Home Coronavirus Outbreak ପୁଣି ଚାଇନାରେ ବଢ଼ିଲାଣି କରୋନା ସଂକ୍ରମଣ : ନିୟନ୍ତ୍ରଣ କରିବା କଷ୍ଟକର – ଚୀନ ମିଡ଼ିଆ...

ପୁଣି ଚାଇନାରେ ବଢ଼ିଲାଣି କରୋନା ସଂକ୍ରମଣ : ନିୟନ୍ତ୍ରଣ କରିବା କଷ୍ଟକର – ଚୀନ ମିଡ଼ିଆ ରିପୋର୍ଟ

212

ନୂଆ ଦିଲ୍ଲୀ ୧୫-୩ (ଓଡ଼ିଆ ପୁଅ) ଚାଇନାରେ ବଢ଼ିଲାଣି କରୋନା ସଂକ୍ରମଣ ଏକ ରିପୋର୍ଟ ଅନୁଯାୟୀ, ଏବେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଛି। ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ଅନେକ ସହରରେ କଡା ଲକଡାଉନ ଲଗାଯାଇଛି। ଚାଇନାର ଷ୍ଟେଟ ମିଡ଼ିଆ ଗ୍ଲୋବାଲ ଟାଇମ୍ସ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୧ ରୁ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ଚାଇନାରେ ୧୫ ହଜାରରୁ ଅଧିକ କୋଭିଡ ମାମଲା ଦେଖିବାକୁ ମିଳିଛି। ଖବର ଅନୁଯାୟୀ, ଚୀନ୍‌ର ୨୮ ଟି ରାଜ୍ୟ କରୋନା ଜୀବାଣୁ ଦ୍ୱାରା ପ୍ରଭାବିତ ହୋଇଛନ୍ତି।

ନିୟନ୍ତ୍ରଣ କରିବା ଅଧିକ କଷ୍ଟକର : ଚାଇନାର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ କହିଛି ଯେ, କୋଭିଡ ମହାମାରୀର ଅବସ୍ଥା ଗୁରୁତର ଏବଂ ଜଟିଳ ହୋଇଛି ଏବଂ ଏହାକୁ ରୋକିବା ତଥା ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହୋଇପଡିଛି। ଖବର ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଚାଇନାରେ ୫୨୮୦ ଟି ନୂଆ ମାମଲା ରୁଜୁ ହୋଇଛି। ଏହାର ଗୋଟିଏ ଦିନ ପୂର୍ବରୁ, ୧୩୩୭ କେସ୍ ରିପୋର୍ଟ ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.