Home Top News ମାଇକ୍ରୋୱେଭରୁ ଦୁଇମାସର ଶିଶୁ ମୃତ ଘଟଣା : ମା’ ମାନିଲା, ଗିରଫ

ମାଇକ୍ରୋୱେଭରୁ ଦୁଇମାସର ଶିଶୁ ମୃତ ଘଟଣା : ମା’ ମାନିଲା, ଗିରଫ

72

ନୂଆ ଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ) ଅବିଶ୍ୱାସନୀୟ, ଜଣେ ମା’ କିପରି ଏହା କରିପାରେ? ସୋମବାର ଦିନ ଦକ୍ଷିଣ ଦିଲ୍ଲୀର ଚିରାଗ ଦିଲ୍ଲୀରେ ମାଇକ୍ରୋୱେଭ୍ ଓଭାନ ଭିତରେ ଦୁଇ ମାସର ଶିଶୁ କନ୍ୟାର ମୃତଦେହ ମିଳିଥିଲା। ଡେପୁଟି କମିଶନର ଅଫ୍ ପୋଲିସ୍ (ଦକ୍ଷିଣ) ବିନୀତା ମେରି ଜାଇକରଙ୍କ ଅନୁଯାୟୀ, ସେମାନେ ଶିଶୁର ମୃତ୍ୟୁ ବିଷୟରେ ପ୍ରାୟ ୩.୧୫ ମିନିଟରେ ସୂଚନା ପାଇଥିଲେ ଏବଂ ସମସ୍ତ ସମ୍ଭାବନା ଉପରେ ନଜର ରଖିଥିଲେ। ସେ କହିଥିଳେ ଯେ, ଅଜ୍ଞାତ ଲୋକଙ୍କ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। କିନ୍ତୁ ସଂଧ୍ୟାରେ ଦକ୍ଷୀଣ ଦିଲ୍ଲୀ ଡିସିପି ବିନୀତା ମେରି ଜାଇକର ପ୍ରକାଶ କରିଛନ୍ତିଯେ, “ଆମ ପାଖରେ ସମସ୍ତ ପରିସ୍ଥିତିର ପ୍ରମାଣ ଅଛି, ୨୬ ବର୍ଷ ବୟସ୍କା ମା’ ଡିମ୍ପଲ୍ ସ୍ୱୀକାର କରିଛନ୍ତି। ଆମେ ମଧ୍ୟ ମା’କୁ ଗିରଫ କରିଛୁ।”

ଏହା ସହିତ ଡିସିପି ପ୍ରକାଶ କରିଛନ୍ତିଯେ, “ଶିଶୁର ପିତା ଗୁଲଶନ ଏବଂ ମା’ ଡିମ୍ପଲ କୌଶିକଙ୍କୁ ପୋଲିସ ଷ୍ଟେସନରେ ପଚରାଉଚରା କରାଯାଇଛି।”

ସୂଚନାଯୋଗ୍ୟଯେ, ଆଜି ରାଜଧାନୀ ଦିଲ୍ଲୀରେ ଗୋଟିଏ ଦୁଇମାସର ଶିଶୁର ମୃତଦେହ ନିଜ ଘର ମାଇକ୍ରୋୱେଭ ଓଭାନରୁ ମିଳିବା ସମସ୍ତଙ୍କୁ ଚକିତ କରିଦେଇଥିଲା। ତେବେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ଏହି ମାମଲାରେ ମୁଖ୍ୟ ଭାବେ ସନ୍ଦେହ ଶିଶୁର ମାଆ ଉପରେ କରାଯାଉଥିଲା। ପୋଲିସ୍ର ପ୍ରାଥମିକ ତଦନ୍ତ ଅନୁଯାୟୀ, ଶିଶୁ କନ୍ୟାର ଜନ୍ମ ଚଳିତ ବର୍ଷ ଜାନୁଆରୀରେ ହୋଇଥିଲା ଏବଂ ଶିଶୁ କନ୍ୟା ଅନନ୍ୟା ଜନ୍ମ ହେବା ପରଠାରୁ ମା’ ଡିମ୍ପଲ କୌଶିକ ବିରକ୍ତ ମନୋଭାବ ପ୍ରକାଶ କରିଆସୁଥିଲେ। ଅବଶ୍ୟ ଦମ୍ପତ୍ତିଙ୍କର ଏକ ଚାରି ବର୍ଷର ବାଳକ ସନ୍ତାନ ଅଛି। ଇତି ମଧ୍ୟରେ ଶିଶୁର ବାପା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଘଟଣାସ୍ଥଳରେ ନଥିଲେ। ସେମାନେ ବାସଭବନ ନିକଟରେ ଥିବା ନିଜର ତେଜରାତି (କିରାଣା) ଦୋକାନରେ ଥିଲେ।

ପଡ଼ୋଶାଙ୍କର କହିବା ଅନୁଯାୟୀ, ମା ତାଙ୍କ ବଡ ପୁଅ, ଚାରି ବର୍ଷର ବାଳକକୁ ୩ ଟା ସମୟରେ ମାଡ଼ ମାରିଥିଲେ। ଏହା ପରେ ସେ ନିଜକୁ ଏବଂ ପୁଅକୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ।

ପରେ ପଡ଼ୋଶୀମାନେ କବାଟ ଭାଙ୍ଗି ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ଇତି ମଧ୍ୟରେ ସେମାନେ ଜାଣିବାକୁ ପାଇଲେ ଯେ, ଶିଶୁ କନ୍ୟା ନିଖୋଜ ଅଛି।

ଶିଶୁର ଜେଜେବାପା ଗଣମାଧ୍ୟମକୁ କହିଛନ୍ତି ଯେ, ତଳ ମହଲାରେ ଶୋଇଥିଲି ଏବଂ ମୁଁ ପାଟି ଶୁଣି କନ୍ୟା ନିଖୋଜ ହେବା ମୋତେ କୁହାଯାଇଥିଲା। ଆମେ ସମସ୍ତେ ସେହି ଅଞ୍ଚଳରେ ବିଭିନ୍ନ ଘର ଏବଂ ଟାଙ୍କି ଏବଂ ଟେରାସ ଖୋଜୁଥିଲୁ କିନ୍ତୁ କିଛି ସମୟ ଅତିବାହିତ ହେବା ପରେ କିଛି ବାଳକ ଟେରାସକୁ ଯାଇ ଦେଖିଲେଯେ, ଏକ ପୁରୁଣା ମାଇକ୍ରୋୱେଭ ଚୁଲିରେ ଶିଶୁର ମୃତ ଦେହ ପଡ଼ିଛି। ଏହା ପରେ ପୋଲିସ୍ କୁ ଖବର ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.