Home ଜିଲ୍ଲା ପରିକ୍ରମା ମହାରାଜପୁର ବାସୀଙ୍କର ପ୍ରତୀକ୍ଷାର ହେଲା ଅନ୍ତବିଧାୟକଙ୍କ ଦ୍ୱାରା ନୂଆ ଡାକ୍ତରଖାନାର ଶୁଭାରମ୍ଭ

ମହାରାଜପୁର ବାସୀଙ୍କର ପ୍ରତୀକ୍ଷାର ହେଲା ଅନ୍ତବିଧାୟକଙ୍କ ଦ୍ୱାରା ନୂଆ ଡାକ୍ତରଖାନାର ଶୁଭାରମ୍ଭ

92

ବାହାନଗା, ୯ା୭ (ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ମହାରାଜପୁର ପଞ୍ଚାୟତର ସଦର ମହକୁମା ମହାରାଜପୁର ଛକରେ ଦୀର୍ଘ ୨୦ବର୍ଷ ଧରି ଡାକ୍ତରଖାନା ପାଇଁ ଉଦିଷ୍ଟ ଘର ତିଆରି ହୋଇ ପଡ଼ି ରହିଥିଲା । ସେହି ଡାକ୍ତରଖାନାରେ ରୋଗୀ ସେବା ଆରମ୍ଭ କରିବାକୁ ଅଞ୍ଚଳ ବାସୀ ଦାବୀ କରି ଆସୁଥିଲେ । ତାହା ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କକ ପ୍ରଚେଷ୍ଟାରେ ପ୍ରତୀକ୍ଷାର ଅନ୍ତ ଘଟି ତାହାର ଶୁଭ ଉଦଘାଟନ କରାଯାଇ ରୋଗୀ ସେବା ଆରମ୍ଭ ହୋଇଛି । ଫଳରେ ଆଖ ପାଖ ଅଞ୍ଚଳର ଲୋକେ ସ୍ୱାସ୍ଥ୍ୟ ସେବା ସୁବିଧା ପାଇବେ ବୋଲି ଜଣାପଡ଼ିଛି । ଏହାକୁ ଦଘାଟନ ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡ଼ା କରିଥିବା ବେଳେ ରେମୁଣା ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଅରୂପାନନ୍ଦ ଦାସ, ସ୍ୱସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସୁଲତାନ ଅଲ୍ଲିଙ୍କ ସହ ଅଞ୍ଚଳର ବରିଷ୍ଠ ବ୍ୟକ୍ତି, ପଞ୍ଚାୟତ ବାସୀ ଉପସ୍ଥିତ ରହିଥିଲେ । ତେବେ ସ୍ଥାୟୀ ଡାକ୍ତର ନିଯୁକ୍ତି ନହେବା ଯାଏ ଡାକ୍ତର ସଂଗୀତା ବେହେରା ସେଠାରେ ୨ଦିନ ସୋମବାର ଓ ଗୁରୁବାର ରୋଗୀ ଦେଖିବେ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.