Home ଜିଲ୍ଲା ପରିକ୍ରମା ମାଓଗଡରେ ମତଦାନ,ଦୀର୍ଘ ବର୍ଷପରେ ମାଓପ୍ରବଣ ବଡିଗେଟା ପଚାଂୟତବାସୀ ଭୋଟଦେବାର ସୁଯୋଗ ପାଇଲେ

ମାଓଗଡରେ ମତଦାନ,ଦୀର୍ଘ ବର୍ଷପରେ ମାଓପ୍ରବଣ ବଡିଗେଟା ପଚାଂୟତବାସୀ ଭୋଟଦେବାର ସୁଯୋଗ ପାଇଲେ

465

ମାଲକାନଗିରି, ୧୧ା୪ (ଓଡିଆ ପୁଅ  )ଦୀର୍ଘବର୍ଷହେଲା କାଲିମେଳା ବ୍ଲକସ୍ଥ ବଡିଗେଟା ପଚାୟଂତ ବାସୀ ମାଓବାଦୀମାନଙ୍କ ଭୟରେ ଭୋଟ ଦେଇପାରୁନଥିଲେ । ଚଳିତ ନିର୍ବାଚନରେ ମାଓଗଡରେ ମତଦାନ ହୋଇପାରିଛି । ମାଓଗଡ ବଡିଗେଟା ଭୋଟକେନ୍ଦ୍ରରେ କଡାପୁଲିସ ସୁରକ୍ଷା ବଳୟରେ  ଶତାଧିକ ଆଦିବାସୀ ପୁରଷ ଓ ମହିଳା ମାନେ ଲମ୍ବାଧାଡିରେ ଭୋଟ କେନ୍ଦ୍ରକୁ ଯାଇ ନିର୍ଭୟରେ ନିଜ ନିଜ ମତଦାନ ସାବ୍ୟସ୍ତକରିଛନ୍ତି । ଏହି ବୁଥରେ ୧୦୫୬ ଭୋଟର ରହିଛନ୍ତି ।ଏକଦା ମାଲକାନଗିରି ଜିଲ୍ଲାର ମାଓଗଡ ଭାବେ ଚିରପରିଚିତ ବଡିଗେଟା ପଚାଂୟତର ମାରିଗେଟା, ବଡିଗେଟା, ସାରିଗେଟା,ବଡଟେକଗୁଡା, ସାନ ଟେକଗୁଡା ଗ୍ରାମବାସୀ ମାଓବାଦୀଙ୍କ ଭୟରେ ଦୀର୍ଘ ୩୦ବର୍ଷ ଧରି ଭୋଟଦାନରୁ ବଚିଂତ ହୋଇ ଆସୁଥିଲେ । ସେହି ସବୁ ଗ୍ରାମ ପାହଡ ଘଚଂଜଙ୍ଗଲଘେରା ଅପହଁଚ ଇଲାକାରେ ହୋଇଥିବା ସେହି ଗ୍ରାମକୁ ଭଲରାସ୍ତା ଟିଏ ନଥିବାରୁ ମାଓବାଦୀ ମାନେ ପାଖଜଙ୍ଗଲରେ ଆଶ୍ରୟ ସ୍ଥଳ କରି ସେହି ସବୁଗ୍ରାମବାସୀ ମାନଙ୍କୁ ଭୟଦେଖାଇ ସେମାନଙ୍କ ସଂଗଠନରେ ସାମିଲ କରିଥାନ୍ତି । ବଡିଗେଟା,ଟେକଗୁଡା ଗ୍ରାମ ମୁଣ୍ଡରେ ମାଓବାଦୀ ମାନେ ବିରାଟ ବିରାଟ ମାଓବାଦୀ ଶହୀଦ ସ୍ତମ୍ବ ନିର୍ମାଣକରି ପୁଲିସ ପ୍ରଶାସନକୁ ଚ୍ୟାଲେଜଂ ଦେଇଥିଲେ । ସେହି ସବୁ ଗ୍ରାମ ମାଓବାଦୀଙ୍କ କବଜ୍ଜାରେ ଥିବାରୁ ସେଠାକୁ ନିର୍ବାଚନ ସମୟରେ ପୁଲିଂପାର୍ଟି ଯିବାକୁ ଭୟକରୁଥିବାରୁ କେବଳ ବଡିଗେଟା ପଚାଂୟତରେ ଭୋଟକେନ୍ଦ୍ର ଟିଏ ଲୋକଦେଖାଣିଆ ଭାବେ ହୋଇଥାଏ , ଯିଏ ଭୋଟ ଦେବ ଯା ଆଙ୍ଗୁଳି  ରେ କାଳି ଚିହ୍ନଦେଖିବାକୁ ମିଳିବ ତା ହାତ କାଟିଦିଆ ଯିବ ବୋଲି ପୁର୍ବରୁ ମାବାଦୀ ମାନେ ଗ୍ରାମବାସୀ ମାନଙ୍କୁ ଧମକ ଦେଉଥିବାରୁ ସେହି ସବୁ ଗ୍ରମବାସୀ ଭୟରେ ଭୋଟଦେବାକୁ ଯାଇନ ଥାନ୍ତି । ମାଓପ୍ରବଣ ଅଚଳର ଅଧିକାଂଶ ଲୋକ ଭୋଟ କଣ ଜାଣନ୍ତି ନାହିଁ ।  ଚଳିତ ବର୍ଷ ସେହି ସବୁ ଗ୍ରାମବାସୀ ମାନଙ୍କର ଭୟଦୂରକରିଦେଇଛି ଜିଲ୍ଲାପୁଲିସ ପ୍ରଶାସନ ସେଠାରେ ଏକ ବିଏସଏଫ କ୍ୟାମ୍ପପ୍ରତିଷ୍ଟା ହେବା ପରେ ମାଓବାଦୀ ମାନେ ଛତ୍ରଭାଙ୍ଗଦେଇ ଅନ୍ୟତ୍ର ଜଙ୍ଗଲକୁ ପଳାଇଛନ୍ତି । ସେଠାରେ ବିଏସଏଫ କ୍ୟାମ୍ପ ହେବା ଓ ମାଓବାଦୀ ମାନେ ସେ ଗାଁରୁ ପଳାଇବା ର ଦେଖି ଗ୍ରାମବାସୀ ମାନଙ୍କ ମନରୁ ଭୟଦୂର ହୋଇ ଯାଇଛି, ଆଜି ସକାଳ ୭ଟା ଠାରୁ ବଡିଗେଟା, ଟେକଗୁଡା, ସାନଟେକଗୁଡା, ମାରିଗେଟା, ସାରିଗେଟା ଗ୍ରାମ ଶତାଧିକ ଆଦିବାସୀ ମହିଳା ଓ ପୁରଷ ଭୋଟକେନ୍ଦ୍ରକୁ ଆସି ନିର୍ଭୟରେ ଭୋଟଦେଇଥିବାର ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.