Home ଜିଲ୍ଲା ପରିକ୍ରମା ଓଡ଼ିଶା ରାଜ୍ୟ ଶିଶୁ ମଙ୍ଗଳ ପରିଷଦ ପକ୍ଷରୁ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

ଓଡ଼ିଶା ରାଜ୍ୟ ଶିଶୁ ମଙ୍ଗଳ ପରିଷଦ ପକ୍ଷରୁ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

21

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଶିଶୁ ମଙ୍ଗଳ ପରିଷଦ, ଭୁବନେଶ୍ୱର ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆସନ୍ତା ୧୦.୧୨.୨୦୨୩ ରିଖ (ରବିବାର) ଜିଲ୍ଲା ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି । ଏହି ପ୍ରତିଯୋଗିତା ଉଭୟ ସାଧାରଣ ଓ ସ୍ୱତନ୍ତ୍ର ବର୍ଗର ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ହେବ । ସାଧାରଣ ବର୍ଗ ବା ନର୍ମାଲ ଗ୍ରୁପପିଲାକୁ ସାଧାରଣତ ଗ୍ରୀନ (୫ରୁ ୮ ବର୍ଷ), ଧଳା (୯ରୁ ୧୨ ବର୍ଷ) ଓ ନୀଳ (୧୩-୧୬ ବର୍ଷ) ଓ ସ୍ୱତନ୍ତ୍ର ପିଲା ହଳଦିଆ (୫ରୁ ୧୦ ବର୍ଷ) ଓ ଲାଲ ଗ୍ରୁପ (୧୧ ରୁ ୧୮ ବର୍ଷ) ବିଭକ୍ତ କରାଯାଇଛି । ଏହି ସ୍ୱତନ୍ତ୍ର ପିଲାମାନଙ୍କୁ ଯଥାକ୍ରମେ ତିନୋଟି ଉପଗ୍ରୁପରେ ଭାଗ କରାଯାଇଛି । ଯେପରି ମାନସିକ ଅକ୍ଷମ, ଦୃଷ୍ଟିବାଧିତ ଓ ଶୃତି ବାଧିତ ବା ବାକ୍ ବାଧିତ ଏହି ପ୍ରତିଯୋଗିତା ସକାଳ ୯ ଘଟିକା ସମୟରୁ ପଞ୍ଜିକରଣ କରାଯାଇ ପୂର୍ବାହ୍ନ ଦଶ ଘଟିକାରୁ ଅପରାହ୍ନ ୧୨ ଘଟିକା ମଧ୍ୟରେ ଅନୁଷ୍ଠିତ ହେବ । ସମସ୍ତ ପ୍ରତିଯୋଗୀମାନେ ନିଜର ପରିଚୟ ପତ୍ର ବା ଅକ୍ଷମତାର ପରିଚୟପତ୍ର ସାଂଗରେ ଆଣିଥିବା ଆବଶ୍ୟକ । ଅନୁଷ୍ଠାନ ପକ୍ଷରୁ ଚିତ୍ରାଙ୍କନ ପାଇଁ ଡ଼୍ରଇଂ ସିଟ୍ ବା କାଗଜ ବହନ କରିବେ । ସମସ୍ତ ଚିତ୍ରାଙ୍କନ ଉପଯୋଗୀ ରଂଗ, ଉପକରଣ ସାଥିରେ ଆଣିବା ପାଇଁ ପରାମର୍ଶ ଦିଆଯାଇଛି । ସମସ୍ତ ପ୍ରତିଯୋଗୀମାନଙ୍କର ଉପଯୁକ୍ତ ମୂଲ୍ୟାଙ୍କନ ପରେ ବିଜୟ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯିବା ସହ ରାଜ୍ୟସ୍ତରକୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କ ଚିତ୍ରାଙ୍କନ ପ୍ରେରଣ କରାଯିବ । ଏଣୁ ଭଦ୍ରକ ଜିଲ୍ଲାର ସମସ୍ତ ଛାତ୍ର-ଛାତ୍ରୀମାନେ ପ୍ରତିଯୋଗିତାରେ ଭାଗନେଇ ଅଂଶ ଗ୍ରହଣ କରିବାକୁ ନିବେଦନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.