Home ଜିଲ୍ଲା ପରିକ୍ରମା ମା’ରଟନ୍ତିକାଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ମା’ରଟନ୍ତିକାଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

12

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ପଦିନାରାୟଣପୁର ରାଉତସାହିରେ ଅନୁଷ୍ଠିତ ମା’ରଟନ୍ତିକାଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦଯାପିତ ହୋଇଯାଇଛି । ମା’ରଟନ୍ତିକାଳୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରାନ୍ଦିଆ କ୍ରିକେଟ କ୍ଲବ ଓ ବରଡେଶ୍ୱର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ ଜିଣି ରାନ୍ଦିଆ କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୯ ଉଇକେଟ ବିନିମୟରେ ୯୧ ରନ ସଂଗ୍ରହ କରିଥିଲା । ୯୨ ରନ ବିଜୟ ଲକ୍ଷ୍ୟ ନେଇ ବରଡେଶ୍ୱର କ୍ରିକେଟ କ୍ଲବ ୧୩ ଓଭରରେ ୫ ଉଇକେଟ ବିନିମୟରେ ବିଜୟ ହାସଲ କରିଥିଲା । ବରଡେଶ୍ୱର କ୍ରିକେଟ କ୍ଲର ତପନ କୁମାରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ରାନ୍ଦିଆ କ୍ରିକେଟ କ୍ଲବର କ୍ୟାପଟେନ ମଲ୍ଲିକଙ୍କୁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଘୋଷଣା କରାଯାଇଥିଲା । ଅମ୍ବାୟାର ଭାବେ ସୁନିତ ଧଳ, ତୁଷାର ଜେନା ଖେଳ ପରିଚାଳନା କରିଥିଲେ । ଉଦଯାପନୀ ଉତ୍ସବରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ବରିଷ୍ଠ ସମାଜସେବୀ ରଘୁନାଥ ପଣ୍ଡା, ଲଳିତ ରାଉତ, ସୁଶାନ୍ତ ରାଉତ, ଜଗନ୍ନାଥ ଜେନା, ଶିକ୍ଷାବିତ ମଦନମୋହନ ପଣ୍ଡା, ନାଟ୍ୟକାର ଅରୁଣ ବାରିକ, ସୁଦେଶ ପରିଡା, ସମାଜସେବୀ ତିଳୋତ୍ତମା ରାଉତ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଓ ରନରସପ ଦଳ ସମେତ କୃତୀ ଖେଳାଳୀମାନଙ୍କୁ ପୁରସ୍କୃତ କରିଥିଲେ । କ୍ଲବ ର ସଦସ୍ୟ ଚନ୍ଦନ, ଅମର, ରାକେଶ, ରାଜେଶ, ଜିତେନ୍ଦ୍ର, ଶୋଭେନ, କବିର, ଜଗନ୍ନାଥ, ଦୀପକ, ବିଭୂତି, ଆଲୋକ, ତାପସ, ବିଶ୍ୱନାଥ ପ୍ରମୁଖ ଯୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.