ଅନୁଗୁଳ,୧୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ମହାନଦୀ ବନ୍ୟା ପାଣିରେ ବୁଡ଼ିଛି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓ ଟିକରପଡ଼ା । ବିଭିନ୍ନ ଅଞ୍ଚଳରେ ପଶିଛି ବନ୍ୟା ପାଣି। ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ାର ୮ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଗଇଁନ୍ଦି, ବେହେରା ସାହି, ମଝିପଡ଼ା, ଟିକରପଡ଼ା ଗାଁ ଜଳବନ୍ଦୀ। ବନ୍ୟା ପାଣିରେ ବୁଡ଼ିଛି ଶତାଧିକ ମାଟି, ଚାଳ ଛପର ଓ କୋଠା ଘର। ଫଳରେ ପ୍ରଭାବିତ ହୋଇଛି ସାଧାରଣ ଜୀବନଯାତ୍ରା।
ପ୍ରଭାବିତ ଅଞ୍ଚଳର ଲୋକ ଡଙ୍ଗାରେ ନିଜ ଆସବାବପତ୍ର ଓ ପରିବାରକୁ ଧରି ସୁରକ୍ଷିତ ସ୍ଥାନକୁ ଚାଲି ଆସିଛନ୍ତି। ସେହିପରି ଆଠମଲ୍ଲିକ ବ୍ଲକ ଅଏଡ଼ା ପଞ୍ଚାୟତର ଓଳଥ ଗାଁ ଓ ଜାମ୍ବୁଡୋଳି ପଞ୍ଚାୟତର କୁଟୁରୁସିଂହା ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ। ଟିକରପଡ଼ା ଓ ଆଠମଲ୍ଲିକ ବ୍ଲକର ପ୍ରଭାବିତ ପଞ୍ଚାୟତର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ପ୍ରଶାସନ