Home ଜିଲ୍ଲା ପରିକ୍ରମା ମାଗଣା ଉନ୍ନତ ସ୍ୱାସ୍ଥ୍ୟସେବା ପାଇ ମନ୍ତ୍ରୀଙ୍କୁ ରୋଗୀଙ୍କ ଆର୍ଶୀବାଦ, ଶିବିରରେ ୨ହଜାର ରୋଗୀ

ମାଗଣା ଉନ୍ନତ ସ୍ୱାସ୍ଥ୍ୟସେବା ପାଇ ମନ୍ତ୍ରୀଙ୍କୁ ରୋଗୀଙ୍କ ଆର୍ଶୀବାଦ, ଶିବିରରେ ୨ହଜାର ରୋଗୀ

71

ନୟାଗଡ଼, ୨୯ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ମାଗଣା ସ୍ୱାସ୍ଥ୍ୟ ଶିବିରରେ ୨ହଜାରରୁ ଅଧିକ ରୋଗୀ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇ ଉପକୃତ ହୋଇଛନ୍ତି। ନୟାଗଡ଼ ବିଧାୟକ ତଥା କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ଚିନ୍ତାଧାରାରେ ଏପରି ଏକ ମାଗଣା ଉନ୍ନତ ଧରଣର ସ୍ୱାସ୍ଥ୍ୟ ଶିବିର କରାଯାଇଥିବାରୁ ତାଙ୍କୁ ପ୍ରଶଂସା କରାଯାଇଛି। ମନ୍ତ୍ରୀ ଡ. ସାହୁ ୧୨ଟି ବିଭାଗର ସ୍ୱାସ୍ଥ୍ୟସେବା ଯୋଗେଇ ଦେବାପାଇଁ ଆମ୍ରି ହସ୍‌ପିଟାଲର ୯ଜଣ ଡାକ୍ତରଙ୍କ ସମେତ ସମୁଦାୟ ୨୧ଜଣ ବାହାର ଡାକ୍ତରଙ୍କୁ ଆଣି ଏପରି ଆୟୋଜନ କରିଥିଲେ। ଏଥିରେ ବରିଷ୍ଠ ଭେଷଜ ବିଭାଗ ବିଶେଷଜ୍ଞ ଡା.ସିବିକେ ମହାନ୍ତି, ଡା.ଗାର୍ଗୀ ସିଂ ଠାକୁର, ଡା.ଅଜୟ ସାହୁ, ଡା.ସିଦ୍ଧାର୍ଥ ପଟ୍ଟନାୟକ, ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର ଜନ୍ମେଜୟ ମହାପାତ୍ର, ପାକସ୍ଥଳୀ ଓ ଅନ୍ତଃନଳୀ ବିଭାଗ ଡାକ୍ତର ଆଶୁତୋଷ ମହାପାତ୍ର, ଅସ୍ଥି ବିଭାଗରେ ଡା ମନୋରଂଜନ ମଲ୍ଲିକ.ଡା.ସଂଜୟ ଦାଶ, ମାନସିକ ବିଭାଗର ଡା ସୁରଜିତ୍ ସାହୁ, ଡା ଅମ୍ରିତ ପାଟ୍ଟଯୋଶୀ, କର୍ଳଟ ବିଭାଗରେ ଡା ସୁବ୍ରତ ସାମନ୍ତରାୟ, ଜର୍ମ ବିଭାଗରେଡା କ୍ରିଷନ କୁମାର ଅଗ୍ରୱାଲ, ଡା ସୁଜାତା ଦୋରା, ଶିଶୁ ବିଭାଗରେ ଡା ସୁବ୍ରତ ମାଝି, ଡା ସୌମ୍ୟା ମହାନ୍ତି, ହୃଦରୋଗ ଡାକ୍ତର ବିଶ୍ୱଜିତ ମହାପାତ୍ର, ଡା ରାଜଶ୍ରୀ, ସ୍ନାୟୁ ବିଭାଗ ଡାକ୍ତର ଡା ବିଶ୍ୱରଂଜନ ନାୟକ, ଅନ୍ତଃସ୍ରାବ ଓ ମଧୁମେହ ଡା ଅଙ୍କିତା ତିୱାରି, କର୍ଣ୍ଣ ନାଶା ଓ ଗଳା ବିଭାଗର ଡାକ୍ତର ପ୍ରଫେସର କେ କେ ସାମନ୍ତରାୟ, ଡା ଆର୍ଭିଏସ୍ କୁମାର ପ୍ରମୁଖ ଡାକ୍ତର ଯୋଗଦେଇ ରୋଗୀମାନଙ୍କୁ ସେବା ଯୋଗାଇ ଦେଇଥିଲେ। ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, କବି ଶରତ ଚନ୍ଦ୍ର ଆଚାର୍ଯ୍ୟ, ଅଧ୍ୟାପକ ଗଣେଶ୍ୱର ମିଶ୍ର ପ୍ରମୁଖ ସଂଚାଳନ କରିଥିଲେ। ଏହି ପରିପ୍ରେକ୍ଷିରେ ନୟାଗଡ଼ କଲେଜର ସଭାଗୃହରେ ଏକ ସମ୍ବର୍ଦ୍ଧନା ସଭାରେ ଆୟୋଜନ ହୋଇଥିଲା। ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିବାରୁ ଡାକ୍ତରମାନଙ୍କୁ ମନ୍ତ୍ରୀ ଡା.ସାହୁ ଧନ୍ୟବାଦ ଦେଇଥିଲେ। ଏଥିରେ ଜିଲ୍ଲାପାଳ ଡ ପୋମା ଟୁଡୁ, ଏସ୍‌ପି ସିଦ୍ଧାର୍ଥ କାଟରିଆ, ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଶକ୍ତି ପ୍ରସାଦ ମିଶ୍ର, କଲେଜ ଅଧ୍ୟକ୍ଷ ସୁରେଶ ପ୍ରଧାନ, ଡାକ୍ତର ସିବିକେ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରରେ ଇଫ୍‌କୋ ନିଜର ସିଏସ୍‌ଆର ଫଣ୍ଡ ୨ଲକ୍ଷ ୫୦ହଜାର ଟଙ୍କା ବିନିଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଡାକ୍ତରଙ୍କୁ କଂଟିଲୋ ତିଆରି ଟ୍ରଫି ପ୍ରଦାନ କରାଯାଇଥିଲା। ଆସନ୍ତା ୧୨ ତାରିଖରେ ନୟାଗଡ଼ ପରି ଓଡ଼ଗାଁରେ ଆଉ ଏକ ବଡ଼ ଧରଣର ମାଗଣା ସ୍ୱାସ୍ଥ୍ୟ ଶିବିର ହେବ ବୋଲି ମନ୍ତ୍ରୀ ଡ. ସାହୁ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.