Home ଓଡ଼ିଶା ମହାଭୋଇ ଶାସନ ଦିବ୍ୟ ବିହାରରେ ବାରମ୍ବାର ଚୋରି, ଚୋର ଧରିବାରେ ପୋଲିସ୍ ବିଫଳ

ମହାଭୋଇ ଶାସନ ଦିବ୍ୟ ବିହାରରେ ବାରମ୍ବାର ଚୋରି, ଚୋର ଧରିବାରେ ପୋଲିସ୍ ବିଫଳ

284

ଭୁବନେଶ୍ୱର, ତା ୨୦ା୮ (ଓଡ଼ିଆ ପୁଅ) : ଲିଙ୍ଗରାଜ ଥାନା ଅଧିନସ୍ଥ ମହାଭୋଇ ଶାସନ ଦିବ୍ୟବିହାର ଲେନ୍ ନଂ-୫ରେ ଭଡ଼ାରେ ରହୁଥିବା କର୍ମଚାରୀ ନେତା ଗଗନ ଭଞ୍ଜଙ୍କ ଘରୁ ତା ୧୯.୦୮.୨୦୧୯ରିଖ ରାତ୍ର ଘ.୨.୨୦ମିନିଟ୍ ସମୟରୁ ଘ.୨.୪୫ମିନିଟ୍ (୨୫ମିନିଟ୍ ମଧ୍ୟରେ) ନଗଦ ୭୫ ହଜାର ଟଙ୍କା ଓ ସୁନା, ଏଟିଏମ୍, ଆଧାରକାର୍ଡ ଇତ୍ୟାଦି ଚୋର ଚୋରିକରି ଚାଲିଯାଇଅଛନ୍ତି। ରାତ୍ର ଘ.୩.୪୦ମିନିଟ୍ ସମୟରେ ପି.ସି.ଆର ପହଞ୍ଚି ତଦନ୍ତ କରି ଫଟୋ ଉଠାଇ ଫେରିଆସିଥିଲେ। ତା ୨୦.୦୮.୨୦୧୯ରିଖ ସକାଳ ୯ ଘଟିକା ସମୟରେ ଲିଙ୍ଗରାଜ ଥାନାରେ ଗଗନ ଭଞ୍ଜ ଏତଲା ରୁଜୁ କଲାପରେ ଥାନା ଅଧିକାରୀ ସମେତ ସାଇନ୍ଟିଫିକ୍ ଟିମ୍, ସନ୍ଧାନୀ କୁକୁର ଓ ପୋଲିସ୍ ବାହିନୀ ତଦନ୍ତ କରି ଫେରିଆସିଛନ୍ତି। ପୋଲିସ୍ ଚୋରମାନଙ୍କର କୌଣସି ଟେର ପାଇନାହିଁ। ସି.ସି. ଟିଭି ଫୁଟେଜ୍ରୁ ଯାହା ଜଣାପଡ଼ୁଛି ଯେ, ଝରକାକୁ ଲାଗିଥିବା ହୁକ୍ କୁ ଖୋଲି କବାଟ ମଧ୍ୟଦେଇ ଦୁଇଜଣ ଚୋର ଘର ଭିତରକୁ ପ୍ରବେଶ କରିଥିଲେ। ରାତ୍ର ଘ.୨.୨୦ମି. ରୁ ଘ.୨.୪୫ ମିନିଟ୍ ମଧ୍ୟରେ ଘରୁ ବାହାରକୁ ତିନିଥର ବ୍ୟାଗ୍ ଆଣି ଭେନିଟ୍ ଓ ବ୍ୟାଗ୍ ଭିତରେ ଥିବା ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଇଥିଲେ। ଏହି ସମୟ ମଧ୍ୟରେ ତିନିଥର ଟର୍ଚ୍ଚ ଲାଇଟ୍ ମାରିବାର ସି.ସି. ଟିଭିରୁ ସ୍ପଷ୍ଟ ହେଉଛି।

ପ୍ରକାଶଥାଉକି ଏକ ସପ୍ତାହ ମଧ୍ୟରେ ଦିବ୍ୟ ବିହାରରେ ୪ଟି ସ୍ଥାନରେ ଚୋରି ହେଲାଣି। ପୋଲିସ୍ ଚୋର ଧରିବାରେ ବିଫଳ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ସବୁ ଅତିଷ୍ଠ ହେଲେଣି। ପୋଲିସ୍ର ନିଷ୍କି୍ରୟତା ଯୋଗୁଁ ବାରମ୍ବାର ଚୋରି ହେଉଛି ବୋଲି ଅଭିଯୋଗ ହେଉଛି। ପ୍ରକାଶଯୋଗ୍ୟଯେ, ପୋଲିସ୍ ପେଟ୍ରୋଲିଙ୍ଗ୍ ବ୍ୟବସ୍ଥା ନଥିବା ଯୋଗୁଁ ବାରମ୍ବାର ଚୋରି ହେଉଛି। ତେବେ ତୁରନ୍ତ ଚୋରମାନଙ୍କୁ ପୋଲିସ୍ ଧରିବା ପାଇଁ ଜନସାଧାରଣଙ୍କ ତରଫରୁ ପ୍ରବଳ ଦାବି ହେଉଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.