Home ଓଡ଼ିଶା ମାର୍ଚ୍ଚ ୨୬ ରେ ରାଜ୍ୟରେ ୪ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ

ମାର୍ଚ୍ଚ ୨୬ ରେ ରାଜ୍ୟରେ ୪ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ

337

ଭୁବନେଶ୍ୱର ୨୫ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ରାଜ୍ୟରେ ଖାଲି ହୋଇଥିବା ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ସୁଚନା ମିଳିଛି । ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତା ମାର୍ଚ୍ଚ ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ।

 

ରାଜ୍ୟରେ ଅନୁଭବ ମହାନ୍ତ.ସରୋଜିନି ହେମରମ,ନରେନ୍ଦ୍ର ସ୍ୱାଇଁ ଓ ରଞ୍ଜିବ ବିଶ୍ୱାଳ ଙ୍କ ଅବସର ନେଉଥିବାରୁ ଓଡ଼ିଶାର ୪ଟି ଆସନ ପାଇଁ  ଏହି ନିର୍ବାଚନ ହେଉଛି। ମାର୍ଚ୍ଚ ୧୩ ସୁଦ୍ଧା ପ୍ରାର୍ଥିପତ୍ର ଦାଖଲ ଓ ୧୮ ସୁଦ୍ଧା ପ୍ରତ୍ୟାହାର ହେବ ବୋଲି ସୁଚନା ମିଳିଛି । ସେହି ପରି ୧୭ଟି ରାଜ୍ୟରେ ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଟିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.