Home ଓଡ଼ିଶା ମାଟ୍ରିକ ଗଣିତ ଖାତା ଗାଏବ ଘଟଣାରେ ୫ ନିଲମ୍ବିତ, ୩ କୋର୍ଟ ଚାଲାଣ

ମାଟ୍ରିକ ଗଣିତ ଖାତା ଗାଏବ ଘଟଣାରେ ୫ ନିଲମ୍ବିତ, ୩ କୋର୍ଟ ଚାଲାଣ

489

ମାଲକାନଗିରି, ୫ା୩(ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ପଡିଆ ଏସଏସଡି ହାଇସ୍କୁଲ ରେ ୧୦୮ ପିଲାଙ୍କ ଗଣିତ ମାଟ୍ରିକ ଖାତା ଗାଏବ ଘଟଣାରେ ୩ଜଣଙ୍କୁ ପୁଲିସ ଆଜି କୋର୍ଟ ଚଲାଣ କରିବା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ୫ଜଣଙ୍କୁ ନିଲମ୍ବିତ କରାଯାଇଛି। ଆଜି ଅପରାହ୍ନରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସହକାରି ଏସପି ଉଦ୍ଧବ ଚରଣ ନାୟକ ପଡିଆ ହାଇସ୍କୁଲରେ ମାଟ୍ରୀକ ଖାତା ଗାଏବ ଘଟଣାରେ ସଂପୃକ୍ତି ଥିବା ତିନିଜଣଙ୍କୁ ପ୍ରଦର୍ଶନ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି। ମାଟ୍ରିକ ଖାତା ଗାଏବ ଘଟଣା ସଂପର୍କରେ ପଡିଆ ଥାନାରେ କେସ ହେବାପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିଲେ। ୫ ଜଣଙ୍କୁ ଥାନାରେ ଅଟକ ରଖି ଦୁଇଦିନ ଧରି ପଚରା ଉଚରା ସହ ଓ ତଦନ୍ତ କରିବାପରେ ପ୍ରକୃତ ଘଟଣା ପଦାକୁ ଆସିଥିଲା। ପଡିଆ ଏସଏସଡି ହାଇସ୍କୁଲର କିଛି ଶିକ୍ଷକ ମାନଙ୍କ ମଧ୍ୟରେ ବାଦ ବିବାଦ ଲାଗିଥିଲା। ସେହି ଘଟଣାରେ ଉକ୍ତ ବିଦ୍ୟାଳୟକୁ ବଦନାମ କରିବା ପାଇଁ ଏହିପରି ଘଟଣା ଘଟାଇ ଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପ୍ରାଥମିକ ତଦନ୍ତ ପରେ ତିନିଜଣଙ୍କ ନାମରେ ଖାତା ଗାଏବ ର ଅଭିଯୋଗ ପ୍ରମାଣିତ ହୋଇଥିଲା। ଗୋଠନପାଲି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା, ପଡିଆ ହାଇସ୍କୁଲର ସହକାରି ଶିକ୍ଷକ ତଥା ସହକାରି ସୁପରି ଟେଣ୍ଡେଣ୍ଟ ଶତୃଘ୍ନ ସ୍ୱାଇଁ ଓ ନୋଡାଲ ଅବଜର୍ଭର ସନ୍ଦୀପକୁମାର ସାହୁଙ୍କୁ ଗିରଫ କରାଯାଇ ଆଜି କୋର୍ଟଚାଲାଣ କରା ଯାଇଛି। ଏ ପର୍ଯ୍ୟନ୍ତ ଗାଏବ ଖାତା ମିଳିନଥିଲେ ମଧ୍ୟ ବିଦ୍ୟାଳୟର ଆଉ କିଛି ଶିକ୍ଷକ କର୍ମଚାରୀ ମାନଙ୍କୁ ଜେରା ଚାଲିଛି, ଖୁବ ଶିଘ୍ର ମାଟ୍ରୀକ ଗଣିତ ଖାତା ଗାଏବ ଘଟଣାର ପର୍ଦାଫାସ ହେବ ବୋଲି ସହକାରି ଏସପି ଶ୍ରୀ ନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଇତି ମଧ୍ୟରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସେଠୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦିପ୍ତ କୁମାର ପଣ୍ଡା ପଡିଆ ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା କେନ୍ଦ୍ର ସୁପରି ଟେଣ୍ଡେଣ୍ଟ ବିଦ୍ୟୁତ କୁମାର ପାତ୍ର, ସହକାରି ସୁପରି ଟେଣ୍ଡେଣ୍ଟ ଶତୃଘ୍ନ ସ୍ୱାଇଁ, ଶିକ୍ଷକ ଜଳନ୍ଧର ବେହେରା, ଶିକ୍ଷକ ପ୍ରଭାକର ପାଢି, ପିଅନ ଏସ.ପ୍ରିୟ ସେଠୀ ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.