Home Top News ମାନସ ହତ୍ୟା ଘଟଣା : ଦୁଇ ମନ୍ତ୍ରୀ ଦିବ୍ୟଶଙ୍କର ଓ ପ୍ରତାପ ଜେନାଙ୍କୁ ଗିରଫ ନକଲେ...

ମାନସ ହତ୍ୟା ଘଟଣା : ଦୁଇ ମନ୍ତ୍ରୀ ଦିବ୍ୟଶଙ୍କର ଓ ପ୍ରତାପ ଜେନାଙ୍କୁ ଗିରଫ ନକଲେ ନବୀନ ନିବାସ ଆଗରେ ଆତ୍ମାହୁତି ଚେତାବନୀ ଦେଲେ ମାନସଙ୍କ ପତ୍ନୀ

73

– ଅପର ପକ୍ଷରେ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ରାଉତଙ୍କୁ ଉଠେଇଆଣିଲା ପୋଲିସ

ନୟାଗଡ଼ ୨୨/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଓଡ଼ିଶାର ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଗତକାଲି ସୂଚନା ଲୋକ ସର୍ମ୍ପକ ବିଭାଗର ପୁର୍ବତନ ନିର୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ ଓ ରାଜ କମ୍ୟୁନିକେଶନର ମାଲିକ ରଞ୍ଜନ ନାୟକ ଓରଫ୍ ରାଜ୍ ଗିରଫ ହେବା ପରେ ଏବେ ହତ୍ୟା ଘଟଣା ନୂଆ ମୋଡ ନେଇଛି। ମୃତ ମାନସଙ୍କ ସ୍ତ୍ରୀ ଯମୁନା ସ୍ୱାଇଁ ଓ ମା ଜୟନ୍ତୀ ସ୍ୱାଇଁ ଓଡିଶାର ୨ ଜଣ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କର ସଂପୃକ୍ତି ନେଇ ଅଭିଯୋଗ ଆଣିଛନ୍ତି। ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅଭିଯୁକ୍ତା ଶର୍ମିଷ୍ଠା ରାଉତଙ୍କ ସହ ସର୍ମ୍ପକକୁ ଦୋହରାଇଛନ୍ତି। ମାନସର ସ୍ତ୍ରୀ ଯମୁନା ସ୍ୱାଇଁ କହିଛନ୍ତି ଯେ ତାଙ୍କ ସ୍ୱାମୀ ଜୀବିତ ଥିଲାବେଳେ କହିଥିଲେ ଯେ ମୋ ପାଖରେ ଯେଉଁ ତଥ୍ୟ ରହିଛି ସେଥିରେ ପ୍ରଶାସକ ଓ ମନ୍ତ୍ରୀ ଫସିଯିବେ। ଏବେ ମେମୋରୀ ଚିପ୍ କୁ ନେଇ ଯେଉଁ ହତ୍ୟାକାଣ୍ଡ ଘଟିଛି ସେହି ତଥ୍ୟ କଣ ସେହି ଚିପ୍ ଭିତରେ ଥିଲା। ଅବସର ପ୍ରାପ୍ତ ପ୍ରଶାସକ ନିରଞ୍ଜନ ସେଠୀ ଗିରଫ ହେବା ପରେ ଏବେ ୨ ପ୍ରମୁଖ ମନ୍ତ୍ରୀ ଙ୍କ ସଂପୃକ୍ତି କୁ ନେଇ ଅଭିଯୋଗ ହେଉଛି।

ଯମୁନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ମନ୍ତ୍ରୀ ପ୍ରତାପ ଜେନା ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଗିରଫ ନକଲେ ସେ ତାଙ୍କ ଛୋଟ ଶିଶୁପୁତ୍ରକୁ ସଙ୍ଗରେ ନେଇ ନବୀନ ନିବାସ ଆଗରେ ଆତ୍ମାହୁତି ଦେବେ। ଫେରାର ଥିବା ଶର୍ମିଷ୍ଠା ରାଉତ, ଝୁନା ଭୋଇ ଓ ଅନ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିବା ପାଇଁ ଯେଉଁ ସ୍ୱତନ୍ତ୍ର ଦଳ ଗଠନ କରିଥିଲା ରାଜ୍ୟ ବାହାରେ ଥିବା ଏକ ସ୍ୱତନ୍ତ୍ର ଦଳ ଭାଇଜାକ୍ ରୁ ଶର୍ମିଷ୍ଠା ରାଉତର ଭାଇ ପରମେଶ୍ୱର ରାଉତକୁ ଗିରଫ କରିଥିବା ଜଣାପଡିଛି। ହେଲେ ଶର୍ମିଷ୍ଠା ଓ ଝୁନା ଏଯାଏଁ ଫେରାର ଅଛନ୍ତି। ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣଜିତ୍ ସିଂ ମିନାର ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ଯେ ଏବେ ନିରଞ୍ଜନ ସେଠୀଙ୍କୁ ରିମାଣ୍ଡରେ ଆଣିବାର ନାହିଁ। ଶର୍ମିଷ୍ଠା ରାଉତ ଗିରଫ ହେବା ପରେ ନିରଞ୍ଜନଙ୍କୁ ରିମାଣ୍ଡରେ ଅଣାଯାଇପାରେ। ଚାନ୍ଦବାଲି ଥାନା ପୋଲିସ ପୁର୍ବରୁ ଡ୍ରାଇଭର ଭାଗ୍ୟଧର ନାୟକ, ସହଯୋଗୀ ବିବେକ ନାୟକ ଓରଫ୍ ନିଲୁ ଓ ମୋହରିର୍ କୃଷ୍ଣଚନ୍ଦ୍ର ନାୟକ କୁ ଗିରଫ କରି ଅଦାଲତ ଚାଲାଣ କରିଥିଲା। ଖବର ଲେଖାହେଲା ପର୍ଯ୍ୟନ୍ତ ମାନସ ହତ୍ୟା ଘଟଣାରେ ଚାନ୍ଦବାଲି ପୋଲିସ ୬ ଜଣଙ୍କୁ ଗିରଫ କରିଛି। ମାନସର ମା ଓ ସ୍ତ୍ରୀ ଙ୍କ ଅଭିଯୋଗ ଅନୁଯାଇ ମୁଖ୍ୟ ଅଭିଯୁକ୍ତା ଶର୍ମିଷ୍ଠା ରାଉତଙ୍କୁ ଫେରାର ହେବାପାଇଁ ସୁଯୋଗ ଦେଇଥିବା ଚାନ୍ଦବାଲି ପୋଲିସ ନିରୀକ୍ଷକ କରୁଣାକର ରାଉତ ଏବେବି ହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ ନେଇଛନ୍ତି। ସେ ଏବେ ଶର୍ମିଷ୍ଠାକୁ ଫେରାର ହେବାରେ ସହଯୋଗ କରୁନାହାଁନ୍ତି ତ ପରିବାରର ପ୍ରଶ୍ନ ? ତଦନ୍ତ କୁ ବାଟବଣା କରି ସମ୍ପୂର୍ଣ୍ଣାର ମାଲିକାଣୀ ଶର୍ମିଷ୍ଠା କୁ ଖସାଇ ଦେବାକୁ ଚେଷ୍ଟ କରୁନାହାଁନ୍ତି ତ ? ଅପରପକ୍ଷେ ବହୁ ଚର୍ଚ୍ଚିତ ମେମୋରି ଚିପ୍ ଭିତରେ କଣଥିଲା ତାହା ଏବେ ସୁରକ୍ଷିତ ତ ? ସମୟ କହିବ ତଦନ୍ତ କେଉଁ ଆଡକୁ ଯାଉଛି ଓ ୨ ଜଣ ମନ୍ତ୍ରୀଙ୍କର ଏଥିରେ ସମ୍ପୃକ୍ତି କେତେ ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.