Home ଓଡ଼ିଶା ମଣ୍ଡଳ କମିଶନ ଅଧ୍ୟକ୍ଷଙ୍କ ୧୦୧ତମ ଜନ୍ମଜୟନ୍ତୀ ଅବସରରେ ପଛୁଆବର୍ଗ କମିଶନ ଗଠନ ଏବଂ ନାମଲେଖା ଓ...

ମଣ୍ଡଳ କମିଶନ ଅଧ୍ୟକ୍ଷଙ୍କ ୧୦୧ତମ ଜନ୍ମଜୟନ୍ତୀ ଅବସରରେ ପଛୁଆବର୍ଗ କମିଶନ ଗଠନ ଏବଂ ନାମଲେଖା ଓ ନିଯୁକ୍ତି କ୍ଷେତ୍ରରେ ପଛୁଆବର୍ଗଙ୍କୁ ୨୭% ସ୍ଥାନ ସଂରକ୍ଷଣ ଦାବି : ସମାଜବାଦୀ ପାର୍ଟି

65

ଭୁବନେଶ୍ୱର, ତା ୨୬-୦୮ (ଓଡ଼ିଆ ପୁଅ) : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ, ଦେଶର ଦ୍ୱିତୀୟ ପଛୁଆବର୍ଗ କମିଶନର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନେ୍ଧଶ୍ୱରୀ ପ୍ରସାଦ ମଣ୍ଡଳଙ୍କ ୧୦୧ତମ ଜନ୍ମଜୟନ୍ତୀ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟର ୫୨ଭାଗ ପଛୁଆବର୍ଗ ଲୋକଙ୍କ ସାମ୍ବିଧାନିକ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ପଛୁଆବର୍ଗ କମିଶନ ଗଠନ କରିବା ଏବଂ ପଛୁଆବର୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ସରକାରୀ ନିଯୁକ୍ତି କ୍ଷେତ୍ରରେ ୧୧.୨୫ ସଂରକ୍ଷଣ ପରିବର୍ତ୍ତେ ୨୭ଭାଗ ସଂରକ୍ଷଣ ଦେବା ଓ ନାମଲେଖା କ୍ଷେତ୍ରରେ ବିଭିନ୍ନ କଲେଜ, ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ, ମେଡିକାଲ ଓ ଏମ୍.ବି.ଏ.ରେ ୨୭ଭାଗ ସ୍ଥାନ ସଂରକ୍ଷଣ ଦେବା, ପଛୁଆବର୍ଗ ଅର୍ଥକମିଶନକୁ ସକ୍ରିୟ କରି ଏହି ବର୍ଗର ବେକାର ଯୁବକଯୁବତୀମାନଙ୍କୁ ସହଜ ଓ ସୁଲଭ ସୁଧରେ ଆତ୍ମନିଯୁକ୍ତି ଋଣ ଯୋଗାଇ ଦେବାକୁ ସମାଜବାଦୀ ପାର୍ଟି ଦାବି କରିଛି। ଆଜି ଯେତେବେଳେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜାତୀୟ ଅଧ୍ୟକ୍ଷ ମୋହନ ଭାଗବତ ସଂରକ୍ଷଣର ପୁନଃବିଚାର ପାଇଁ ପ୍ରଶ୍ନ ଉଠାଇଛନ୍ତି, ସେତିକିବେଳେ ପଛୁଆବର୍ଗ କମିଶନର ପୂର୍ବତନ ଅଧ୍ୟକ୍ଷ ବି.ପି. ମଣ୍ଡଳଙ୍କ ଜନ୍ମଜୟନ୍ତୀ ପାଳନର ବେଶ୍ ଯଥାର୍ଥତା ରହିଛି ବୋଲି ସଭାପତି ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ବରିଷ୍ଠ ନେତା ବିଜୟ ବେହେରା, ସଂଜୟ ନାୟକ, ଅନନ୍ତ ଗାଡିଶ୍ୟାମ, ଚିତ୍ତରଂଜନ ଧଳ, ନାରୀନେତ୍ରୀ ରୀତା ପଟ୍ଟନାୟକ ପ୍ରମୁଖ ସ୍ୱର୍ଗତ ବି.ପି. ମଣ୍ଡଳଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ରାଜ୍ୟ ସରକାର ପଛୁଆବର୍ଗଙ୍କର ସାମ୍ବିଧାନିକ ଅଧିକାରକୁ ସୁନିଶ୍ଚିତ କରି ନିଯୁକ୍ତି କ୍ଷେତ୍ରରେ ୨୭ଭାଗ ସ୍ଥାନ ସଂରକ୍ଷଣ ପ୍ରଦାନ କଲେ ସରକାରୀ ଦପ୍ତରରେ ଖାଲିପଡ଼ିଥିବା ୧ଲକ୍ଷ ୩୧ ହଜାର ପଦବୀ ମଧ୍ୟରୁ ପଛୁଆବର୍ଗର ବେକାର ଯୁବକଯୁବତୀମାନେ ପ୍ରାୟ ୩୫ ହଜାର ପଦବୀରେ ନିଯୁକ୍ତିର ସୁଯୋଗ ପାଇପାରନ୍ତେ ବୋଲି ଏହି ସମାରୋହରେ ମତପ୍ରକାଶ ପାଇଛି। ଶେଷରେ ହୃଷିକେଶ ଷଡ଼ଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.