Home ଓଡ଼ିଶା ଗୋଲବଜାର ଉପ-ଡ଼ାକଘରକୁ ମହିଳା ଅଧିକାରୀ ପରିଚଳନା କରିବେ – ରାଜ୍ୟରେ ପ୍ରଥମ

ଗୋଲବଜାର ଉପ-ଡ଼ାକଘରକୁ ମହିଳା ଅଧିକାରୀ ପରିଚଳନା କରିବେ – ରାଜ୍ୟରେ ପ୍ରଥମ

155

ସମ୍ବଲପୁର, ୨୦/୮ (ଓଡ଼ିଆ ପୁଅ) – ସମ୍ବଲପୁର ସହରର ଗୋଲବଜାର ଠାରେ ଥିବା ପୁରାତନ ଉପ-ଡ଼ାକଘର କେବଳ ମହିଳା ଅଧିକାରୀ ଏବଂ କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ହେବ। କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ଏହା ରାଜ୍ୟର ପ୍ରଥମଡ଼ାକଘର ହେବ। ଏଠାରେ ଏହି ନୂତନ ବ୍ୟବସ୍ତାକୁ ବିଭାଗର ସମ୍ବଲପୁର ଡ଼ିଭିଜନର ଅଧିକ୍ଷକ ବନାମ୍ବର ସେଠି ଉଦଘାଟନ କରିଛନ୍ତି। ଏଠାରେ ଡ଼ାକ ପ୍ରେରଣ, ସ୍ୱଳ୍ପ ସଂଚୟ ଯୋଜନା, ଇଂଡ଼ିଆନ ପୋଷ୍ଟାଲ ବେଙ୍କ ସେବା ଉପଲଦ୍ଧ ହେବ।ଏହା ଛଡ଼ା ଷ୍ଟାମ୍ପ ବିକ୍ରୟ ସହିତ ଆଧାର ପଞିକରଣ ମଧ୍ୟ କରଯିବ। ଏହା ଉଦଘାଟନ ହେବାର ପ୍ରଥମ ଦିବସରେ ଶତରଟି ପୋଷ୍ଟାଲ ପେମେଂଟ ବେଙ୍କ ପାଇଁ ଗ୍ରାହକ ମାନଙ୍କ ନୂଆ ଜମାଖାତା ଖୋଲାଯାଇଥିଲା। ଏବେ ଏଠାରେ ମହିଳା ପୋଷ୍ଟ ମାଷ୍ଟର, ଡ଼ାକ ସହାୟକ ଏବଂ ଜଣେ ପେକରଙ୍କୁ ନିଯୁକ୍ତି ଦିଆଯାଇଛି। ମହିଳା ସଶକ୍ତିକରଣ ଦିଗରେ ଏହି ବ୍ୟବସ୍ତା ସହାୟକ ହେବା ସହିତ ବିଶେଷକରି ମହିଳା ଗ୍ରାହକ ମାନେ ଏଠାରେ ଅଧିକ ନିଶଙ୍କୋଚରେ ଡ଼ାକ ସମ୍ବଧିତ କାରବାର କରିପାରିବେ। ସମ୍ବଲପୁର ଡ଼ାକ ଡ଼ିଭିଜନ ପକ୍ଷରୁ ସହରରେ ଆଉଏକ ମହିଳା ଡ଼ାକଘର କାର୍ଯ୍ୟକ୍ଷମ କରଯିବ। ଏଠାରେ ଥିବା ମୁଦିପଡ଼ା ଉପ ଡ଼ାକଘରକୁ ମହିଳାମାନଙ୍କ ଦ୍ୱାରା ପେିଚଳିତ କରିବା ସକାଶେ ଲକ୍ଷ୍ୟ ରକାଯାଇଛି। ସୂଚନା ଯୋଗ୍ୟ ଯେ, ସମ୍ବଲପୁର ଡ଼ାକ ଡ଼ିଭିଜନରେ ଦୁଇଟି ବଡ଼ ଡ଼ାକଘର, ୫୯ଟି ଉପ ଡ଼ାକଘର ଓ ୩ ଶହ ୮୫ଟି ଶାଖା ଡ଼ାକଘର ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.