Home ଓଡ଼ିଶା ମହିଳା ପର୍ଯ୍ୟଟକଙ୍କୁ ମାଡ ଅଭିଯୋଗ, ଥାନାରେ ଏତଲା

ମହିଳା ପର୍ଯ୍ୟଟକଙ୍କୁ ମାଡ ଅଭିଯୋଗ, ଥାନାରେ ଏତଲା

99

ବାଲେଶ୍ଵର,୨୮/୧୦,(ଓଡ଼ିଆ ପୁଅ ପି ନାୟକ): ଆଜି ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ ମହିଳା ପର୍ଯ୍ୟଟକଙ୍କୁ ମାଡ ହୋଇଥିବା ଅଭିଯୋଗ ହୋଇଛି । ତେବେ ପାର୍କିଂ ଫି ଆଦାୟକୁ ନେଇ ଯୁବକମାନେ ପର୍ଯ୍ୟଟକଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ,  ଆଜି ସକାଳେ ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ କଳସପୁର ଗ୍ରାମର ବେଣୁଧର ଦ୍ୱିବେଦୀ ସପରିବାର ଓ ବନ୍ଧୁବାନ୍ଧବ ଗୋଟିଏ ବୋଲେରୋ ଓ ଚାରୋଟି ବାଇକ ଯୋଗେ ପଞ୍ଚଲିଙ୍ଗେଶ୍ୱର ଯାଇଥିଲେ । ପରେ ଦର୍ଶନ ସାରି ଫେରିବା ବେଳେ ପାର୍କିଂ ଫିକୁ ନେଇ ପ୍ରଥମେ ଯୁକ୍ତିତର୍କ  ହୋଇଥିଲା । ବାଇକ ପାର୍କିଂ ପାଇଁ ୧୦ଟଙ୍କା ପରିବର୍ତ୍ତେ ୨୦ଟଙ୍କା ଆଦାୟ କରାଯାଉଥିବାରୁ ପର୍ଯ୍ୟଟକ ଏହାକୁ ବିରୋଧ କରିଥିଲେ । ଏହାପରେ ପାର୍କିଂ ଆଦାୟ କରୁଥିବା ବ୍ୟକ୍ତିମାନେ ଉଭୟ ମହିଳା ଓ ପୁରୁଷ ପର୍ଯ୍ୟଟକଙ୍କୁ ମାଡ ମାରିଥିଲେ ।ଏନେଇ ପର୍ଯ୍ୟଟକମାନେ ନୀଳଗିରି ଥାନାରେ ଏତଲା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.