Home କୋରାପୁଟ     ମାଛକୁଣ୍ଡ ପୋଲିସ ଦ୍ୱାରା ୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,ଜଣେ ଗିରଫ

    ମାଛକୁଣ୍ଡ ପୋଲିସ ଦ୍ୱାରା ୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,ଜଣେ ଗିରଫ

96

କୋରାପୁଟ ୨୪-୦୬(ଓଡିଆ ପୁଅ /ରଂଜନ ଦାସ) ମାଛକୁଣ୍ଡ ପୋଲିସ ଦ୍ୱାରା ଏକ  କାରରୁ  ୬ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରା ଯାଇଥିବାବେଳେ ଜଣେ  ଗଞ୍ଜେଇ  ମାଫିଆଙ୍କୁ ଗିରଫ କରାଯାଇଥିବା ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ସୂଚନା ଦେଇଛନ୍ତି  । ଗିରଫ ଅଭିଯୁକ୍ତ ଜଣକ  ହେଲେ ବିହାର ପାଟଣା ଅଂଚଳର ଗୁଡୁ କୁମାର(୨୮) । ମାଛକୁଣ୍ଡ ଥାନା ସିନ୍ଧିପୁଟ ଅଂଚଳରୁ ବିହାରକୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ଏସପି ବରୁଣ ଗୁଣ୍ଠୁପାଲି୍ଲିଙ୍କୁ ମିଳିଥିଲା । ଏସପିଙ୍କ  ନିର୍ଦ୍ଦେଶରେ ନନ୍ଦପୁର ଏସଡିପିଓ,ମାଛକୁଣ୍ଡ ଥାନା ଏଏସଆଇ ମନୋଜ ନାୟକ,ଲମତାପୁଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ ପ୍ରଧାନଙ୍କ  ନେତୃତ୍ୱରେ ଚୋରା ଗଞ୍ଜେଇ ଧରପଗଡ ପାଇଁ  ବଡକିଚବ ନିକଟରେ ସମସ୍ତ ଗାଡି ଯାଂଚ କରାଯାଇଥିଲା ।  ଯାଂଚ ସମୟରେ ଓଆର-୦୨ଏଜି ୦୭୩୦ ମାରୁତି କାରକୁ ଅଟକାଇ ଚେକିଂ କରିବା ବେଳକୁ ସେଥିରୁ ଗଞ୍ଜେଇ ମିଳିଥିଲା । ପୋଲିସ କାରରୁ ୧୫୩ କିଲୋଗ୍ରାମ ଗଞ୍ଜେଇ  ଜବତ କରିଛି,ଯାହାର ଆନୁମାନିକ ବଜାର ମୂଲ୍ୟ ୬ଲକ୍ଷ  ଟଙ୍କା ହେବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.