Home ଓଡ଼ିଶା ମାନ୍ୟବର ଉଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ରଣପୁର ବି.ଡି.ଓ ଙ୍କ ନାମରେ ମାମଲା 

ମାନ୍ୟବର ଉଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ରଣପୁର ବି.ଡି.ଓ ଙ୍କ ନାମରେ ମାମଲା 

67

ଓଡିଆ ପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ)୦୬/୧୦ – ଓଡିଶାର ମାନ୍ୟବର ଉଚ୍ଚ ଅଦାଲତଙ୍କ ନିର୍ଦେଶ କ୍ରମେ ରଣପୁର ବି.ଡି.ଓ. ପଞ୍ଚାନନ ପଟ୍ଟାୟତଙ୍କ ନାମରେ ଚାନ୍ଦପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ କେରଣ୍ଡାଟାଙ୍ଗୀ କ୍ୱାରେଣ୍ଟାଇନ ସେଣ୍ଟରରେ  ଗତ ଜୁନ୍ ୨୪ ତାରିଖରେ ରହୁଥିବା ପ୍ରବାସୀ ଓଡିଆଙ୍କୁ ଖାଦ୍ୟ ପ୍ରଦାନରେ  ଅବ୍ୟବସ୍ଥା ହୋଇଥିଲା । ତେଣୁ ପ୍ରବାସୀ ଓଡିଆ ମାନେ କ୍ୱାରେଣ୍ଟାଇନ ସେଣ୍ଟରରେ ସରପଞ୍ଚ ଙ୍କ ଭାଇଙ୍କୁ  ଅଟକ ରଖିଥିଲେ । ସରପଞ୍ଚ ଙ୍କ ଠାରୁ ଖବର ପାଇ ରଣପୁର ବି.ଡି.ଓ. ପଞ୍ଚାନନ ପଟ୍ଟାୟତ , ରଣପୁର ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ ଓ ଚାନ୍ଦପୁର ଥାନା ତତ୍‌କାଳୀନ ଇନିସ୍‌ପେକଟର ଧନେଶ୍ୱେର ନାହାକ  ଘଟଣା ସ୍ଥଳରେ ପହଞ୍ଚି ଥିଲେ  ।

ସେହି ସମୟରେ ସେହି ନିକଟରେ କେରଣ୍ଡାଟାଙ୍ଗୀ ଗ୍ରାମର  ପ୍ରଶାନ୍ତ କୁମାର ପ୍ରଧାନ  ଏକ ମୋବାଇଲ ଧରି  ବୁଲୁଥିଲେ । ରଣପୁର ବି.ଡି.ଓ ପଞ୍ଚାନନ ପଟ୍ଟାୟକ ଯୁବକ ଜଣକ ମୋବାଇଲ ରେ ରେକଡିଂ କରୁଥିବା ସଂନ୍ଦେହ କରି ଯୁବକକୁ ଗାଳି ଗୁଲଜ କରି ମୋବାଇଲ ଛଡାଇ ଆଣି ଗୁଣ୍ଡାଲଗାଇ ଜୀବନରେ ମାରିଦେବା ଦେବାକୁ ଧମକ୍ ଦେଇଥିଲେ । ଯୁବକ ସଂଜୟ  ଭୟଭିତ ହୋଇ ପରେ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଚାନ୍ଦପୁର ଥାନା ଅଧିକାରୀ ଘଟଣା ନ ବୁଝିବାରୁ ନୟାଗଡ ଏସ୍‌.ପି. ଓ ରାଜ୍ୟ ପୋଲିସ୍ ମାହାନିର୍ଦ୍ଦେଶକଙ୍କୁ ଅବଗତ କରାଇଥିଲେ । କେହି ଘଟଣାର ଗୁରୁତ୍ୱ ନ ଦେବାରୁ ମାନ୍ୟବର ଉଚ୍ଚ ଅଦାଲତଙ୍କ ଆଶ୍ରୟ ନେଇଥିଲେ । ମାନ୍ୟବର ଉଚ୍ଚ ଅଦାଲତ ସଂଜୟ କୁମାର ପ୍ରଧାନଙ୍କର ଆବେଦନକୁ  ଶୁଣାଣି କରି ରଣପୁର ବି.ଡି.ଓ. ପଞ୍ଚାନନ ପଟ୍ଟାୟତଙ୍କ ନାମରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ମାନ୍ୟବର ଉଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକୁ ଆଧାରକରି ଚାନ୍ଦପୁର ଥାନା ଇନିସ୍ପେକ୍ଟର ରଣପୁର ବି.ଡି.ଓ.ଙ୍କ ନାମରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି । ଏ ସଂର୍ମ୍ପକେ ଚାନ୍ଦପୁର ଥାନା ଇନିସ୍ପେକ୍ଟର ରଶ୍ମିରଞ୍ଜନ ଦାସଙ୍କ ସହ ଯୋଗାଯୋଗ କରିବାରେ ସେ ମାନ୍ୟବର ଉଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ରଣପୁର ବି.ଡି.ଓ.ଙ୍କ ନାମରେ ମାମଲା ରୁଜୁ ହୋଇଥିବା ଘଟଣାକୁ ସ୍ୱୀକାର କରିଛନ୍ତି । ଘଟଣାଟି ଚାନ୍ଦପୁର ଓ ରଣପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.