Home ଜିଲ୍ଲା ପରିକ୍ରମା ମହିଳା ଓ ଝିଅଙ୍କ ବିରୁଦ୍ଧରେ ହେଉଥିବା ହିଂସାର ଦମନ ପାଇଁ ସଚେତନତା କାର୍ଯ୍ୟକ୍ରମ

ମହିଳା ଓ ଝିଅଙ୍କ ବିରୁଦ୍ଧରେ ହେଉଥିବା ହିଂସାର ଦମନ ପାଇଁ ସଚେତନତା କାର୍ଯ୍ୟକ୍ରମ

43

ଭଦ୍ରକ, ୨୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାର ସ୍ଥିତ ନାରାୟଣ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଅନ୍ତେବାସୀଙ୍କୁ ନେଇ ସୋସାଇଟି ଫର୍ ଉଇକର୍ କମ୍ୟୁନିଟିର ସମ୍ବାଦିକା ସୋଫିଆ ସେଖ୍‌ଙ୍କ ସଭାପତିତ୍ୱରେ ମହିଳା ଓ ଝିଅଙ୍କ ବିରୁଦ୍ଧରେ ହେଉଥିବା ହିଂସାର ଦମନ ପାଇଁ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ନଭେମ୍ବର ୨୫ରୁ ଆରମ୍ଭ ହୋଇଥିବା ଅର୍ନ୍ତଜାତୀୟ ମହିଳା ହିଂସା ବିରୋଦ୍ଧ ୧୬ ଦିନିଆ କ୍ୟାପେନିଂରେ ୩ୟ ଦିବସରେ ପଦାର୍ପଣ କରିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ସଭାପତି ସୁରଜିତା ନାୟକ ଯୋଗଦେଇ ଏହି କ୍ୟାପେନିଂର ବିଷୟ ବସ୍ତୁ ଉପରେ ବିସ୍ତୁତ୍ୱ ଭାବେ ଆଲୋଚନା କରିଥିଲେ। ସମ୍ମାନନୀୟ ଅତିଥିଭାବେ ପୂର୍ବତନ କିଶୋର ନ୍ୟାୟ ପରିଷଦର ସଦସ୍ୟ ତଥା ବର୍ତ୍ତମାନର ଜିଲ୍ଲା ଖାଉଟି ପ୍ରାଧିକରଣ ସେବାର ସଭାପତି ଆଇନ୍‌ଜୀବୀ ଶିବ ପ୍ରସାଦ ମହାନ୍ତି ଯୋଗଦେଇ କିଶୋର ନ୍ୟାୟ ଆଇନ୍ ଉପରେ ଆଲୋକପାତ କରିବା ସଂଗେ ସଂଗେ ନାରୀ ଅବଳା ନୁହେଁ ସବଳା ବୋଲି ଚିନ୍ତାଧାରା ଆଣିବା ପାଇଁ ଉପଦେଶ ଦେଇଥିଲେ। ଅତିଥିଭାବେ ଆଇନ୍‌ଜୀବୀ ମନୋରଞ୍ଜନ ଦାସ ଯୋଗଦେଇ ପୋକସୋ ଆଇନ୍ ଉପରେ ଆଲୋଚନା କରିଥିଲେ। ଅନ୍ୟ ପ୍ରମୁଖ ବ୍ୟକ୍ତି ଭାବରେ କେ.ଜି.ଭି.ଭି.ର ପରିଚାଳିକା ମମିତା ଦାସ ଯୋଗଦେଇଥିଲେ। ସଭାର ସଭାପତି ସୋଫିଆ ସେଖ୍ ବାଲ୍ୟ ବିବାହ କୁ ବିରୋଧ କରିବା ସଂଗେ ସଂଗେ ନିଜ ଉପରେ ଅତ୍ୟାଚାର ବା ହିଂସା ହେଲେ ଆଇନ୍ କିମ୍ବା ଚାଇଲ୍ଡ ଲାଇନ୍ ୧୦୯୮ର ସହାୟତା ନେବାକୁ ଉପଦେଶ ଦେଇଥିଲେ। ଶେଷରେ ଆସିଆନାର ସଂଯୋଜକ ରିଆଜ୍ ଅହମଦ୍ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଚାଇଲ୍ଡ ଲାଇନ୍‌ର ସଦସ୍ୟ ରମାକାନ୍ତ ଜେନା, ପ୍ରଦୀପ୍ ପଣ୍ଡା, ସାଇନ୍ ଖାନ୍‌, ସଂଯୁକ୍ତା ମଲ୍ଲିକ, ବାସନ୍ତି ସେଠୀ ଓ ମୁକ୍ତାଶ୍ରୟର ସଂଯୋଜକ ସମ୍ବିତ୍ ମହାନ୍ତି ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.