Home ଜିଲ୍ଲା ପରିକ୍ରମା ମାଉଲି ମା ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ନିମନ୍ତେ କଳସ ଶୋଭାଯାତ୍ରା

ମାଉଲି ମା ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ନିମନ୍ତେ କଳସ ଶୋଭାଯାତ୍ରା

114

ମାଲକାନଗିରି,୨୪ା୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ମାଉଲିଗୁଡି ସାହିରେ କେଉଁ ଆବାହନ କାଳରୁ ମା ମାଉଲି ମା ଙ୍କ ପୁରଣା ମନ୍ଦିର ରହିଥିଲା,ଗ୍ରାମବାସୀ ମାନଙ୍କ ପ୍ରଚେଷ୍ଠାରେ ପ୍ରାୟ ଏକ କୋଟି ରୁ ଉର୍ଦ୍ଦଟଙ୍କା ବ୍ୟୟରେ ନିର୍ମିତ ଅତ୍ୟାଧୁନିକ ଶୈଳୀର ମନ୍ଦିର ନିର୍ମାଣ କାର୍ଯ୍ୟ ସରି ଯାଇଛି, ସେହି ମନ୍ଦିର ଓ ବିଗ୍ରହ ପ୍ରତିଷ୍ଟା ଉତ୍ସବ ନିମନ୍ତେ ଆଜି କଳସ ଶୋଭାଯାତ୍ରା ସହରରେ ପରିକ୍ରମା କରି ମନ୍ଦିର ପ୍ରଙ୍ଗଣରେ ପହଁଚିବା ପରେ ରୋଜପୌରହିତ ବିନାୟକ ସତପଥୀ କଳସ ଗୁଡିକୁ ପ୍ରତିଷ୍ଠା କରି ପୁଜା ପାଠକରିଥିଲେ । ଆସନ୍ତା କାଲିଠାରୁ ୨୭ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଷ୍ଟା ଉତ୍ସବ ଚାଲିବ,ଆସନ୍ତା କାଲି ପ୍ରାତରେ ଷଷ୍ଠ କର୍ମ,ସୂର୍ଯ୍ୟପୂଜା,ଗୋ ପୂଜା,ଶ୍ୟାଲା ପ୍ରବେଶ,ଅଗ୍ନିସଂସ୍କାର,ବନ ଯୋଗ୍ୟ,ସର୍ବଦେବା ଦେବୀଙ୍କ ଆବାହନ,ହୋମ ପୁଷ୍ପାଜଂଳି,ନାମ ଯଜ୍ଞ,ଅଣ୍ଣ ର୍ ଯଜ୍ଞ କରାଯିବ ବୋଲି ମା ମାଉଲି ମା ପୁଜାକମଟି ଓ ରାଜପୈରହିତ ବିନାୟକ ସତପଥୀ ସୁଚନା ଦେଇଛନ୍ତି । ଆଜିର କଳସ ଶୋଭା ଯାତ୍ରାରେ ଶତାଧିକ ମହିଳାମାନେ ବାଲିସାଗର ବନ୍ଧରୁ ପବିତ୍ର ଜଳ କଳସରେ ଭରି ପାରମ୍ପାରିକ ଆଦିବାସୀ କୋୟାନୃତ୍ୟରେ ତାଳେ ତାଳେ ଶୋଭା ଯାତ୍ରାରେ ସହରପରିକ୍ରମା କରିଥିଲେ । ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ରାତ୍ରରେ ଭିନ୍ନକ୍ଷମ କଳାକାର ମାନଙ୍କ ଦ୍ୱାରା ଭଜନ ସମାରୋହର ଆୟୋଜନ କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.