Home ଓଡ଼ିଶା ମାନସ ହତ୍ୟା ଘଟଣା, ଭୁବନେଶ୍ୱର ୱେବ୍ ଚ୍ୟାନେଲ ମାଲିକାଣୀକୁ ଦିଲ୍ଲୀରେ ଖୋଜୁଛି ପୋଲିସ୍‌

ମାନସ ହତ୍ୟା ଘଟଣା, ଭୁବନେଶ୍ୱର ୱେବ୍ ଚ୍ୟାନେଲ ମାଲିକାଣୀକୁ ଦିଲ୍ଲୀରେ ଖୋଜୁଛି ପୋଲିସ୍‌

76

ନୟାଗଡ/୧୫/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ଗୋଡିପୋଖରୀ ଗ୍ରାମରେ ପଞ୍ଚନାମା ହୋଇ ମାନସ ସ୍ୱାଇଁର ଗଳିତ ଶବ ପହଂଚିବା ପରେ ଗ୍ରାମରେ ଏକ ଶୋକାକୂଳ ପରିବେଶରେ ଶବ ସଂସ୍କାର ହୋଇଥିବା ଜଣାପଡିଛି। ବିଶେଷତଃ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି। ଘଟଣାରୁ ପ୍ରକାଶ ଗୋଡିପୋଖରୀ ଗ୍ରାମର ପଞ୍ଚାନନ ସ୍ୱାଇଁ ଙ୍କ ପୁଅ ମାନସ ସ୍ୱାଇଁ (୩୦) ଭୁବନେଶ୍ୱର ସମ୍ପୁର୍ଣ୍ଣା ୱେବ୍ ଚ୍ୟାନେଲର କ୍ୟାମେରା ମ୍ୟାନ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ନିକଟରେ କିଛି ଅଶ୍ଳୀଳ ଭିଡିଓ ଚିତ୍ର ରହିଥିଲା। ଯାହାକୁ ନେଇ ସମ୍ପୂର୍ଣ୍ଣାର ମାଲିକାଣୀ ସର୍ମିଷ୍ଠା ରାଉତଙ୍କ ସହ ଅନ୍ୟମାନେ ମିଶି ଗତ ଫେବୃୟାରୀ ୭ ତାରିଖରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମତ୍ତଫାଣ୍ଡି ନାଲୁମୁଣ୍ଡା ପଳାଶପୁର ଛକରୁ ମାନସକୁ ଅପହରଣ କରିଥିଲେ। ଚାନ୍ଦବାଲି ଥାନା ପୋଲିସ ତଦନ୍ତ କରି ଗିରଫ ୩ ଅଭିଯୁକ୍ତ ଙ୍କୁ ଧରି ନୟାଗଡ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ବଧିପାଟଣା ରାସ୍ତା କଡରୁ ପୋତା ଯାଇଥିବା ଅବସ୍ଥାରେ ମାନସ ର ଗଳିତ ଶବକୁ ଉଦ୍ଧାର କରିବା ପରେ ଅପହରଣ ଜନିତ ମାମଲା ହତ୍ୟାକାଣ୍ଡର ରୂପରେଖ ନେଇଥିଲା।

ମାନସର ଶବ ସଂସ୍କାର ପରେ ପରିବାରବର୍ଗ ମାନସ ଘରର ଏକମାତ୍ର ରୋଜଗାର ପୁଅ ହୋଇଥିବାରୁ ତାର ହତ୍ୟାରେ ଭାଙ୍ଗି ପଡିଛନ୍ତି। ରେଡକ୍ରସ ପାଣ୍ଠୀରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ମିଳିଛି। ହେଲେ ପରିବାରର ସାମାଜିକ ସୁରକ୍ଷା ବିପର୍ଣ୍ଣ ହୋଇପଡିଛି। ତେଣୁ ବଂଚିବା ଚିନ୍ତାରେ ବାପା ପଞ୍ଚାନନ ସ୍ୱାଇଁ, ମା ଜୟନ୍ତୀ ସ୍ୱାଇଁ, ସ୍ତ୍ରୀ ଜମୁନା ସ୍ୱାଇଁ (୨୬) ଓ ୪ ବର୍ଷର ଶିଶୁପୁତ୍ର ସୈାମ୍ୟରଞ୍ଜନ ସରକାରୀ ସହାୟତା ଆଶାରେ। ଅପରପକ୍ଷେ ମୁଖ୍ୟ ଅଭିଯୁକ୍ତା ସର୍ମିଷ୍ଠା ରାଉତ ଭୁବନେଶ୍ୱର ଦୟାଲ ଆଶ୍ରମ ଚଳାଉଥିବା ଯୋଗୁଁ ପୋଲିସ ଦୟାଲ ଆଶ୍ରମରେ ଚଢାଉ ସମୟରେ ରକ୍ତର ଛିଟା ( ଶୁଖିଲା) ପାଇଥିବା ଯୋଗୁଁ ଦୟାଲ ଆଶ୍ରମରେ ହତ୍ୟା କରାଯାଇଥିବା ପୋଲିସର ସନ୍ଦେହ ହୋଇଛି। ୩ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ ପରେ ମୁଖ୍ୟ ଅଭିଯୁକ୍ତା ଦିଲ୍ଲୀରେ ଲୁଚିଥିବା ପୋଲିସ ଖବର ପାଇବା ପରେ ପୋଲିସର ଏକ ୫ ଜଣିଆ ସ୍ୱତନ୍ତ୍ର ଦଳ ଚାନ୍ଦବାଲି ଥାନା ନିରୀକ୍ଷକ କରୁଣାକର ରାଉତ ଙ୍କ ନେତୃତ୍ୱରେ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି। ମୁଖ୍ୟ ଅଭିଯୁକ୍ତାକୁ ଗିରଫ ପରେ ପୋଲିସ ଜେଲ ହାଜତରେ ଥିବା ସହଯୋଗୀ ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଆଣିପାରେ ବୋଲି ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.