Home ଓଡ଼ିଶା ପଥର କଟା ଯନ୍ତ୍ର ଓ ପଥର ଜବତ …ପୋଲିସ ଓ ତହସିଲଦାର ଙ୍କ ମିଳିତ ଚଢାଉ

ପଥର କଟା ଯନ୍ତ୍ର ଓ ପଥର ଜବତ …ପୋଲିସ ଓ ତହସିଲଦାର ଙ୍କ ମିଳିତ ଚଢାଉ

54

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୧୦- ନୟାଗଡ ଜିଲ୍ଲା ରଣପୁର ତହସିଲ ଅଂଚଳ ରେ ମାଙ୍କଡା ପଥର ଚୋରା ଚାଲାଣ ବଢୁଥିବା ନେଇ ଜିଲ୍ଲା ପ୍ରଶାସନ ଉଦବେଗ ପ୍ରକାଶ କରୁଥିଲା । ଚୋରା ମାଙ୍କଡା ପଥର କଟା ଓ ଚାଲାଣ ଯୋଗୁଁ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଥିଲେ । ରଣପୁର ଅଂଚଳ ରେ ଚୋରା ପଥର ଖନନ କ ନେଇ ଭାରତୀୟ ଜନତା ପାର୍ଟି  ତରଫରୁ ଏହାକୁ ନେଇ ରଣପୁର ତହସିଲଦାର ଙ୍କୁ ଏକ ଅଭିଯୋଗ ପତ୍ର ଦିଆଯାଇଥିଲା । ରଣପୁର ତହସିଲ ଅଂଚଳ ରେ ଜଙ୍କିଆ , ମୟୁରଝାଲିଆ , ବୋକାଖାଇ ଓ ଓସ୍ତପଡା ଅଂଚଳ ରେ ୬ ଗୋଟି ମାଙ୍କଡା ପଥର କୁଆଁରୀ ନିଲାମ ହୋଇ ପାରିନଥିଲା । କିନ୍ତୁ ଅପରପକ୍ଷେ ଚୋରା ପଥର ଖଣି ବନ୍ଦ ଦାବୀ କରୁଥିବା କିଛି ମାଫିଆ ରାତି ରେ ଲୁଚି ଲୁଚି କୁଆଁରୀ ରୁ ପଥର କାଟି ଚୋରୀ କରୁଥିବା କଥା ରଣପୁର ତହସିଲଦାର ବିସ୍ୱସ୍ଥ ସୂତ୍ରରୁ ଖବର ପାଇଥିଲେ ।

ତେଣୁ ଅତିରିକ୍ତ ତହସିଲଦାର ଚନ୍ଦ୍ରଶେଖର ବାରିକ ଙ୍କ ସହ ଏକ ରାଜସ୍ୱ କର୍ମଚାରୀ ଦଳ ଗତ ଅକ୍ଟୋବର ୧୧ ତାରିଖ ସଂନ୍ଧ୍ୟା ରେ ଓସ୍ତପଡା ପଥର କୁଆଁରୀ ଉପରେ ଚଢାଉ କରିଥିଲେ । ଚଢାଉ ସମୟରେ ମାଫିଆ ମାନେ ଯୋର ଜବରଦସ୍ତ ପଥର ବୁହା ଗାଡି ନେଇ ଖସି ପଳାଇ ଯାଇଥିଲେ । କର୍ମଚାରୀ ଙ୍କ ସହ ଧସ୍ତାଧସ୍ତି କରିଥିବା ଯୋଗୁଁ ଚାନ୍ଦପୁର ଥାନା ପୋଲିସ କୁ ଖବର ଦିଆଯାଇଥିଲା । ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ସଦଳ ବଳେ ପଥର କୁଆଁରୀ ରେ ପହଂଚି ଗୋଟିଏ ପଥର କଟା ଯନ୍ତ୍ର ସହ ୨୦୦ କଟା ପଥର କୁ ଜବତ କରିଥିବା ଜଣାପଡିଛି । ଏ ସର୍ମ୍ପକେ ୨୦ ଜଣ ଅଭ୍ୟାସ ଗତ ପଥର କଟାଳି ମାଫିଆ ଙ୍କ ନାମ ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । କିନ୍ତୁ ଗିରଫଦାରୀ ରେ ବାଧା ଉପୁଜିବା ନେଇ ସେମାନଙ୍କ ନାମ ପୋଲିସ ଗୋପନ ରଖିଛି । ଆଗକୁ ଯୋରଦାର ଚଢାଉ କରାଯିବ ବୋଲି ପୋଲିସ ଠାରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.