Home ଜିଲ୍ଲା ପରିକ୍ରମା ମାଓପ୍ରବଣ ମାଲକାନଗିରି ଜିଲ୍ଲାର ୩୨କେନ୍ଦ୍ରରେ ୫୪୯୭ଜଣ ଛାତ୍ର ଛାତ୍ରୀ ମାଟ୍ରୀକ ପରୀକ୍ଷାଦେଲେ

ମାଓପ୍ରବଣ ମାଲକାନଗିରି ଜିଲ୍ଲାର ୩୨କେନ୍ଦ୍ରରେ ୫୪୯୭ଜଣ ଛାତ୍ର ଛାତ୍ରୀ ମାଟ୍ରୀକ ପରୀକ୍ଷାଦେଲେ

147

ମାଲକାନଗିରି,୧୯ା୨(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଆଜି ଠାରୁ କଡାସୁରକ୍ଷା ମଧ୍ୟରେ ମାଟ୍ରୀକ ପରୀକ୍ଷା ଆରମ୍ଭ ହୋଛି । ମାଟ୍ରୀକ ପରୀକ୍ଷା ଦେବାପାଇଁ ଜିଲ୍ଲାରେ ମୋଟ ୫୮୩୨ଜଣ ଛାତ୍ର ଛାତ୍ରୀ ଫର୍ମଫିଲପ କରିଥିଲେ,ସେମାନଙ୍କ ମଧ୍ୟରୁ ୫୪୯୭ଜଣ ପରୀକ୍ଷା ଦେଇଥିବା ବେଳେ ୩୩୫ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି । ଚଳିତ ବର୍ଷ ମୁକ୍ତବିଦ୍ୟାଳୟ ଓ ପତ୍ରବିନିମୟ ରେ ତିନୋଟି ପରୀକ୍ଷା କେନ୍ଦ୍ରରେ ୧୪୪ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି । ୫୮୩୨ ଜଣ ଛାତ୍ର ଛାତ୍ରୀ ଙ୍କ ପାଇଁ ୩୨ଟି କେନ୍ଦ୍ରରେ ମାଲାକାନଗିରି, କାଲିମେଳା, ପଡିଆ, ଚିତ୍ରକୋଣ୍ଡା, ଖଇରପୁଟ,ମାଥିଲି ,କୋରକୁଣ୍ଡା ସାତଟି ଯାକ ବ୍ଲକରେ କଡାପୁଲିସ ସୁରକ୍ଷା ମଧ୍ୟରେ ଆଜି ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ଯାଇଛି । ଏମଭି୭ ଜଗନ୍ନାଥପଲି ହାଇସ୍କୁଲ ସେଟଂରରେ ସର୍ବାଧିକ ୩୭ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି । ଆଜି ପ୍ରଥମଦିବସରେ ମାତୃଭାଷା ଓଡିଆ ବିଷୟ ଥିଲା । ଭିନ୍ନକ୍ଷମ ଛାତ୍ର ଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି । ଦୃଷ୍ଟିଶକ୍ତି ହିନ ଓ ହାତ ନଥିନଥିବା ପିଲା ଙ୍କ ପାଇଁ ସ୍ୱତନ୍ତ୍ର ଭାବେ ସହାୟକ ଲେଖକ ଙ୍କର ବ୍ୟବସ୍ଥା କରା ଯାଇଛି । ଚଳିତ ବର୍ଷ ପରୀକ୍ଷାରେ କପି ରୋକିବାପାଇଁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ କିଛି ଓଏଏସ ଅଫିସର ,ପ୍ରଶାସନିକ ଅଧିକାରୀ ମାନେ ପରୀକ୍ଷା କେନ୍ଦ୍ରଗୁଡିକୁ ଯାଇ ତଦାରଖ କରୁଛନ୍ତି । ପରୀକ୍ଷାକୁ ସୁପରିଚାଳନା ପାଇଁ ସେଟ୍ରାଂଲ(ବୋର୍ଡ), ଜିଲ୍ଲାପ୍ରଶାସନ ଓ ଶିକ୍ଷାବିଭାଗ ତ୍ରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରା ଯାଇଛି । ଏଥିରେ ଅତିରିକ୍ତ ବୀରସେନ ପ୍ରଧାନ ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ତହସିଲଦାର ଗୁଣନିଧିନାୟକ, ଜିଲ୍ଲାଶିକ୍ଷାଧିକାରୀ ରମେଶଚନ୍ଦ୍ର ସେଠୀ, ଜିଲ୍ଲାବିଜ୍ଞାନ ପରିଦର୍ଶକ କୃଷ୍ଣଚନ୍ଦ୍ରବେବର୍ତା ଅନ୍ୟାନ ବିଡିଓ,ତହସିଲଦାର ଓ ଅଧିକାରୀ ମାନେ ନୋଡାଲ ଅଫିସର ଭାବେ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ଅନୁଧ୍ୟାନ କରୁଛନ୍ତି । ଆଜି ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ କଡାପୁଲିସ ସୁରକ୍ଷା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହିତ ପିଲାମାନେ ପରୀକ୍ଷା ଦେଇଥିବାର ଜଣାପଡିଛି । ୧୧ଟି ସମ୍ବେଦନଶୀଳ କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି । ଜିଲ୍ଲାର