Home ଜିଲ୍ଲା ପରିକ୍ରମା ମାଓଗଡ ବଣ୍ଡାଘାଟିର ବିଏସଏଫ କ୍ୟାମ୍ପପରିଦର୍ଶନ କରି ମାଓଦମନ ନେଇ ସମିକ୍ଷାକଲେ ପୁଲିସ ମହାନିର୍ଦ୍ଦେଶକ

ମାଓଗଡ ବଣ୍ଡାଘାଟିର ବିଏସଏଫ କ୍ୟାମ୍ପପରିଦର୍ଶନ କରି ମାଓଦମନ ନେଇ ସମିକ୍ଷାକଲେ ପୁଲିସ ମହାନିର୍ଦ୍ଦେଶକ

60

ମାଲକାନଗିରି ୭ା୩ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଖଇରପୁଟବ୍ଲକସ୍ଥ ଦୁର୍ଗମ ମାଓଗଡ ବଣ୍ଡାଘାଟି ଅଚଂଳକୁ ମାଓମୁକ୍ତ କରିବା ସହିତ ଅପହଁଚଇଲାକା ମାଓପ୍ରବଣ ଗ୍ରାମଗୁଡିକରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୁଳକ କାର୍ଯକୁ ତ୍ୱରାନିତ କରାଯିବ ବୋଲି କହିବା ସହିତ ମାଓଦମନ ରଣନିତୀ ସଂପର୍କରେ ସମୀକ୍ଷା ବୈଠକ କରିଛନ୍ତି ପଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ । ଆଜି ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡା ବଣ୍ଡାଘାଟି ରେ ଥିବା ବିଏସଏଫ କ୍ୟାମ୍ପପରିଦର୍ଶନ କରି ସୁରକ୍ଷା କର୍ମୀଙ୍କ କାର୍ଯ୍ୟପ୍ରତି ପ୍ରଶଂସା କରି ସେମାନଙ୍କ ମନୋବଳକୁ ବୃଦ୍ଧିକରିବାସହ ମାଓସ୍ଥିତି ଓ ଗତିବିଧି ସଂପର୍କରେ ବିଏସଏଫ ଯବାନ ମାନଙ୍କ ସହ ଆଲୋଚନା କରିଥିଲେ । ଏହା ବ୍ୟତିତ ବିଏସଏଫ କ୍ୟାମ୍ପ ରୁଦ୍ଧକୋଠରୀ ମଧ୍ୟରେ ମାଓଦମନ ସଂପର୍କରେ ରଣନିତୀ ପ୍ରସ୍ତୁତି ସହ ସମୀକ୍ଷା କରିଛନ୍ତି । ଗତ୧୯୯୨ ମସିହାରେ ମାଲକାନଗିରି ଜିଲ୍ଲାର ପ୍ରଥମ ଏସପି ଭାବେ ନିଯୁକ୍ତି ପାଇଥିବା ବେଳେ ଶ୍ରୀ ଅଭୟ ବଣ୍ଡା ଘାଟି ପରିଦର୍ଶନ କରିଥିଲେ , ପୁଣି ଥରେ ଦୀର୍ଘ ୨୯ବର୍ଷପରେ ଡିଜିପି ହେବାପରେ ପ୍ରଥମ ଥର କରି ଆଜି ବଣ୍ଡାଘାଟି ପରିଦର୍ଶନ କରି ବଣ୍ଡାଆଦିବାସୀ ସଂପ୍ରଦାୟଙ୍କ ସହିତ ଆଲୋଚନା କରି ବେଶ ଖୁସି ଅନୁଭବ କରିଥିଲେ । ଦୀର୍ଘ୨୯ବର୍ଷର ବ୍ୟବଧାନ ମଧ୍ୟରେ ଆଦିମ ବଣ୍ଡା ସଂପ୍ରଦାୟହ୍‌କ ମଧ୍ୟରେ ଅନେକ ପରିବର୍ତନ ଓ ବଣ୍ଡା ଘାଟିରେ ବାକାଶ ହୋଇପାରିଛି ବୋଲି ଡିଜିପି କହିଥିଲେ । ଗ୍ରାମର ବଣ୍ଡା ମହିଳା ମାନେ ପାରମ୍ପାରିକ ପୋଷାକ ନୃତ୍ୟ ମଧ୍ୟରେ ଖୁସି ହୋଇ ଡିଜିପି ଙ୍କୁ ଫୁଲଚନ୍ଦନ ଦେଇ ବନ୍ଧାଇ ଗାଁ ଭିତରକୁ ପାଛୋଟି ନେଇଥିଲେ । ବଣ୍ଡାଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଲୁଗା, କମ୍ବଳ,ପିଲାମାନଙ୍କୁ ପୋଷାକ,ସ୍କୁଲ ବ୍ୟାଗ ଓ ଖେଳ ସାମଗ୍ରୀ ଡିଜିପି ବାଟିଂଥିଲେ । ି ମାଓଦମନ ର ରଣନିତୀ ସହ ଦୁର୍ଗମ ବଣ୍ଡାଘାଟି ଓ ସ୍ୱାଭିମାନ ଅଚଂଳର ଉନ୍ନୟନ ମୁଳକ କାର୍ଯ୍ୟକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଡିଜିପି ଶ୍ରୀ ଅଭୟଙ୍କ ସହ ଆଇଜ ିଅପରେସନ ଅମିତାଭ ଠାକୁର,ଏସଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂ,ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀ, ବିଏସଏଫ କମାଣ୍ଡେଂଟ ଙ୍କ ସହିତ ଅନ୍ୟାନ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଇତି ମଧ୍ୟରେ ମାଓଗଡ ଭାବେ ପରିଚିତ ଦୁର୍ଗମ ବଣ୍ଡା ଘାଟିରେ ଦୁଇଟି ବିଏସଏଫ ପ୍ରତିଷ୍ଠା ହୋଇସାରିଛି, ସୁରକ୍ଷା କର୍ମୀ ଙ୍କ କଡାପ୍ରହରା ରେ ମାଓପ୍ରବଣ ଇଲାକାରେ ଅନେକ ଗୁଡିଏ ନୂତନ ରାସ୍ତା,ସ୍କୁଲଘର, ଅଙ୍ଗନଓ୍ୟାର୍ଡି କେନ୍ଦ୍ର,ଏହା ଦ୍ୱାରା ବଣ୍ଡା ଘାଟି ଅଚଂଳରେ ମାଓସମସ୍ୟା ହ୍ରାସହେବାସହିତ ସେଠାରେ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟା ତ୍ୱରାନିତ ହୋଇଛି । ପୁବ ର୍ଅପେକ୍ଷା ମାଲକାନଗିରି ଜିଲ୍ଲାରେ ମାଓହିଂସା କମିଛି,ପୁଲିସ ଦ୍ୱାରା ବହୁ ମାଓବାଦୀଙ୍କ ଦୁର୍ଗଭୁଷିଡିପଡିବା ସହିତ ଅନେକ ମାଓବାଦୀ ହିଂସା ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି,ବଣ୍ଡା ଘାଟି ଓ ସ୍ୱାଭିମାନ ଅଚଂଳର ଉନ୍ନୟନମୁଳକ କାର୍ଯ୍ୟାପାଇଁ ଆବଶ୍ୟକତା ପଡିଲେ ମାଓପ୍ରବଣ ଅଚଂଳରେ ଅଧିକ ପୁଲିସ କ୍ୟାମ୍ପ ଓ ଥାନା ସ୍ଥାପନ କରାଯିବ,ଏହାବ୍ୟତିତ ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇ ସରକାରଙ୍କ ସମସ୍ତ ପ୍ରକାର ଯୋଜନାର ସୁଫଳ ନେବା ପାଇଁ ମାଓବାଦୀ କ୍ୟାର୍ଡରମାନଙ୍କୁ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଆହ୍ୱାନ ଦେଇଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.