Home ଜିଲ୍ଲା ପରିକ୍ରମା ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବର ୭ମ ସନ୍ଧ୍ୟା, ଉତ୍କଳ କେଶରୀ ମାଟିରେ ପାଦ ଥାପିବା ପରମ ସୌଭାଗ୍ୟ-...

ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବର ୭ମ ସନ୍ଧ୍ୟା, ଉତ୍କଳ କେଶରୀ ମାଟିରେ ପାଦ ଥାପିବା ପରମ ସୌଭାଗ୍ୟ- ମାନବାଧିକାର କମିଶନର

47

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆର.ସି.ଏନ. ମିଡ଼ିଆ ପ୍ରାୟୋଜିତ ଅଷ୍ଟମ ବାର୍ଷିକୀ ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବର ୭ମ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଆଗରପଡ଼ା ହେମପଦ୍ମ ଗାଲାକ୍ସି ଠାରେ ଚାଲିଥିବା ଏହି ମହୋତ୍ସବର ସନ୍ଧ୍ୟାରେ ଉଦଘାଟକ ଭାବେ ଓଡ଼ିଶା ମାନବାଧିକାର କମିଶନର ସଦସ୍ୟ ଅସୀମ ଅମିତାଭ ଦାସ ଯୋଗଦେଇ ଉତ୍କଳ କେଶରୀ ଡ଼ଃ ମହତାବଙ୍କ ଜନ୍ମମାଟି ଆଗରପଡ଼ାରେ ଏଭଳି ମହୋତ୍ସବର ଆୟୋଜନକୁ ଭୂୟସୀ ପ୍ରଶଂସା କରିବା ସହିତ ତାଙ୍କର ଏଥିରେ ଯୋଗଦାନ ପରମ ସୌଭାଗ୍ୟ ବୋଲି କହିଥିଲେ। ଏ ମାଟି ଦିନେ ସାରା ଓଡ଼ିଶାକୁ ଦିଗଦର୍ଶନ ଦେଉଥିବା ବେଳେ ଏହାର ଦାୟାଦ ତାଙ୍କ ସ୍ମୃତିକୁ ଉଦଜୀବିତ କରି ରଖିଥିବାରୁ ଧନ୍ୟବାର୍ଦହ ବୋଲି କହି ଉତ୍ସାହିତ କରିଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଫୁଲ ସାମଲ ଯୋଗଦେଇ ଆଗରପଡ଼ା ମାଟି ଡ଼ଃ ହରେକୃଷ୍ଣ ମହତାବଙ୍କୁ ଜନ୍ମ ଦେଇଥିବାରୁ ଓଡ଼ିଶା ଗର୍ବିତ। ସ୍ୱାଧୀନତା ପ୍ରାପ୍ତି ସମୟରେ ବିନା ରକ୍ତପାତରେ ଗଢଜାତ ମିଶ୍ରଣ କରିବାର ଚିନ୍ତାଧାର ଡ଼ଃ ମହତାବଙ୍କ ମାନସ ଯୋଜନା, ଯାହାକି ସେ ନୀଳଗିରିକୁ ଓଡ଼ିଶା ସହିତ ମିଶ୍ରଣ କରି କାର୍ଯ୍ୟରେ ଦେଖାଇଥିଲେ। ସେହି ଯୋଜନାରେ ଆକୃଷ୍ଟ ହୋଇ ଲୌହ ମାନବ ପଟେଲ ଗଢଜାତ ମିଶ୍ରଣକୁ କାର୍ଯ୍ୟକାରୀ କରି ବିଶାଳ ଭାରତ ଗଠନରେ ସହାୟକ ହୋଇଥିଲେ।

ତେଣୁ ଭାରତକୁ ସ୍ୱାଧୀନତା ଆଣିବାରେ ଏ ମାଟିର ଯୋଗଦାନ ସ୍ୱର୍ଣ୍ଣକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ୧୪ ନଂ ଜିଲ୍ଲା ପରିଷଦ ସଭ୍ୟା ରୁନୀତା ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ଯୁବ ବିଜେଡ଼ି ସଭାପତି ସତ୍ୟସାଧନ ବେଜ, ଆଇନଜୀବି ରାଧା ଦାସ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ। ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ଖବରଦାତା ହେମନ୍ତ ସିଂହ ଅତିଥି ପରିଚୟ ସ୍ୱାଗତ ଅଭିଭାଷଣ ରଖିଥିଲେ। ହାଇକୋର୍ଟର ଆଇନଜୀବି ମନୋଜ ରାୟ ସଭାପତିତ୍ୱ କରିଥିଲେ। ଏହି ଅବସରରେ ଶହୀନଦନଗର ବଜରଙ୍ଗ ଦଳ, ସ୍ତମକାର ସୁବୋଧ କୁମାର ସାହୁ, କୃତ୍ତି ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ସିଂହ ଓ ଚିତ୍ର ଶିଲ୍ପୀ ନମିତା ବେହରାଙ୍କୁ ସମ୍ପର୍ଦ୍ଧନା ପତ୍ର, ଟ୍ରଫି, ଉତ୍ତୋରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଚାର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆର୍ନ୍ତଜାତୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶୁଭେନ୍ଦୁ ଲେଙ୍କାଙ୍କ ମଞ୍ଚ ଉପସ୍ଥାପନାରେ ନୃତ୍ୟ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉପ-ସଭାନେତ୍ରୀ ମମତା ମହାନ୍ତି, ସହ ସମ୍ପାଦକ ଗୋପାଳ କୃଷ୍ଣ ଦାଶ, ଉପଦେଷ୍ଟା ମନ୍ମଥ ଦାସ, ରଥ ବେହେରା, ରବିନ୍ଦ୍ର ପଣ୍ଡା, ଉପ-ସଭାପତି ଅମୀୟରଞ୍ଜନ ରାମ, ଅଶୋକ କୁମାର ପରିଡ଼ା, ଚିତ୍ତରଞ୍ଜନ ଦାସ, ନିହାର ସାହୁ, ମାନସ ରାୟ, ଦିପକ ପୁରୀ, ଆମ୍ରପଲ୍ଲୀ ଗାହାଣ, ଶ୍ୟାମ ସୁନ୍ଦର ଦାସ, ହରିହର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.