Home ଜିଲ୍ଲା ପରିକ୍ରମା ମାନବାଧିକାରର ସୁରକ୍ଷା ଏକ ବଡ଼ ଆହ୍ୱାନ, ଭଦ୍ରକ ସାଂସ୍କୃତିକ ମହୋତ୍ସବର ୬ଷ୍ଠ ସଂଧ୍ୟା

ମାନବାଧିକାରର ସୁରକ୍ଷା ଏକ ବଡ଼ ଆହ୍ୱାନ, ଭଦ୍ରକ ସାଂସ୍କୃତିକ ମହୋତ୍ସବର ୬ଷ୍ଠ ସଂଧ୍ୟା

50

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ତ୍ତମାନ ସମୟରେ ମାନବାଧିକାର ସୁରକ୍ଷା ସମଗ୍ର ସମାଜ ପାଇଁ ଏକ ବିରାଟ ଆହ୍ୱାନ ହୋଇ ପଡ଼ିଛି । ବିଭିନ୍ନ ସମୟରେ ମାନବାଧିକାର ଉଲଂଘନର ବହୁ ଉଦାହରଣ ଓ ଘଟଣା ସାମ୍ନାକୁ ଆସୁଛି । ଏହାର ସୁରକ୍ଷା ଦିଗରେ ପୁଲିସ ପ୍ରଶାସନର ଯେତିକି ଉତ୍ତର ଦାୟିତ୍ୱ ରହିଛି, ଅନୁରୂପ ପରିମାଣରେ ଦାୟିତ୍ୱ ସମସ୍ତଙ୍କ ନିକଟେରେ ସାମଗ୍ରୀକ ଭାବରେ ରହିଛି । ଆମର ସମ୍ବିଧାନ ଯେତିକି ମୌଳିକ ଅଧିକାର ଆମକୁ ଦେଇଛି ତାହା ଯେପରି ଉଲଂଘନ ନହୁଏ, ତାହା ଦେଖିବା ପ୍ରତ୍ୟେକ ସେଚେତନ ନାଗରିକର ପରମ କର୍ତ୍ତବ୍ୟ ବୋଲି ଭଦ୍ରକ ସାଂସ୍କୃତିକ ମହୋତ୍ସବର ୬ଷ୍ଠ ସଂଧ୍ୟାରେ ଯୋଗଦେଇ ବହୁ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ମହୋତ୍ସବ କମିଟିର ବରିଷ୍ଠ ସଦସ୍ୟ କ୍ଷିତିଶ ସାମନ୍ତ ବେହେରାଙ୍କ ସଭାପତିତ୍ୱରେ ଓ ଜଗବନ୍ଧୁ ବେହେରାଙ୍କ ସେଂଯୋଜନାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ରେରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ର ପୂର୍ବତନ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଶ୍ୱଜିତ୍ ମହାପାତ୍ର ଯୋଗଦେଇ ମାନବାଧିକାରର ସୁରକ୍ଷା ଉପରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡାକ୍ତର ଅନିଲ ଦାସ, ସମ୍ମାନିତ ଅତିଥି ଭାବେ ଯାଜପୁରର ଅବକାରୀ ଅଧିକ୍ଷକ ଅମର କୁମାର ଜେନନା ଓ ସମ୍ମାନିତ ବକ୍ତା ଭାବେ କମିଶନେରେଟ ପୁଲିସର ଅଧିବକ୍ତା ମନୋଜ ରାୟ ଯୋଗଦେଇ ବକ୍ତବ୍ୟ ରଖିଥିଲେ । କମିଟିର ସଭାପତି ରବି ନାରାୟଣ ଖିଲାର ସ୍ୱାଗତ ଭାଷଣ ଓ ଉପେଦେଷ୍ଟା ନିହାର ରଂଜନ କର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ଶିକ୍ଷାବିତ୍ ବୈକୁଷ୍ଠ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କମିଟି ପକ୍ଷରୁୁ ସମାଜସେବୀ ଶ୍ରାବଣୀ କିନ୍ନର, ରାଣୀ ପ୍ରିୟଦର୍ଶିନୀ ସାହୁୁ, ବିଦ୍ୟାଶ୍ରୀ ଆଦିତ୍ୟ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଲୋଚନାଚକ୍ର ପରେ ସ୍ଥାନୀୟ ସାସ୍କୃତିକ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ପରିବେଷଣ ସହିତ ଶେଷରେ ଗୀତ ସଂଗୀତ ଅକ୍ରେଷ୍ଟ୍ରା ପକ୍ଷରୁ ମେଲୋଡି ପରିବେଷିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.