ମାଲକାନଗିରି,କାଲିମେଳା,ଏମଭି୭୯,ମୋଟୁ,ପଡିଆ, ପୋଟେରୁ, ଓର୍କେଲ, ଚିତ୍ରକୋଣ୍ଡା,ଖଇରପୁଟ, କୁଡୁମୁଲୁଗୁମ୍ମା, ମାଥିଲି ମୋଟ ୧୧ଟି ଥାନାକୁ ପ୍ରଶ୍ନପତ୍ର ରଖିବା ପାଇଁ ହବ୍ ଓ ନୋଡାଲ ସେଟଂର ଭାବେ ଚିହ୍ନଟକରା ଯାଇ ସେଠାରେ ୨୪ଘଟିଂଆ କଢାପୁଲିସ ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ଓ ବୁକଲେଟ ସୁରକ୍ଷିତ ଭାବେ ରଖା ଯାଇଛି । ୩୨ଟି ପରୀକ୍ଷା କେନ୍ଦ୍ରରେ ୩୨ଜଣ ସୁପରିଟେଣ୍ଡେଟଂ,ପ୍ରାୟ୪୦୦ରୁ ଉର୍ଦ୍ଦ ଶିକ୍ଷକ ଓ ଅନ୍ୟାନ କର୍ମଚାରି ଙ୍କୁ ନିଯୁକ୍ତି କରାଯାଇ ପରୀକ୍ଷାର ସୁପରିଚାଳନା ନିମନ୍ତେ ସୁପରିଟେଣ୍ଡେଟଂ, ଉପସୁପରି ଟଣ୍ଡେଟଂ ଜଣେ ଲେଖା ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ସମସ୍ଥ ପରୀକ୍ଷା କେନ୍ଦ୍ରରେ ଶାନ୍ତିଶୃଙ୍ଖଳାର ସହିତ ଯେପରି ପରୀକ୍ଷା ହେବ ସେଥିପ୍ରତି ଦୃଷ୍ଟି ଦେବାପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ସହ ନିଜେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି । ମାଲକାନଗିରି ଜିଲ୍ଲାର ୧୧୭ ଟି ହାଇସ୍କୁଲର ୫୬୭୪ ଜଣ ଛାତ୍ର ଛାତ୍ରୀ ଙ୍କ ପାଇଁ ଜିଲ୍ଲାର ସାତଟି ଯାକ ବ୍ଲକରେ ୩୨ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ସ୍ୱାଭିମାନ ଅଚଂଳର ପରୀକ୍ଷାର୍ଥୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୫୩୧୭ଜଣ ରେଗୁଲାର,୨୦ଜଣ ପତ୍ରବନିମୟ,୩୪୨ ଜଣ ଏକ୍ସ ରେଗୁଲାର, ୧୩ଜଣ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମଫିଲପ କରିଥିବା ବେଳେ କୌଣସି କାରଣ ଯୋଗୁ ଆଜି ପ୍ରଥମଦିନରେ ୩୩୫ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବାର ଜଣାପଡିଛି । ମାଲାକାନଗିରି ବ୍ଲକରେ ୬ଟି ପରୀକ୍ଷାକେନ୍ଦ୍ର, କାଲିମେଳା ବ୍ଲକରେ ୩ଟି,ପଡିଆ ବ୍ଲକରେ ୪ଟି, ଖଇରପୁଟ ବ୍ଲକରେ ୨ଟି,ମାଥିଲି ବ୍ଲକରେ ୫ଟି,କୋରକୁଣ୍ଡା ବ୍ଲକରେ ୮ଟି,ଚିତ୍ରକୋଣ୍ଡା ବ୍ଲକରେ ୧ଟି ପରୀକ୍ଷା କେନ୍ଦ୍ର ହୋଇଛି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳର ପଣସପୁଟ, ପାପରମେଟଲା, ବଡପଡା, ଦର୍ଲାବେଡା, ବଡପଦର ,ଆରଏସି ୬,ଆରଏସି୧୧,ଚିତ୍ରକୋଣ୍ଡା ଏସଏସଡି ଉଚ୍ଚବାଳିକା ବିଦ୍ୟାଳୟର ମୋଟ ୧୯୫ ଜଣ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି, ୩୨ଟି ପରୀକ୍ଷା କେନ୍ଦ୍ରର ପ୍ରଶ୍ନପତ୍ର ଗୁଡିକୁ ସୁରକ୍ଷିତ ଭାବେ ରଖିବା ପାଇଁ ୧୦ଟି ଥାନାରେ ନୋଡାଲ ସେଟଂର କରାଯାଇ ତ୍ରୀସ୍ତରୟୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ପରୀକ୍ଷାରେ କପି ରୋକିବା ଓ ପରୀକ୍ଷାକୁ ସୁପରିଚାଳନା ପାଇଁ ସେଟ୍ରାଂଲ(ବୋର୍ଡ), ଜିଲ୍ଲାପ୍ରଶାସନ ଓ ଶିକ୍ଷାବିଭାଗ ତ୍ରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରା ଯାଇଛି ବୋଲି ଜିଲ୍ଲାଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସେଠୀ ସୁଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.