Home ଜିଲ୍ଲା ପରିକ୍ରମା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜୟନ୍ତୀ

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜୟନ୍ତୀ

17

ବାଲେଶ୍ୱର, ୧୭ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜୟନ୍ତୀ ସ୍ଥାନୀୟ ଶ୍ରୀରାମଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟରେ ଆଜି ପାଳିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ଲାବଣ୍ୟ ମହାନ୍ତି ଏଥିରେ ସଭାପତିତ୍ୱ କରିଥିଲେ। ଅବସରପ୍ରାପ୍ତ ଅଧ୍ୟାପକ କମଳାକାନ୍ତ ଦାଶ ଏଥିରେ ଯୋଗଦେଇ କଲେଜର ପ୍ରତିଷ୍ଠା ଓ ନାମକରଣର ଇତିହାସ ସମ୍ପର୍କରେ ଆଲେକପାତ କରିଥିଲେ। ଶ୍ରୀରାମଚନ୍ଦ୍ର ଟୋଲର ପ୍ରଥମ ପ୍ରଧାନପଣ୍ଡିତ ଆର୍ତ୍ତତ୍ରାଣ ଦ୍ୱିବେଦୀ ଓ ପ୍ରଥମ ସଭାପତି ରାଜା ବୈକୁଣ୍ଠନାଥ ଦେବଙ୍କ ଅନୁରୋଧ କ୍ରମେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ କିପରି ଶତାଧିକ ବର୍ଷର ଏହି ଅନୁଷ୍ଠାନର ପ୍ରଥମ ହିସ୍ ମେଜେଷ୍ଟି ଗ୍ରାଣ୍ଟ ଦେଇଥିଲେ ଓ ତାଙ୍କ ନାମରେ ନାମିତ ହୋଇଥିଲା ବୋଲି ଶ୍ରୀ ଦାଶ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅରୁଣ କୁମାର ଦାସ, ଭାରପ୍ରାପ୍ତ ପ୍ରଧାନପଣ୍ଡିତ ରମେଶଚନ୍ଦ୍ର ପ୍ରଧାନ, ଲମ୍ବୋଦର ଦାଶ, ପରମାନନ୍ଦ ପଣ୍ଡା ଓ ସାହିତ୍ୟର ଅଧ୍ୟାପିକା ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ଡ. ଶରତଚନ୍ଦ୍ର ମିଶ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.