରୋଗଶକ୍ତି ବର୍ଦ୍ଧକ ଆୟୁର୍ବେଦିକ କାଢ଼ା ପିଆଇଥିଲେ। ମାରୱାଡ଼ି ଯୁବ ମଞ୍ଚ ସଭାପତି ମନୋଜ ପୋଦାର, ସମ୍ପାଦକ ମୋହିତ ପୋଦାର, କୋଷାଧ୍ୟକ୍ଷ ଅମିତ୍ ଅଗ୍ରୱାଲଙ୍କ ସମେତ ଆନନ୍ଦ ଅଗ୍ରୱାଲ, ସୁଶୀଲ ଜଲାନ୍, ନବଲ ଅଗ୍ରୱାଲ, ସନ୍ତୋଷ ମୋଦି, ସୁରେଶ ଅଗ୍ରୱାଲ, ବିକି ଖଣ୍ଡେଲୱାଲ ପ୍ରମୁଖ ଷ୍ଟେସନ ଛକରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ମାରୱାଡ଼ି ଯୁବ ମଞ୍ଚର ଏତାଦୃଶ କାର୍ଯ୍ୟକୁ ବିଭିନ୍ନ ମହଲରୁ ଭୂୟସୀ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.