Home ଜିଲ୍ଲା ପରିକ୍ରମା ଆନନ୍ଦମାର୍ଗ ୟୁନିଭର୍ସାଲ ରିଲିଫ୍ ଟିମ୍ ଭଦ୍ରକ ପକ୍ଷରୁ ଗରିବଙ୍କୁ ଶୀତବସ୍ତ୍ର ପ୍ରଦାନ

ଆନନ୍ଦମାର୍ଗ ୟୁନିଭର୍ସାଲ ରିଲିଫ୍ ଟିମ୍ ଭଦ୍ରକ ପକ୍ଷରୁ ଗରିବଙ୍କୁ ଶୀତବସ୍ତ୍ର ପ୍ରଦାନ

11

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀ ଶ୍ରୀ ଆନନ୍ଦ ମୂର୍ତ୍ତିଙ୍କ ଜନ୍ମ ଶତବାର୍ଷିକୀ ସ୍ୱର୍ଣ୍ଣଜୟନ୍ତୀ ଉପଲକ୍ଷେ ଆନନ୍ଦମାର୍ଗ ୟୁନିର୍ଭସାଲ ରିଲିଫ୍ ଟିମ୍ ଭଦ୍ରକ ଶାଖା ପକ୍ଷରୁ କଲେଇ ପଂଚାୟତର ବଳଭଦ୍ରପୁର ଠାରେ ଦୁସ୍ଥ ଲୋକମାନଙ୍କୁ ଚିହ୍ନଟ କରାଯାଇ ଶୀତବସ୍ତ୍ର, ଶାଢୀ, ଲୁଙ୍ଗି ଓ ଗାମୁଛା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆନନ୍ଦ ମାର୍ଗର ବରିଷ୍ଠ ଆଚାର୍ଯ୍ୟ ସତ୍ୟ ସୁଧାନନ୍ଦ ଅବଦୂତ, ଆଚାର୍ଯ୍ୟ ରାସେଶ୍ୱରା ନନ୍ଦ ଅବଦୂତ, ଭଦ୍ରକ ଆନନ୍ଦମାର୍ଗ ସ୍କୁଲର ସଭାପତି ଚନ୍ଦ୍ରଗୁପ୍ତ ଲେଙ୍କା, ଆନନ୍ଦ ମାର୍ଗ ପ୍ରଚାରକ ସଂଘର ଜିଲା ସଭାପତି ଜଗନ୍ନାଥ ରାୟ, ଯୋଗ ଶିକ୍ଷକ କାହ୍ନୁଚରଣ ସାହୁ, ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ହୃଦାନନ୍ଦ ରାଉତ, ସଂଗଠକ ମହେଶ୍ୱର ଲେଙ୍କା, କମଳାକାନ୍ତ ନାୟକ, ସୁଶାନ୍ତ କୁମାର ଦାସ, ମାନସ କୁମାର ଜେନା ପ୍ରମୁଖ ଯୋଗଦେଇ କଣ୍ଟାପଡା, ଚୁନିଦା, ବଳାଜିତପଡା, ମଙ୍ଗଳାପଦା, ଟାଙ୍କୁଣି, ଓଲଟୁଙ୍ଗା, ସୁନ୍ଦରଗଡିଆ, ଜଳମଣ୍ଡୁଆ, ଦାଶସାହି, ଦଇପୁରର ଗରିବ ଲୋକମାନଙ୍କୁ ଉପରୋକ୍ତ ସାମଗ୍ରୀ ବଣ୍ଟନ କରିଥିଲେ । ଏଥିରେ ସ୍ଥାନୀୟ ଗ୍ରାମବାସୀମାନେ ସହଯୋଗ କରିଥିଲେ । ଏହି ଅବସରରେ ଚୁନିଦାସ୍ଥିତ ଉତ୍କଳ ନୃତ୍ୟ ତରଙ୍ଗର କଳାକାରମାନେ ନିର୍ଦ୍ଦେଶକ କାହ୍ନୁଚରଣ ସାହୁଙ୍କ ସଂଯୋଜନାରେ କୋଭିଡ୍‌-୧୯ ନିୟମ ପାଳନ ପୂର୍ବକ ନୃତ୍ୟ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଅବସରରେ ନୃତ୍ୟଶିଳ୍ପୀ ଶିଖାରାଣୀ ସାହୁ, ମଧୁସ୍ମିତା ସାହୁ ଓ ଶ୍ରଦ୍ଧାଞ୍ଜଳି ସାହୁଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.