Home ଜିଲ୍ଲା ପରିକ୍ରମା ମହାବିଦ୍ୟାଳୟ ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷା କୌଶଳ ତାଲିମ ଉଦଯାପିତ

ମହାବିଦ୍ୟାଳୟ ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷା କୌଶଳ ତାଲିମ ଉଦଯାପିତ

269

ମାଲକାନଗିରି,୨୯ ।୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ସରକାରି କନିଷ୍ଟ ବିଜ୍ଞାନ ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କ ପାଇଁ ଚାଲିଥିବା ଆତ୍ମସୁରକ୍ଷା କୌଶଳ ତାଲିମ ଶିବୀର ଆଜି ଉଦଯାପିତ ହୋଇ ଯାଇଛି । ଭୁବନେଶ୍ୱର ଠାରୁ ତାଲିମ ନେଇ ଆସିଥିବା ଶୁଭସ୍ମିତା ଦେହୁରୀ ଓ ସ୍ମୃତି ଶ୍ରୀ ବିଜୟିନୀ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ଦୀର୍ଘ ୧୨ଦିନହେଲା ତାଲିମ ଦେଉଥିଲେ । ଏହି ତାଲିମଶିବିର ରେ ମହାବିଦ୍ୟାଳୟର ୬୨ଜଣ ଛାତ୍ରୀ ଆତ୍ମସୁରକ୍ଷା କୌଶଳ  ତାଲିମ ନେଇ ସାରିଛନ୍ତି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଚନ୍ଦନକୁମାର ମିଶ୍ର ଙ୍କ ପୌରହିତରେ ଏହି ଉଦଯାପନି ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଂସ୍ଥାର ସଚିବ  ଶ୍ରୀଯୁକ୍ତ ଅମରେଶ କୁମାର ନାୟକ, ମୁଖ୍ୟ ବକ୍ତା ଭାବେ  ରେଡକ୍ରସ ଜିଲ୍ଲା ସଂପାଦକ ଅଧ୍ୟାପକ ରଂଜନ କୁମାର ସ୍ୱାଇଁ ଯୋଗଦେଇ ଆତ୍ମସୁରକ୍ଷା କୌଶଳ ତାଲିମ ଦ୍ୱାରା ଛାତ୍ରୀ ମାନେ ନିଜକୁ ସୁରକ୍ଷିତ ରଖିବାସହିତ ଅନ୍ୟ ସହପାଠୀ ମାନଙ୍କୁ ମଧ୍ୟ ସୁରକ୍ଷା ଯେଗାଇ ଦେଇପାରିବେ ବୋଲି କହିଥିଲେ । ଏହି ଅବସର ରେ ତାଲିମ ପ୍ରାପ୍ତ ୬୨ଜଣ ଛାତ୍ରୀ ଙ୍କୁ ମୁଖ୍ୟଅତିଥି ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ  ଅଧ୍ୟାପକ ନେସା ସବର, ଜ୍ଞାନେନ୍ଦ୍ର ତ୍ରୀପାଠୀ,ଭାସ୍କର ସାହୁ ପ୍ରମୁଖ ପରିଚାଳନା କରିଥିବା ବେଳେ ଅଧ୍ୟାପକ ରତ୍ନାକର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.