Home Top News ମହାନଦୀ ପଠାରୁ କଅଁଳ ନବଜାତ ଶିଶୁପୁତ୍ର ଉଦ୍ଧାର

ମହାନଦୀ ପଠାରୁ କଅଁଳ ନବଜାତ ଶିଶୁପୁତ୍ର ଉଦ୍ଧାର

100

କଟକ, ୧୨/୯ (ଓଡ଼ିଆ ପୁଅ /ଅଭୟ ଜେନା) ଚୌଦ୍ୱାର ନୂଆପାଟଣା ମଧୁସୂଦନ ସେତୁର ତଳ ପଠାରୁ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ନବଜାତ ଶିଶୁଟି ଛଟପଟ ହେଉଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଜଣାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ କଟକ ଶିଶୁ ଭବନକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ନବଜାତ ଶିଶୁ ପୁତ୍ରଟି ମହାନଦୀ ପଠାକୁ କିଭଳି ଆସିଲା ତାହା ଜଣାପଡ଼ିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ତେବେ କିଏ କାହିଁକି ଏଭଳି ଶିଶୁ ପୁତ୍ରଟିକୁ ମହାନଦୀ ପଠାରେ ପକାଇ ଦେଇ ଯାଇଛି ତାହା ଏବେ ସନ୍ଦେହ ଘେରରେ। ତେବେ କେହି ଲୋକଲଜ୍ଜା ଭୟରେ ନିଜର ଅବୈଧ ପୁତ୍ର ସନ୍ତାନକୁ ଛାଡି ଚାଲି ଯାଇଥିବା ସାଧାରଣରେ ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.