Home ଜିଲ୍ଲା ପରିକ୍ରମା ମହୁପଦର ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଙ୍କ ଠାରୁ ଦୁଇଟି ମୟୁର ଉଦ୍ଧାରକଲା ବନବିଭାଗ

ମହୁପଦର ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଙ୍କ ଠାରୁ ଦୁଇଟି ମୟୁର ଉଦ୍ଧାରକଲା ବନବିଭାଗ

119

ମାଲକାନଗିରି,୨୫ । ୪ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକସ୍ଥ ମହୁପଦର ଆଶ୍ରମବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ଦଳବେହେରା ଙ୍କ ଠାରୁ ବନବିଭାଗ କର୍ମଚାରୀ ଉଦ୍ଧାର କରିଛନ୍ତି ଦୁଇଟି ମୟୁର । ଗତ କିଛି ଦିନତଳେ ନିକଟସ୍ଥ ତୁଳସୀ ପାହଡରୁ ଦୁଇଟି ମୟୁର ପକ୍ଷୀ ମହୁପଦର ଗ୍ରାମକୁ ଉଡିଆସିଥିଲେ ।ସେହିଗ୍ରାମରେ ଥିବା ଆଶ୍ରମବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦଳବେହେରା ସେହି ମୟୁର ଦୁଇଟିକୁ ଖୁସିରେ ନିଜ ନିକଟରେ ରଖି ପୋଷିଥିଲେ । ଗତ କାଲି ଏ ସଂପର୍କରେ ବନବିଭାଗ ଅଧିକାରୀ ଜାଣିବାପରେ ମାଥିଲି ରେଜଂ ମହିଳା ଫରେଷ୍ଟର ଖୀରଲତା ନାୟକ ଓ ଫରେଷ୍ଟଗାର୍ଡ ସେବତୀ ମାଝୀ ଓ ଅନ୍ୟାନ ବନକର୍ମଚାରୀ ମହୁପଦର ଆଶ୍ରମ ବିଦ୍ୟାଳୟକୁ ଯାଇ ପ୍ରଧାନ ଶିକ୍ଷକ ଙ୍କ ଠାରୁ ଦୁଇଟି ମୟୁର ପକ୍ଷୀ ଉଦ୍ଧାର କରିଛନ୍ତି । ଉଦ୍ଧାର ମୟୁର ଦୁଇଟିକୁ ନିକଟସ୍ଥ ତୁଳସୀ ପାହଡରେ ଛାଡିଦିଆ ଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.