Home ଜିଲ୍ଲା ପରିକ୍ରମା ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପରେ ଆଜି ଠାରୁ ସରକାରି ବସ ସହ ବିଜୁ ସ୍ୱାସ୍ଥ୍ୟ ଗାଡି...

ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପରେ ଆଜି ଠାରୁ ସରକାରି ବସ ସହ ବିଜୁ ସ୍ୱାସ୍ଥ୍ୟ ଗାଡି ଚଳାଚଳ ଆରମ୍ଭ କଲା

156

ମାଲକାନଗିରି,୯ ।୧୨ (ଓଡିଆ ପୁଅ ) ମାଓବାଦୀଙ୍କ ପିଏଲଜିଏ ସପ୍ତାହ ୨ତାରିଖ ଠାରୁ ଆରମ୍ଭ ହୋଇ ୮ତାରିଖରେ ସରିଯାଇଛି । ମାଓବାଦୀଙ୍କ ଭୟରେ ମାଲକାନଗିରିକୁ ଚଳା ଚଳକରୁଥିବା ସମସ୍ଥ ସରକାରି ବସ ସହ ବିଜୁ ସ୍ୱାସ୍ଥ୍ୟ ଗାଡି ୨ଟି ଦୀର୍ଘ ୮ଦିନ ଧରି ବନ୍ଦ ରହିବା ପରେ ଆଜି ଠାରୁ ସ୍ୱାଭାବିକ ଭାବେ ଚଳାଚଳ ଆରମ୍ଭ କରିଛି । ଦୀର୍ଘ ୮ଦିନ ଧରି ସରକାରୀ ବସ ଓ ବିଜୁ ସ୍ହାସ୍ଥ୍ୟ ଏକ୍ସପ୍ରେସ ବସ ବନ୍ଦ ରହିଥିବାରୁ ସାଧାରଣ ଯାତ୍ରୀ ମାନଙ୍କ ସହିତ ରୋଗୀ ମାନେ ନାହିଁ ନଥିବା ହଇରାଣ ହୋଇଥିଲେ । ଗରିବ ରୋଗୀଙ୍କୁ ମାଲାକନଗିରି ଜିଲ୍ଲାହସପିଟାଲ କୁ ନେବା ଆଣିବା କରିବା ପାଇଁ ମାଲକାନଗିରି ଠାରୁ ୧୦୦କିଲୋମିଟ ଦୂର ମୋଟୁ ଓ ମାଲକାନଗିରି ଠାରୁ ୮୫କିଲୋମିଟର ଦୂର ସ୍ୱାଭିମାନ ଅଚଂଳ ଜାନବାଇକୁ ଗତ ମାସ ଠାରୁ ରାଜ୍ୟସଡକ ପରିବହନର ଦୁଇଟି ବିଜୁସ୍ୱାସ୍ଥ୍ୟ ଏକ୍ସପ୍ରେସ ବସ ଚାଲୁଥିଲା, ଏହି ବସରେ ମାଗଣାରେ ରୋଗୀମାନେ ଜିଲ୍ଲାହସପିଟାଲକୁ ଆସି ଚିକିତ୍ସିତ ହୋଇ ନିଜ ଘରକୁ ଫେରୁଥିଲେ । ଏହି ଗାଡି ଦୁଇଟି ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଇଁ ଗତ ୨ତାରିଖ ଠାରୁ ବନ୍ଦ ରହିଥିବାରୁ ଗରିବ ରୋଗୀ ମାନେ ନାହିଁ ନଥିବା ହଇରାଣ ହେବାସହିତ ଜିଲ୍ଲାହସପିଟାଲକୁ ନିଜେ ଗାଡି ଭଡା କରି ଖର୍ଚାନ୍ତ ହୋଇ ଚିକିତ୍ସିତ ହେବାକୁ ଆସୁଥିଲେ । ମାଓବାଦୀଙ୍କ ପିଏଲଜିଏ ସପ୍ତାହ ମାଲକାନଗିରି ଜିଲ୍ଲାରେ ସେମିତି କିଛି ପ୍ରଭାବ ପଡିନଥିବାରୁ ଅନ୍ୟାନ ଘରୋଇବସଗୁଡିକ ମାଓପ୍ରବଣ ଅଚଂଳରେ ଚଳାଚଳାକରୁଥିବା ବେଳେ କେବଳ ସରକାରୀ ବସଗୁଡିକ ଭୟରେ ବନ୍ଦକରିଦିଆ ଯାଇଥିଲା  । ମାଓପ୍ରବଣ କାଲିମେଳା ମୋଟୁ, ପଡିଆ, ଏମଭି୭୯,ଅଚଂଳକୁ ଘରୋଇବସ ଓ ଛୋଟ ଯାନବାହନ ଚଳାଚଳ କରୁଥିଲେ ମଧ୍ୟ ସରାକରି ବସ ଗୁଡିକ ବନ୍ଦ ରହିଥିବାରୁ ସାଧାରଣ ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହେଉଥିଲେ ।  ଏପରିକି ମାଲକାନଗିରି ଜିଲ୍ଲାରେ ଚଳାଚଳ କରୁଥିବା ଭୁବନେଶ୍ୱର,ବ୍ରହ୍ମପୁର, ଭଜଂନଗର,ବିଶାଖାପାଟଣା, ବିଜୟନଗରମ,କୋରାପୁଟ, ଭବାନିପାଟଣା,ବାଲିମେଳା-କଟକ,ଚିତ୍ରକୋଣ୍ଡା-କଟକ,ବିଜୟନଗରମ,ବ୍ରହ୍ମପୁର,ଆସିକା,ଆଦି ଦୂରଗାମି ସରାକାରି ବସ ସହିତ ଜିଲ୍ଲା ଭିତରେ ରେ ଚଳପ୍ରଚଳ କରୁଥିବା ମୋଟୁ-କୋରାପୁଟ, କାଲିମେଳା, ମାଥିଲି, ମହୁପଦର, ମୁଦୁଲିପଡା,ଚିତ୍ରକୋଣ୍ଡା,ବାଲିମେଳା, ଖଇରପୁଟ, ତେନ୍ତୁଲିଗୁମ୍ମା,ପଡିଆ-ଜୟପୁର,ମାଲକାନଗିରି- ଜୟପୁର,ରୁଟର ସରକାରି ବସଗୁଡିକ  ୧ତାରିଖ ଠାରୁ ବନ୍ଦହୋଇ ଯାଇଥିଲା, ଏହି ସବୁ ସ୍ଥାନକୁ ଗମନାଗମନର ଏକ ମାତ୍ର ମାଧ୍ୟମ ସରକାରି ବସ ହୋଇଥିବାରୁ ସେହି ସବୁସ୍ଥାନର ଗ୍ରାମବାସୀ ମାନେ ନାହିଁ ନଥିବା ହଇରାଣ ଭୋଗୁଥିଲେ । ଆଜି ଠାରୁ ମାଲକାନଗିରି ବସଷ୍ଟାଣ୍ଡ ଠାରୁ ସମସ୍ତ ସରକାରୀ ବସ ଓ ବିଜୁ ସ୍ୱାସ୍ଥ୍ୟ ଏକ୍ସପ୍ରେସ ବସ ଚଳାଚଳ ଆରମ୍ଭ କରିଥିବାରୁ ସାଧାରଣ ଯାତ୍ରୀ ଓ ରୋଗୀ ମାନେ ଆସ୍ୱସ୍ଥିଲାଭ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.