Home କେନ୍ଦୁଝର କାହାଳିଆଗଡିଆ ସ୍କୁଲ ସମ୍ମୁଖରେ ଖେଳ ପଡିଆ ନିର୍ମାଣ

କାହାଳିଆଗଡିଆ ସ୍କୁଲ ସମ୍ମୁଖରେ ଖେଳ ପଡିଆ ନିର୍ମାଣ

52

ହାଟଡ଼ିହି, ୧୦ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଢ଼ିଆରିପଲ୍ଲି ପଞ୍ଚାୟତ କାହାଳିଆଗଡିଆ ଗ୍ରାମରେ ଥିବା ସିଦ୍ଧେଶ୍ୱର ଉଚ୍ଚ ପୟ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ଏକ ପରିତ୍ୟକ୍ତ ସ୍ଥାନକୁ ଗ୍ରାମବାସୀଙ୍କ ସମ୍ମତି କ୍ରମେ ଏ.ସି.ବି ଫାଉଣ୍ଡେସନ ପକ୍ଷରୁ ଏହାକୁ ସମତୁଲ କରାଯାଇ ଇଣ୍ଡୋର ଖେଳ ପଡିଆ ନିର୍ମାଣ କରାଯାଇଛି । ଏହାଦ୍ୱାରା ଗ୍ରାମର ଛାତ୍ରଛାତ୍ରୀ ଓ ଯୁବ ଗୋଷ୍ଠୀ ମାନେ ଉପକୃତ ହେବାସହ ବିଭିନ୍ନ ଖେଳକୁଦ ପ୍ରତିଯୋଗୀତା ମାନ କରାଯାଇ ପାରିବ । ସେହିପରି ଗ୍ରାମ ଠାକୁରାଣୀଙ୍କ ପାଖକୁ ଲୋକମାନେ ଯିବା ଆସିବା କରିବାକୁ ରାସ୍ତା ନଥିବାରୁ ଏସିବି ଫାଉଣ୍ଡେସନ ପକ୍ଷରୁ ଏକ ମାଟିରାସ୍ତା ନିର୍ମାଣ କରାଯାଇଛି । ଏସିବି ଫାଉଣ୍ଡେସନର ନିଜସ୍ୱ ଉଦ୍ୟମରେ ଏପରି ଏକ ଖେଳ ପଡିଆ ନିର୍ମାଣ କରାଯାଇ ଥିବାରୁ ଏସିବିର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରା କର୍ମକର୍ତ୍ତା ଅବିନାଶ ଚନ୍ଦ୍ର ବେହେରା, ସୁରେନ୍ଦ୍ର ବେହେରା, କେଶବ ଚନ୍ଦ୍ର ବେହେରା, ସୌଭାଗ୍ୟ ସାହୁ, ପ୍ରୀୟବ୍ରତ ପାଣିଗ୍ରାହୀ, ଜଗନ ସାହୁ, ସୌରଭ ସାହୁ, ସନ୍ତୋଷ କୁମାର ସାହ. ବିଜୟ କୁମାର ବେହେରା, ଅମରେଶ ଚନ୍ଦ୍ର ବେହେରା ପ୍ରମୁଖଙ୍କୁ ସାଧୁବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.