Home ଓଡ଼ିଶା ନାଗପୁରରେ ଓଡ଼ିଆ ଶ୍ରମିକଙ୍କ ଗୋଡ଼ ଆଙ୍ଗୁଠି କାଟି ଦେଲେ ହାତ ଆଙ୍ଗୁଠି ଭାଙ୍ଗି ଟ୍ରେନ ଲାଇନ୍...

ନାଗପୁରରେ ଓଡ଼ିଆ ଶ୍ରମିକଙ୍କ ଗୋଡ଼ ଆଙ୍ଗୁଠି କାଟି ଦେଲେ ହାତ ଆଙ୍ଗୁଠି ଭାଙ୍ଗି ଟ୍ରେନ ଲାଇନ୍ ରେ ଫୋପାଡ଼ି ଦେଲେ

911

ନୂଆ ଦିଲ୍ଲୀ ୮-୧୦ (ଓଡ଼ିଆ ପୁଅ/ନନ୍ଦୀଘୋଷ ଖମାରୀ) ରୋଜଗାର ପାଇଁ ମହାରାଷ୍ଟ୍ରର ନାଗପୁରକୁ ଯାଇଥିବା ଓଡିଶାର ନୂଆପାଡ଼ା ଜିଲ୍ଲାର ଜଣେ ଶ୍ରମିକଙ୍କ ଉପରେ ହୋଇଛି ଅମାନୁଷିକ ଅତ୍ୟାଚାର। ଚମରୁ ପହରିଆ ନାମକ ଜଣେ ବୃଦ୍ଧ ଓଡିଶାର ନୂଆପାଡ଼ା ଜିଲ୍ଲାର ନିବାସୀ ଅଟନ୍ତି। ନୂଆପାଡ଼ା ଜିଲ୍ଲାର ଟିକରପଡା ଗ୍ରାମର ୬୦ ବର୍ଷର ଚମରୁ ପହରିଆ ପ୍ରାୟତଃ ତିନି ମାସ ପୂର୍ବରୁ ନିଜର ଗ୍ରାମ ଛାଡ଼ିକରି ସେହି ଗ୍ରାମର ଦୁଇ ଲୋକଙ୍କ ସହିତ ନାଗପୁର ଦାଦନ ଖଟିବାକୁ ଯାଇଥିଲେ। ଚମରୁ ଭାବିଥିଲେ କି ନାଗପୁର ଗଲେ ତାଙ୍କର ଭାଗ୍ୟ ବଦଳିଯିବ ଏବଂ ନିଜ ଘରର ଗୁଜରାଣ ମେଣ୍ଟାଇ ପାରିବେ। କିନ୍ତୁ ତାଙ୍କ ସହିତ ହେଲା ଓଲଟା। ନାଗପୁରରେ କିଛି ଦିନ କାମ କରିବା ପରେ ସେ ଯେତେବେଳେ ନିଜର ମଜୁରୀ ମାଗିଲେ, ତାଙ୍କର ଡାହାଣ ଗୋଡ଼ର ପାଞ୍ଚ ଆଙ୍ଗୁଠି ସମ୍ପୂର୍ଣ୍ଣ ଭାବରେ କାଟି ଦିଆଗଲା ଏବଂ ତାଙ୍କର ହାତର ଆଙ୍ଗୁଠି ମଧ୍ୟ ଭାଙ୍ଗିଦିଆଗଲା। ତାଙ୍କୁ ଆହତ ଅବସ୍ଥାରେ ରେଲ ଧାରଣା ଉପରେ ଛାଡ଼ି ଦିଆଗଲା। ପୁଲିସ ତାଙ୍କୁ ନାଗପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଚମରୁଙ୍କର ଦୁଇ ମାସଧରି ଚିକିତ୍ସା ଚାଲିଲା ହେଲେ ତାଙ୍କ ପରିବାରକୁ କିଛି ଜଣା ପଡ଼ିଲା ନାହିଁ। ଦୁଇ ମାସ ପରେ ଚମରୁ ଯେତେବେଳେ ଘରକୁ ଫେରିଲେ ସେତେବେଳେ ତାଙ୍କର ଏହି ଯନ୍ତ୍ରଣାଦାୟକ ଦୁଃଖଦ କାହାଣୀ ବିଷୟରେ ଜଣାପଡ଼ିଲା। ବର୍ତ୍ତମାନ ସେ ନୂଆପଡ଼ା ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ଏବଂ ସେ ତାଙ୍କ ଅବସ୍ଥା ବର୍ତ୍ତମାନ ଗମ୍ଭୀର ଗୁରୁତର।

ଚମରୁଙ୍କର ଗୋଟିଏ ପୁଅ ଏବଂ ଦୁଇଟି ଝିଅ ଅଛନ୍ତି। ପୁଅ ଅନ୍ୟମାନଙ୍କର ଖେତରେ କାମ କରି ନିଜର ପେଟ ପାଳୁଛନ୍ତି ଏବଂ ଦୁଇଝିଅଙ୍କର ବିବାହ ସରିଛି। ଚମରୁ ପହରିଆଙ୍କର ପୁଅ ପୁଲିସ ଷ୍ଟେସନରେ ଏଫଆଇଆର ଲେଖାଇଥିବା ବେଳେ ପୋଲିସ୍ ତଦନ୍ତ ଆରମ୍ଭ କରିଛି। ପୁଲିସ କହିଛିଯେ, ଏହି ଘଟଣାରେ ଜଣେ ଅଭିଯୁକ୍ତରୁ ଗିରଫ କରାଯାଇଛି। ଚମରୁଙ୍କର ପୁଅ କହିଛନ୍ତିଯେ, ଏବେ ଅଲଗା-ଅଲଗା ନମ୍ବରରୁ ତାଙ୍କୁ ଧମକ ମିଳୁଛି ଏବଂ କେସ ଫେରାଇ ନେବାପାଇଁ ଚାପ ପକାଯାଉଛି। ପରିବାରକୁ ମାରିଦେବା ପାଇଁ ଧମକ ଦିଆଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.