Home ଜିଲ୍ଲା ପରିକ୍ରମା ମହିଳା ହିଂସା ବିରୋଧୀ ଅଭିଯାନ

ମହିଳା ହିଂସା ବିରୋଧୀ ଅଭିଯାନ

18

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଓ ଶିଶୁ ବିଭାଗ, ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ, ଭଦ୍ରକ ମିଳିତ ଉଦ୍ୟମରେ ସ୍ଥାନୀୟ ମଠସାହିସ୍ଥିତ ଜାନକୀ ଦେବୀ ନର୍ସିଂ ସ୍କୁଲରେ ଜିଲ୍ଲା ବାଲ୍ୟ ବିହାହ ସଂଯୋଜକ ତଥା ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଅଶିମ୍ ଅମିତାଭ୍ ଦାସଙ୍କ ସଭାପତିତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡ଼. ଦେବରାଜ ପାଣିଗ୍ରାହୀ, ବରେଣ୍ୟ ଅତିଥି ଭାବେ ଶିଶୁ ମଙ୍ଗଳ ସମିତିର ସଦସ୍ୟା ଭାରତୀ ଦାଶ, ଅତିଥି ଭାବେ ଜାନକୀ ଦେବୀ ସ୍କୁଲର ଚେୟାର୍‌ମ୍ୟାନ୍ ହିଂମାଶୁ ଶେଖର ସାମଲ ଓ ଆସିଆନାର ସଂଯୋଜକ ରିଆଜ୍ ଅହମ୍ମଦ ଯୋଗ ଦେଇ ମହିଳା ହିଂସା ବିରୋଧ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସଂଗେ ସଂଗେ ଲିଙ୍ଗ ନିରୂପଣ ଆଇନକୁ କଡ଼ାକଡି ଭାବେ ଲାଗୁ କରିବା ପାଇଁ କହିଥିଲେ । ଏଥିରେ ଜାନକୀ ଦେବୀ ସ୍କୁଲର ନର୍ସିଂ ଛାତ୍ରଛାତ୍ରୀମାନେ ଯୋଗଦାନ କରିବା ସଂଗେ ସଂଗେ ବିଭିନ୍ନ ସ୍ଲୋଗାନ ଦେଇ ପୋଷ୍ଟର ପ୍ରଦର୍ଶନୀ କରିଥିଲେ । ପ୍ରକାଶ ଥାଉକି ମହିଳାହିଂସା ବିରୋଧୀ ଆଇନ୍ ଗତ ନଭେମ୍ବର ୨୫ ରୁ ଆରମ୍ଭ ହୋଇ ଆସନ୍ତା ଡ଼ିସେମ୍ବର ୧୦ ପର୍ଯ୍ୟନ୍ତ ଚାଲୁ ରହିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.