Home ଓଡ଼ିଶା ମହାଷ୍ଟମୀ ରେ ମହିଂଷାମର୍ଦିନୀ ବେଶ ରେ ପୁଜା ପାଇଲେ ମା ମଣିନାଗ

ମହାଷ୍ଟମୀ ରେ ମହିଂଷାମର୍ଦିନୀ ବେଶ ରେ ପୁଜା ପାଇଲେ ମା ମଣିନାଗ

39

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୧୦-  ରାଜ ରାଜୁଡା ଅମଳ ରୁ ନୟାଗଡ ଜିଲ୍ଲା ରଣପୁର ମା ମଣିନାଗ ପୀଠ ରେ ଶାରଦୀୟ ଷୋଡଶ ଦିନାତ୍ମକ ପୂଜା ଅନୁଷ୍ଠିତ ହୋଇଆସୁଅଛି । ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ମଧ୍ୟ ପୂଜା ଚାଲିଛି । ମହାଷ୍ଟମୀ ରେ ମା ମଣିନାଗ ମହିଂଷାମର୍ଦିନୀ ବେଶ ରେ ପୂଜା ପାଇଥିବା ଜଣାପଡିଛି । ସକାଳୁ ସକାଳୁ ସୂର୍ଯ୍ୟ ପୂଜା ଉପଚାର ପୂଜା ଆଦି ସମସ୍ତ ନିତୀ ନିୟମ ଚଣ୍ଡିପାଠ କରାଯାଉଅଛି ।

ଅପରାହ୍ନ ରେ ସେହିଭଳି ଭାବରେ ସମସ୍ତ ନିତୀକାନ୍ତି ସହ ପୂଜା କରାଯାଇ ଶତଚଣ୍ଡି ଆହୁତି ପ୍ରଦାନ କରାଯାଉଥିବା ଜଣାପଡିଛି । ସମସ୍ତ ଶ୍ରଦ୍ଧାଳୁ ଭକ୍ତ ମାନେ ସାମାଜିକ ଦୁରତ୍ୱ ଅବଲମ୍ବନ କରି ଦର୍ଶନ କରୁଛନ୍ତି ।  ମା ମଣିନାଗ କମିଟି ତରଫରୁ ପୂଜା ପରିଚାଳନା କରାଯାଉଛି । ମନ୍ଦିର ର ସ୍ଥାୟି ପୂଜକ ଲଳିତ କୁମାର ରଥ ଓ ଷୋଡଶ ଦିନାତ୍ମକ ପୂଜା ର ମୁଖ୍ୟ ପୂଜକ ଭାବେ ଦାୟିତ୍ୱ ତୁଲାଉଛନ୍ତି ଅବସର ପ୍ରାପ୍ତ ପ୍ରାଧ୍ୟାପକ ପଣ୍ଡିତ ଗୋଦାବରିଶ ଶତପଥି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.