Home ଜିଲ୍ଲା ପରିକ୍ରମା ମାନସିକ ରୋଗୀକୁ ଉଦ୍ଧାର କଲେ ‘ଆମେ ବିପଦର ସାଥି’

ମାନସିକ ରୋଗୀକୁ ଉଦ୍ଧାର କଲେ ‘ଆମେ ବିପଦର ସାଥି’

98

ଯାଜପୁର ୭ା୧୧ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୌଣସି ଦୁର୍ଘଟଣାରେ ଆହତ ହୋଇ ହାତରେ କ୍ଷତ ହେବା ଓ ଉକ୍ତ କ୍ଷତରେ ପୋକ ସାଲୁବାଲୁ ଅବସ୍ଥାରେ ପାଣିକୋଇଲି ବଜାରରେ ବୁଲୁଥିବା ଜଣେ ମାନସିକ ରୋଗୀକୁ ଉଦ୍ଧାର କରାଯାଇ ଚିକିତ୍ସା କରିଛି ସ୍ୱେଚ୍ଛାସେବୀ ସଙ୍ଗଠନ ଆମେ ବିପଦର ସାଥି। ଯାଜପୁରରୋଡ ଲାଇନରେ ଉକ୍ତ ବ୍ୟକ୍ତି ଜରଙ୍କ ବୁଲୁଥିବା ଦେଖି ଆମେ ବିପଦର ସାଥି ପକ୍ଷରୁ ରାକେଶ ରଂଜନ ପରିଡା, ରବିନ୍ଦ୍ର ବେହେରା, ଅଜୟ ସାହୁ, ସୁଭ୍ରାଂଶୁ ନାୟକ ପ୍ରମୁଖ ତାକୁ ପ୍ରଥମେ ପାଣିକୋଇଲି ଚିକିତ୍ସାଳୟରେ ଭର୍ତି କରିଥିଲେ। ମାତ୍ର ତାହାର ଅବସ୍ଥା ଦେଖି ତାର ଚିକିତ୍ସା ପାଣିକୋଇଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ସମ୍ଭବ ନୁହେଁ ବୋଲି ଜଣାପଡିବା ପରେ ତାକୁ ୧୦୮ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ। ଚିକିତ୍ସା କରାଇ ପାଣିକୋଇଲି ଆଣି ତାକୁ ରଖାଯାଇଛି। ବ୍ୟକ୍ତି ଜରଙ୍କ ଘର କେନ୍ଦ୍ରପଡା କହୁଥିବା ବେଳେ ତାର ନାମ କହିପାରୁ ନାହିଁ। ପରିବାର ଲୋକେ ଯଦି ପରିଚୟ ପାଆନ୍ତି ପାଣିକୋଇଲିରେ ଯୋଗାଯୋଗ କରବାକୁ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛିା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.