Home ଜିଲ୍ଲା ପରିକ୍ରମା ମାଁ ମାଁଉଲି ମାଆଙ୍କ ବିଗ୍ରହ ପ୍ରତିଷ୍ଠା ଓ ଦେବାଦେବୀଙ୍କ ଲାଠିପୂଜା ଉଦଯାପିତ

ମାଁ ମାଁଉଲି ମାଆଙ୍କ ବିଗ୍ରହ ପ୍ରତିଷ୍ଠା ଓ ଦେବାଦେବୀଙ୍କ ଲାଠିପୂଜା ଉଦଯାପିତ

212

ମାଲକାନଗିରି,୨୭ା୧ (ଓଡିଆ ପୁଅ ) ଗତ୪ଦିନ ଧରି ଚାଲିଥିବା ମାଁ ମାଁଉଲୀ ମାଆଙ୍କ ପ୍ରାସାଦ,ବିଗ୍ରହ ପ୍ରତିଷ୍ଠା ଓ ଦେବାଦେବୀଙ୍କ ଲାଠିପୁଜା ଉତ୍ସବ ଆଜି ଆଡମ୍ବର ସହକାରେ ଉଦଯାପିତ ହୋଇଯାଇଛି । ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ମାଉଲିଗୁଡି ସାହିରେ କେଉଁ ଆବାହନ କାଳରୁ ମାଁ ମାଁଉଲି ମାଆ ଙ୍କ ପୁରଣା ମନ୍ଦିର ରହିଥିଲା,ଗ୍ରାମବାସୀ ମାନଙ୍କ ପ୍ରଚେଷ୍ଠାରେ ପ୍ରାୟ ଏକ କୋଟି ରୁ ଉର୍ଦ୍ଦଟଙ୍କା ବ୍ୟୟରେ ନିର୍ମିତ ଅତ୍ୟାଧୁନିକ ଶୈଳୀର ମନ୍ଦିର ନିର୍ମାଣ ହୋଇଥିବାରୁ ସେହି ମନ୍ଦିର ଓ ବିଗ୍ରହ ପ୍ରତିଷ୍ଟା ଉତ୍ସବ ଗତ୨୩ତାରିଖ ଠାରୁ ଆରମ୍ଭ ହୋଇ ଆଜି ବିଗ୍ରହ ମନ୍ଦିରରେ ପ୍ରବେଶ କରିଛନ୍ତି । ମାଁ ମାଁଉଲିଙ୍କ ବିଗ୍ରହ ପ୍ରତିଷ୍ଠା ପାଇଁ ଜିଲ୍ଲାର ୫୦ଟି ଗ୍ରାମର ବିଭିନ୍ନ ଦେବାଦେବୀ ପୀଠରୁ ଲାଠୀଗୁଡିକ ସୋଭା ଯାତ୍ରାରେ ଆସି ମାଁ ଙ୍କ ପିଠରେ ପହଁଚିବା ପରେ ପୂଜାପାଇଥିଲେ । ଲାଠୀ ଓ ମା ଙ୍କ ନିକଟରେ ପାରମ୍ପାରିକ ବାଦ୍ୟର ତାଳେ ତାଳେ ଦିଶାରୀ, ପୁଜାରୀ, ଗୁଣିଆ,ଓ୍ୟାର୍ଡେ ମାନେ କାଳସୀ ଭକ୍ତିରେ ନୃତ୍ୟ ପରିବଷେଣ କରିଥିଲେ । ଆଜି ବିଗ୍ରହ ପ୍ରତିଷ୍ଠାର ଉଦଯାପନୀ ଉତ୍ସବ ଅବସରରେ ପ୍ରାତ ଷଷ୍ଠ କର୍ମ,ସୂର୍ଯ୍ୟପୂଜା,ଦ୍ୱାରାପୂଜା,ଗୋ ପୂଜା,ଶ୍ୟାଲା ପ୍ରବେଶ,ଅଗ୍ନିସଂସ୍କାର,ବନ ଯୋଗ୍ୟ,ସର୍ବଦେବା ଦେବୀଙ୍କ ଷୋଡଷ ଉପଚାର ପୁଜା,ଆବାହନ,ହୋମ ପୁଷ୍ପାଜଂଳି,ନାମ ଯଜ୍ଞ,ଅଣ୍ଣ ର୍ ଯଜ୍ଞ,ଦେବୀଙ୍କ ମନ୍ଦିର ପ୍ରବେଶ ପୂଣ୍ଣ ର୍ାହୂତୀ,ପୁଷ୍ପାଜଂଳି,ପ୍ରସାଦ ସେବନ, ସବ ର୍ଦେବା ଦେବୀ ଙ୍କ ବିଷର୍ଜନ ପୂଜା କରାଯାଇଥିଲା । ମାଲକାନଗିରିର ରାଜପୈରହିତ ପଣ୍ଡିତ ବିନାୟକ ସତପଥୀ ଙ୍କ ନେତୃତ୍ୱରେ ପଣ୍ଡିତ ଅମରେନ୍ଦ୍ର ମିଶ୍ର,ହରେକୃଷ୍ଣ ପଣ୍ଡା,ରାଜେଶ ସତପଥୀ,ଦେବାଶିଶ ମିଶ୍ର,ରାକେଶ ସତପଥୀ, ଜଗନ୍ନାଥ ସତପଥୀ,ବାଲାପଣ୍ଡା ପ୍ରମୁଖ ପଣ୍ଡିତ ମାନେ ପୂଜାପାଠ ସହ ଯଜ୍ଞରେ ପୂଣ୍ଣ ର୍ାହୁତୀ ଦେଇଥିଲେ । ମନ୍ଦିର ପରିଚାଳନା କମିଟି ପକ୍ଷରୁ ୫ଦିନ ଯାକ ସକାଳେ ଓ ରାତ୍ରରେ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ୨୪ପ୍ରହର ନାମଶଂଙ୍କିର୍ତନ ସହ ରାତ୍ରରେ ଭିନ୍ନକ୍ଷମ କଳାକାର ମାନଙ୍କ ଦ୍ୱାରା ଭଜନ ସମାରୋହର ଆୟୋଜନ କରାଯାଇଥିଲା । ଜିଲ୍ଲାର ମୁଖ୍ୟ ଆଧ୍ୟାତ୍ମିକ ମୁଖ୍ୟପବ ର୍ ବଡଯାତ୍ରା ଦୁଇବର୍ଷରେ ଥରେ ଏହି ମାଁ ମାଁଉଲୀ ମାଆଙ୍କ ପିଠ ଠାରୁ ଆରମ୍ଭ ହୋଇ ସୁଦୂର ୧୦୦କିଲୋମିଟର ବ୍ୟାପି ଆନ୍ଦ୍ରପ୍ରେଦଶ ପୋଲେରୁ ମାନ୍ୟମକୋଣ୍ଡା ହୋଇ ମାସେ ତମାମ ବିଭିନ୍ନ ଗ୍ରାମରେ ପୂଜାପାଇ ମାଲକାନଗିରି ମାଁ ମାଁଉଲୀ ମାଆଙ୍କ ପୀଠରେ ପହଁଚି ଥାଏ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.