Home ଜିଲ୍ଲା ପରିକ୍ରମା ମାନସିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣୀୟ ଉପକରଣ ବଣ୍ଟନ

ମାନସିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣୀୟ ଉପକରଣ ବଣ୍ଟନ

45

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିିକରଣ ମନ୍ତ୍ରଣାଳୟ ଅଧିନସ୍ଥ ସିକନ୍ଦରାବାଦ ଓ ଛତିଶଗଡ଼ରେ ଥିବା ମାନସିକ ଅନଗ୍ରସରମାନଙ୍କ ପାଇଁ କାର୍ଯ୍ୟରତ ଜାତୀୟ ଅନୁଷ୍ଠାନ ମାନସିକ ଛାତ୍ରଛାତ୍ରୀମାନଙ୍କୁ ସଶକ୍ତକରଣ କରିବା ପାଇଁ ପୁନର୍ବାସ ସେବା ଓ ଅନୁସନ୍ଧାନ କେନ୍ଦ୍ର (ସି.ଆର.ଏସ୍‌.ଆର.), ଭଦ୍ରକ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ବିଦ୍ୟାଳୟ ଗୁଡ଼ିକରେ ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣୀୟ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ସି.ଆର.ଏସ୍‌.ଆର.ର ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଅନ୍ୟାନ୍ୟ ଅତିଥି ଭାବରେ ଓ.ଏସ.ଡ଼ି. କଲେକଟ୍ରିଏଟ, ଭଦ୍ରକ, ପଦ୍ମନ କୁମାର ରାୟ, ସି.ଆର.ଏସ୍‌.ଆର.ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡା଼. ଭଗବାନ ପରିଡ଼ା, ସି.ଆର.ଏସ୍‌.ଆର ସ୍ୱତନ୍ତ୍ର ବିଦ୍ୟାଳୟର ଅଧ୍ୟକ୍ଷ ଅଭିମନ୍ୟୁ ମଲ୍ଲିକ, ଶାରୀରିକ ଶିକ୍ଷା ଶିକ୍ଷକ ରାଜେନ୍ଦ୍ର କୁମାର ବିଶ୍ୱାଳ ଓ ଏନ.ଆଇ.ଇ.ପି.ଆଇ.ଡି., ସିକନ୍ଦରାବାଦର ସି.ଆର.ସି. ସୌମ୍ୟରଞ୍ଜନ ମହାନ୍ତି ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସି.ଆର.ଏସ୍‌.ଆର.ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡା଼. ପରିଡ଼ା ମାନସିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କ ସ୍ୱତନ୍ତ୍ର ଶିକ୍ଷାର ପ୍ରୟୋଜନୀୟତା ପାଇଁ ଉଦ୍ଦିଷ୍ଟ ଶିକ୍ଷଣୀୟ ଉପକରଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦାସ ଶିକ୍ଷଣୀୟ ଉପକରଣ ଦ୍ୱାରା ମାନସିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କର କିପରି ଶିକ୍ଷାଲାଭ କରିବା ସହଜସାଧ୍ୟ ହୋଇପାରିବ ତା ଉପରେ ମତାମତ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ମହାନ୍ତି ଶିକ୍ଷଣୀୟ ଉପକରଣ ମାଧ୍ୟମରେ ମାନସିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ କିପରି ସୁଚାରୁରୂପେ ଶିକ୍ଷାଦାନ କରିହେବ ଏହା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଉପକରଣ ବଣ୍ଟନ ଶିବିରରେ ଉପସ୍ଥିତ ୪୬ଜଣ ମାନସିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣୀୟ ଉପକରଣ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.