Home ଓଡ଼ିଶା ମାନବ ଅଧିକାର ତାଲିମ କାର୍ଯ୍ୟକ୍ରମ : ବିଭିନ୍ନ ବିଷୟରେ ଲେଖାଗଲା ୧୦ଟି ପିଟିସନ୍

ମାନବ ଅଧିକାର ତାଲିମ କାର୍ଯ୍ୟକ୍ରମ : ବିଭିନ୍ନ ବିଷୟରେ ଲେଖାଗଲା ୧୦ଟି ପିଟିସନ୍

139

ପିପିଲି ୨୬-୮ (ଓଡ଼ିଆ ପୁଅ) ପୁରୀ ଜିଲ୍ଲା ପିପିଲିରେ ମାନବିକ ଅଧିକାର ସମ୍ପର୍କିତ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ତାଲିମ ଶିବିରରେ ପାଂଚଟି ଜିଲ୍ଲାରୁ ୧୦ ଜଣ ବ୍ୟକ୍ତି ଯୋଗ ଦେଇଥିଲେ। ଏଥିରେ ସେମାନଙ୍କୁ ମାନବିକ ଅଧିକାର, ଏହାର ଉଲଂଘନ, ତଥ୍ୟ ସଂଗ୍ରହ, ମାନବିକ ଅଧିକାର କମିଶନରେ ପିଟିସନ ଫାଇଲ୍ କରିବାର ପ୍ରକ୍ରିୟା, ମାନବିକ ଅଧିକାର ସୁରକ୍ଷା ଆଇନ ଆଦି ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଥିଲା। ଆଡଭୋକେଟ୍ ନିଶିକାନ୍ତ ମିଶ୍ର ଏଥିରେ ଯୋଗୋଦେଇ ଥାନାରେ କିପରି ଭାବେ ମାନବିକ ଉଲଂଘନ କମ୍ ପାଇପାରିବ ସେ ଦିଗରେ କାମ କରିବାକୁ ପରାମର୍ଶ ଦେଇଥିଲେ। ଅଂଶଗ୍ରହଣକାରୀମାନ ସହ ଶ୍ରୀ ଅଖଣ୍ଡ ମାନବ ଅଧିକାରର ବିଭିନ୍ନ ଦିଗ ଉପରେ ବ୍ୟାପକ ଭାବେ ଆଲୋଚନା କରିଥିଲେ। ପ୍ରଶିକ୍ଷଣ ପରେ ପାନୀୟଜଳ ସମସ୍ୟା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା, ପୁଲିସର ନିଷ୍କ୍ରିୟତା, ବିଦ୍ୟୁତ ଆଘାତରେ ମୃତ୍ୟୁ, ଭିନ୍ନକ୍ଷମ ଅଧିକାର ଆଦି ଉପରେ ୧୦ଟି ପିଟିସନ୍ ଲେଖାଯାଇଥିଲା। ସେଗୁଡିକ ଓଡିଶା ମାନବିକ ଅଧିକାର କମିଶନଙ୍କ ନିକଟରେ ଦାଖଲ କରାଯିବ। ସଂଯୋଜକ ଅନୁପ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁଦେଷ୍ଣା ମିଶ୍ର, ବନ୍ଦନା ସାହୁ, ସୁକାନ୍ତ ମହାନ୍ତି, ଦିବ୍ୟ ରଂଜନ ନରେନ୍ଦ୍ର, ଶେଷଦେବ ବାରିକ, ଶିବ ସୁନ୍ଦର ଜେନା, ଅରୁଣ ସାମନ୍ତରାୟ, କଳ୍ପତରୁ ଧଳ, ଗୌରବ କୁମାର ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.