Home ଓଡ଼ିଶା ମାଓଗଡ଼ ଇଲାକା ଗାଁ ରେ ବିଏସଏଫ ଯବାନ ଙ୍କ ଜନ ସମ୍ପର୍କ ଶିବିର

ମାଓଗଡ଼ ଇଲାକା ଗାଁ ରେ ବିଏସଏଫ ଯବାନ ଙ୍କ ଜନ ସମ୍ପର୍କ ଶିବିର

56

ମାଲକାନଗିରି,୧୩/୧ଓଡ଼ିଆପୁଅ।ଆଜି ମାଲକାନଗିରି ଜିଲ୍ଲା ମାଥିଲି ଥାନା ସ୍ଥ ମାଓ ପ୍ରବଣ ଟେମୁରପଲି,କିଆଙ୍ଗ ଗ୍ରାମରେ ବିଏସଏଫ ଯାବନ ମାନେ ଜନ ସମ୍ପର୍କ ଶିବିର ର ଆୟୋଜନ କରିବା ସହିତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି । ମାଲକାନଗିରି ଜିଲ୍ଲାରେ ବିଏସଏଫ ବାହିନୀ ପକ୍ଷରୁ ବିଭିନ୍ନ ମାଓପ୍ରବନ ଅଞ୍ଚଳରେ ଜନ କଲ୍ୟାଣ କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି । ଏଣିକି ଆଣ୍ଟି ନକ୍ସଲ ଅପରେସନ ସହ ବିଏସଏଫ ବାହିନିର ଯବାନ ମାନେ ପ୍ରତି ମାସରେ ଗୋଟିଏ ଆଦିବାସି ଗାଁରେ ଜନ କଲ୍ୟାଣ କାର୍ଯ୍ୟକ୍ରମ ଅୟଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।ଗରିବ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇବା ସହ ଘରୋଇ ସାମଗ୍ରୀ ଓ ଖାଦ୍ୟ ବସ୍ତ୍ର ବଣ୍ଟନ କରାଯିବା ର ବ୍ୟବସ୍ଥା କରିଛନ୍ତି । ଏହି ପର୍ଯ୍ୟାୟରେ ଆଜି ପ୍ରଥମେ ମାଓ ପ୍ରବଣ ସ୍ୱାଭିମାନ ଅଞ୍ଚଳ ର ଆନ୍ଧ୍ର ଓଡିଶା ସୀମାନ୍ତ ଗାର୍ଗୀପଦର ଗ୍ରାମ ସହିତ ଓଡିଶା ଛତିଶଗଡ଼ ସୀମାନ୍ତ ଟେମୁରପାଲ୍ଲୀ ଓ କିଆଙ୍ଗ ଗାଁରେ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ । ଏହି ଗ୍ରାମ ସବୁ ମାଓବାଦୀଙ୍କ କବଜାରେ ରହିଛି । ମାଓଗଡ଼ ଗାଁର ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଥିଲେ ଦିନେ ମାଓବାଦୀ ସମର୍ଥକ । ପୋଲିସ ଗାଁ ପାଖକୁ ମଧ୍ୟ ଯାଇ ପାରୁନଥିଲା । ତେବେ ମାଲକାନଗିରି ପୋଲିସର ଉଦ୍ୟମରେ ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳ ସହ ମାଥିଲି ବ୍ଲକର ଟେମୁରପାଲ୍ଲୀ, ଓ କିଆଙ୍ଗ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ସ୍ଥାପନ ହେବା ପରେ ଗାଁର ଚିତ୍ର ବଦଳିଛି । ଯେଉଁଠି ଦିନେ ମାଓବାଦୀ ମାନେ ବନ୍ଦୁକ ଧରି ବୁଲୁଥିଲେ ସେଠାରେ ଆଜି ପୋଲିସ ଓ ବିଏସଏଫ ଯବାନ ମାନେ ଗାଁ ଗୁଡିକରେ ଜନକଲ୍ୟାଣ କାର୍ଯ୍ୟ କରି ବୁଲୁଛନ୍ତି । ତେବେ ମାଓବାଦୀ ମାନେ ଆଦିବାସି ମାନଙ୍କୁ ଭୟବିତ କରି ନିଜ କବଳରେ ରଖୁଥିବା ବେଳେ ଯବାନ ମାନେ କିନ୍ତୁ ଏବେ ଆଦିବାସିଙ୍କ ନିକଟତର ହୋଇ ସେମାନଙ୍କ ସୁଖ ଦୁଖଃରେ ସାମିଲ ହୋଇଛନ୍ତି । ଯେଉଠି ଗରିବ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇବା ସହ ଘରୋଇ ସାମଗ୍ରୀ ଓ ଖାଦ୍ୟ ବସ୍ତ୍ର ବଣ୍ଟନ କରାଯାଇ ଆଦିବାସି ଲୋକଙ୍କ ସହ ମିଶି ପୋଲିସ, ବି.ଏସ.ଏଫର ଯବାନ ମାନେ ଭୋଜିଭାତ କରି ଖାଇଥିଲେ । ପରେ ଗାଁର ସମସ୍ତ ଲୋକଙ୍କ ସ୍ବାସ୍ଥ୍ୟ ପରିକ୍ଷା କରାଯାଇ ମାଗଣା ଔଷଧ ଦିଆଯାଇଥିଲା । ଏହା ସହ ଲୋକଙ୍କୁ ଶିତ ବସ୍ତ୍ର ଚାଷ ସାମଗ୍ରୀ ଓ ଘରୋଇ ଉପକରଣ ମଧ୍ୟ ବଣ୍ଟନ କରାଯାଇଥିଲା । ଜବାନ ମାନେ ସେମାନଙ୍କ ନିକଟରେ ପହଞ୍ଚି ଏହି ସବୁ ବଣ୍ଟନ କରିଥିବାରୁ ବେଶ ଖୁସି ବ୍ୟକ୍ତ କରିଛନ୍ତି ଆଦିବାସି ମାନେ । ଏବେ ଆଉ ବନ୍ଧୁକର ଗୁଳି ନୁହେଁ ବରଂ ଆଦିବାସି ଲୋକଙ୍କ ନିକଟତର ହୋଇ ମାଓବାଦୀ ସମସ୍ୟାର ସମାଧାନ କରିବାର ନୁତନ କୌଶଳ ଆପଣେଇଛନ୍ତି ସୁରକ୍ଷା ବାହିନି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.