Home ଓଡ଼ିଶା ମହାରାଷ୍ଟ୍ରରେ ଜାରି ହେବ ରାଷ୍ଟ୍ରପତି ଶାସନ! ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା-ବିଜେପି ନିଜ ଜିଦରେ ଅଟଳ

ମହାରାଷ୍ଟ୍ରରେ ଜାରି ହେବ ରାଷ୍ଟ୍ରପତି ଶାସନ! ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବସେନା-ବିଜେପି ନିଜ ଜିଦରେ ଅଟଳ

434

ମହାରାଷ୍ଟ୍ର; ୭,୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ): ମହାରାଷ୍ଟ୍ରରେ ଆସନ୍ତା କାଲି ତଥା ୮ ତାରିଖ ସୁଧା ଯଦି ଶିବସେନା- ବିଜେପି ମଧ୍ୟରେ ସରକାର ଗଠନ କରିବାକୁ ବିଦ୍ଧିବଧ ପ୍ରସ୍ତାବ ନଆସେ ତେବେ ସମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାଇ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବା ନିଶ୍ଚିନ୍ତ ବୋଲି ରାଜନୈତିକ ସମିକ୍ଷକ ମାନେ ଆଶା ପ୍ରକଟ କରିଥିବା କରୁଛନ୍ତି।ଚଳିତ ବିଧାନସଭାର କାର୍ଯ୍ୟକାଳ ଶନିବାର ଦିନ ଶେଷ ହେଉଛି।ଆଜି ଅପରାହ୍ଣରେ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଶିବସେନା ନେତା ସଂଜୟ ରାଉତ କହିଛନ୍ତି, ପାର୍ଟି ମୁଖ୍ୟ ଉଦ୍ଧବ ଠାକରେ ନବ ନିର୍ବାଚିତ ବିଧାୟକମାନଙ୍କୁ ସାକ୍ଷାତ କରିଛନ୍ତି ଓ ଠାକରେ ଯାହା କିଛି ନିଷ୍ପତ୍ତି ନେବେ ତାହାକୁ ସମର୍ଥନ କରିବାକୁ ସେମାନେ ସର୍ବସମ୍ମତ ରାୟ ଦେଇଛନ୍ତି।ସେ କହିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ କେବଳ ଶିବସେନାରୁ ହେବେ।ଯଦି ମହାମେଣ୍ଟକୁ ଜନମତ ମିଳିଛି ବୋଲି କୁହାଯାଉଛି ତାହେଲେ କାହିଁକି ବିଜେପି ସରକାର ଗଠନ କରିପାରୁ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।କ୍ଷମତାର ସମାନ ବଣ୍ଟନକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ଲଢ଼େଇ ତିକ୍ତ ହୋଇପଡ଼ିଛି।ପାଳି କରି ମୁଖ୍ୟମନ୍ତ୍ରୀ ପଦ ନେବା ପାଇଁ ଶିବସେନାର ଦାବିକୁ ବିଜେପି ପ୍ରତ୍ୟାଖ୍ୟାନ କରିଛି।ଇତିମଧ୍ୟରେ ଭାରତୀୟ ଜନତା ପାର୍ଟି ରାଜ୍ୟଶାଖା ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ୍‍ କହିଛନ୍ତି, ବିଜେପି ନେତୃତ୍ୱର ମେଣ୍ଟକୁ ଜନମତ ମିଳିଛି ଓ ବିଜେପି-ଶିବସେନା ମେଣ୍ଟ ସରକାର ଗଠନ କରିବାକୁ ଲୋକମାନେ ଚାହାଁନ୍ତି।ମୁମ୍ବାଇରେ ରାଜ୍ୟପାଳ ଭଗତ ସିଂହ କୋସିଆରିଙ୍କୁ ସାକ୍ଷାତ କରିସାରି ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ତାଙ୍କୁ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ବିଷୟରେ ଅବଗତ କରାଇଛନ୍ତି ଓ ସରକାର ଗଠନରେ ବିଳମ୍ବ ସ୍ଥଳେ ଆଇନଗତ ବିଷୟଗୁଡ଼ିକ ଉପରେ ଆଲୋଚନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.