Home କୋରାପୁଟ କୋରାପୁଟ ଜିଲ୍ଲାରେ ୧୦୪ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୧୦୪ଜଣ କରୋନା ପଜିଟିଭ ଚିହ୍ନଟ

50

କୋରାପୁଟ ୨୪-୦୬ (ଓଡିଆ ପୁଅ /ରଂଜନ ଦାସ) ଗୁରୁବାର କୋରାପୁଟ ଜିଲ୍ଲାରେ  ୩୨ଜଣ ମହିଳାଙ୍କ ସମେତ  ୧୦୪ ଜଣ  କରୋନା ପଜିଟିଭ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୭୬୯୪ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୬,  ଜୟପୁର ପୌରାଂଚଳରୁ ୨୨ ଓ ସୁନାବେଡା ପୌରାଂଚଳରୁ  ୧୯ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁବାର  କୋଟପାଡ ଏନଏସି ଏବଂ  ନନ୍ଦପୁର ବ୍ଲକରେ  ଜଣେ ହେଲେ ପଜିଟିଭ ବାହାରି ନ ଥିବା ଜଣାପଡିଛି ।  ସେହିପରି ବନ୍ଧୁଗାଁ ବ୍ଲକରୁ ୨, ବୈପାରିଗୁଡା ବ୍ଲକରୁ ୨,ବୋରିଗୁମ୍ମା ବ୍ଲକରୁ ୪,ଦଶମନ୍ତପୁର ବ୍ଲକରୁ ୩,ଜୟପୁର ବ୍ଲକରୁ ୭ ଓ କୋରାପୁଟ ବ୍ଲକରୁ ୯ ଜଣ  ଚିହ୍ନଟ ହୋଇଥିବାବେଳେ  କୋଟପାଡ ବ୍ଲକରୁ ୨,କୁନ୍ଦୁରା ବ୍ଲକରୁ ୩, ଲମତାପୁଟ ବ୍ଲକରୁ ୨,ଲକ୍ଷ୍ମୀପୁର ବ୍ଲକରୁ ୫,ନାରାୟଣପାଟଣା ବ୍ଲକରୁ ୪,ପଟ୍ଟାଙ୍ଗୀ ବ୍ଲକରୁ ୪ଏବଂ ସେମିଲିଗୁଡା ବ୍ଲକରୁ ୩ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୨୩  ତାରିଖ ସୁଦ୍ଧା ୩ ଲକ୍ଷ ୫୨ ହଜାର ୪୪୪  ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୨୪  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୬୭୩୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୮୯୯ ଟି ସକ୍ରୀୟ କେସ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସୁଦ୍ଧା  ଜିଲ୍ଲାରେ  କରୋନାରେ ୫୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.