Home କେନ୍ଦ୍ରାପଡ଼ା ମହିଳା ସରପଂଚଙ୍କ ପ୍ରତି ବିଜେଡି ପଂଚାୟତ ସଭାପତିଙ୍କ ଅଶ୍ଳିଳ ଓ ଆପତ୍ତିଜନକ ଭାଷା ପ୍ରୟୋଗ ଘଟଣା...

ମହିଳା ସରପଂଚଙ୍କ ପ୍ରତି ବିଜେଡି ପଂଚାୟତ ସଭାପତିଙ୍କ ଅଶ୍ଳିଳ ଓ ଆପତ୍ତିଜନକ ଭାଷା ପ୍ରୟୋଗ ଘଟଣା : ମାମଲା ରୁଜୁ ହେଲା ସଦର ଥାନାରେ

128

କେନ୍ଦ୍ରାପଡା ୨୩/୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ମହିଳା ସରପଂଚଙ୍କ ପ୍ରତି ଅତ୍ୟନ୍ତ ଅଶ୍ଳିଳ ତଥା ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଓ ସେହି ଅଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ଘଟଣାରେ ସଦର ଥାନା ପକ୍ଷରୁ ଶନିବାରଦିନ ଏକ ମାମଲାରୁଜୁ କରାଯାଇଥିବା ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମ, ାର ମଲ୍ଲିକ ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତର ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତ ସଦର ଥାନାରେ ଶୁକ୍ରବାର ଅଭିଯୋଗ କରିଥିଲେ ଯେ ସେହି ପଂଚାୟତର ହରିଡାଦଣ୍ଡା ଗ୍ରାମର ବୈଷ୍ଣବ ଚରଣ ସାମଲଙ୍କ ପୁଅ ବିଶ୍ୱଜିତ ସାମଲ ଭାଗବତପୁର ପଂଚାୟତର ଜଣେ ପୂର୍ବତନ ସମିତିସଭ୍ୟଙ୍କ ସହ ଚଳିତମାସ ୯ତାରିଖ ରାତିରେ ମୋବାଇଲରେ କଥା ହେବା ସମୟରେ ସରପଂଚ ଶ୍ରୀମତୀ ରାଉତଙ୍କ ପ୍ରତି ଉଦେଶ୍ୟମୂଳକ ଭାବେ ଅତ୍ୟନ୍ତ ଆଶାଳିନ ତଥା ଆପତ୍ତିଜନକ ଭାଷା ପ୍ରୟୋଗ କରିଛନ୍ତି। ସେହି କଥାବାର୍ତ୍ତାର ଅଡିଓଟି “ବିଜେପି ସଦର କେନ୍ଦ୍ରାପଡା”ନାମକ ସାମାଜିକ ଗଣମାଧ୍ୟମରେ ସେହିଦିନ ରାତିରେ ବିଶ୍ୱଜିତଙ୍କ ଜଣେ ସମ୍ପର୍କୀୟଙ୍କ ଦ୍ୱାରା ଭାଇରାଲ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି। ବିଶ୍ୱଜିତ ଭରତପୁର ପଂଚାୟତର ବିଜେଡି ସଭାପତି ଥିବା ଯୋଗୁଁ ଏହି ଘଟଣାରେ ପୋଲିସ ତ୍ୱରିତ ପଦକ୍ଷେପ ଗ୍ରହଣ ନକରି ବିଳମ୍ବ କରିଥିବା ସରପଂଚ ଶ୍ରୀମତୀ ରାଉତ ଅଭିଯୋଗ କରିଛନ୍ତି। କରୋନା ମହାମାରୀର ମୁକାବିଲା କରୁଥିବା ଜଣେ କୋଭିଡ ଯୋଦ୍ଧା ମହିଳା ସରପଂଚଙ୍କୁ ଏଭଳି ଭାବରେ ସାଧାରଣରେ ଅପମାନିତ ଓ ନିନ୍ଦିତ କରିବା ଉଦେଶ୍ୟରେ ତାଙ୍କ ପ୍ରତି ଅତ୍ୟନ୍ତ ଆଶାଳୀନ ଓ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂପୃକ୍ତ ସରପଂଚ ସଦର ଥାନା ଅଧିକାରୀଙ୍କୁ ଭେଟି ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ବିଶ୍ୱଜିତଙ୍କୁ ପୋଲିସ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିଥିବା ଅଭିଯୋଗ ହୋଇଛି। ସରକାରୀ ଦଳର ଜଣେ ବିଜେଡି ପଂଚାୟତ ସଭାପତଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ତୀବ୍ର ନିନ୍ଦା କରାଯିବା ସହ ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି। ଅନ୍ୟପଟରେ ସରପଂଚ ଏ ସମ୍ପର୍କରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଓ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିବା ସତ୍ୱେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ୨ଦିନ ବିତିଥିଲେବି ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରାନଯିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାର କୋଭିଡ ଯୋଦ୍ଧା ଭାବେ ଘୋଷଣା କରି ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଥିବା ଜଣେ ମହିଳା ସରପଂଚଙ୍କୁ ଉଚିତ ନ୍ୟାୟ ମିଳୁନଥିବା ବେଳେ ସାଧାରଣ ଲୋକଙ୍କୁ କିପରି ନ୍ୟାୟ ମିଳୁଥିବ ତାହା ଏଥିରୁ ଅନୁମେୟ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.