Home ଓଡ଼ିଶା ମହାମାରୀ କରୋନା କବଳରୁ ମୁକ୍ତ ପାଇଁ ନବରାତ୍ର ବାସନ୍ତିକ ଦୁର୍ଗାପୂଜା

ମହାମାରୀ କରୋନା କବଳରୁ ମୁକ୍ତ ପାଇଁ ନବରାତ୍ର ବାସନ୍ତିକ ଦୁର୍ଗାପୂଜା

128

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୭/୦୩-ବିଶ୍ୱର ସାମ୍ପ୍ରତିକ କରୋନା କବଳିତ ଦେଶ ଓ ଜାତିକୁ କରୋନା କବଳରୁ ମୁକ୍ତପାଇଁ ନୟାଗଡ ଜିଲ୍ଲା ରଣପୁର ମା ମଣିନାଗ ପୀଠରେ ନବରାତ୍ର ବାସନ୍ତିକ ଦୁର୍ଗାପୂଜା ଅନୁଷ୍ଠିତ ହେଉଅଛି । ସମସ୍ତ ଲକ୍‌ଡାଉନ ସତ୍ୱେ ବିନା ଆଡମ୍ବରରେ କେବଳ ନୀତିକାନ୍ତିକୁ ନେଇ  ପୂଜା କରାଯାଉଅଛି । ସନାତନ ଧର୍ମର ଆଧ୍ୟାତ୍ମିକ ଚିନ୍ତାଧାରାରେ ପରିପୁଷ୍ଟ ହିନ୍ଦୁଧର୍ମ ଏହିଭଳି ଜାତୀୟ ବିପତ୍ତି ସମୟରେ ପୂଜାର୍ଚ୍ଚନା କରିଥାନ୍ତି ।

ମା ମଣିନାଗ ପୀଠରେ ପଣ୍ଡିତ ଗୋଦାବରୀଶ ଶତପଥିଙ୍କ ପୌରହିତ୍ୟରେ ମା ମଣିନାଗଙ୍କ ପୂଜକ ଲଳିତ କୁମାର ରଥ ଓ କର୍ତ୍ତା ଉତରାୟଣୀ ମିଶ୍ର ଙ୍କୁ ନେଇ ଏହି ନବରାତ୍ର ବାସନ୍ତିକ ଦୁର୍ଗାପୂଜା ଆରମ୍ଭ ହୋଇଯାଇଅଛି । ଏହି ପୂଜା ଏପ୍ରିଲ୍ ୩ ତାରିଖ ଦିନ ଶେଷ ହେବ । ପୂଜାସ୍ଥଳକୁ ଲକ୍‌ଡାଉନ୍ ଯୋଗୁଁ ବାହାର କୌଣସି ବ୍ୟକ୍ତିଙ୍କୁ ଛଡାଯାଉନାହିଁ । ଆଶା ଓ ବିଶ୍ୱାସ ରହିଛି ବାସନ୍ତିକ ନବରାତ୍ର ଦୁର୍ଗାପୂଜା ଫଳରେ ମହାମାରୀ କରୋନା ସଂକ୍ରମଣ କବଳରୁ ଏ ଦେଶ ଏ ଜାତି ରକ୍ଷା ପାଇପାରିବ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.