Home ଓଡ଼ିଶା ମହାରଥୀଙ୍କ ଟାର୍ଗେଟରେ ରାଜ୍ୟ ସରକାର

ମହାରଥୀଙ୍କ ଟାର୍ଗେଟରେ ରାଜ୍ୟ ସରକାର

198

ଭୁବନେଶ୍ବର, ୦୧/୦୮, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ମହାରଥୀଙ୍କ ଟାର୍ଗେଟରେ ଏବେ ରାଜ୍ୟ ସରକାର। ଯୋଜନା ବୋର୍ଡର କାର୍ଯ୍ୟଧାରାକୁ ନେଇ ପୁଣିଥରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥି। ପୂର୍ବରୁ ଚଳିତ ବିଧାନସଭାରେ ସମବାୟ ବିଭାଗର ଉତ୍ତର ରଖୁଥିବା ବେଳେ ଅଧିକାର ପ୍ରାପ୍ତ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଶୀତଳ ଭଣ୍ଡାର ସଂଖ୍ୟାକୁ ନେଇ ପ୍ରଶ୍ନ ବାଣ ମାରିଥିଲେ ମହାରଥୀ।ଏହାକୁ ନେଇ ନିରଞ୍ଜନ ଓ ପ୍ରଦୀପଙ୍କ ମଧ୍ୟରେ ବାକ୍ ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଥିଲା।

ସେହିପରି ନିମ୍ନମାନର ରାସ୍ତା ନିର୍ମାଣ ପ୍ରସଙ୍ଗରେ ମଧ୍ୟ ଗ୍ରାମ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ପ୍ରଶ୍ନ କରି ରାଜ୍ୟ ସରକାରଙ୍କ ବିଫଳତାକୁ ପଦାରେ ପକାଇଥିଲେ ମହାରଥୀ। ତେବେ ଆଜି ପୁଣି ଥରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ରାଜ୍ୟ ତଥା ଜିଲ୍ଲା ଯୋଜନା ବୋର୍ଡର ସ୍ଥିତି ବିଷୟରେ ପ୍ରଶ୍ନ କରିଛନ୍ତି ପ୍ରଦୀପ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.